ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିରେନ୍ଦ୍ର ବାଗ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ମନୋନୀତ

ବିରେନ୍ଦ୍ର ବାଗ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ମନୋନୀତ

ଜୁନାଗଡ଼,୨୫/୨(ନି.ପ୍ର):ଶନିବାର ସ୍ଥାନୀୟ ଶିକ୍ଷକ ଭବନ ଠାରେ କଳାହାଣ୍ଡି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ର ଜରୁରୀକାଳୀନ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ଜିଲ୍ଲା ସଭାପତି ଶ୍ରୀ ସୁରେନ୍ଦ୍ର ମୋହନ ଯୋଶୀ ସଭାପତି ତ୍ୱ କରିଥିଲେ।ସଭାରେ ଜିଲ୍ଲାର୧୩ ଗୋଟି ବ୍ଲକ ର ସଭାପତି ଓ ସମ୍ପାଦକ ମାନେ ଯୋଗ ଦେଇଥିଲେ।ସଭା ର ପ୍ରାରମ୍ଭ ରେ ଅଗ୍ରପୂଜ୍ୟଶ୍ରୀ ଗଣେଶ ଓ ବିଦ୍ୟାଦାତ୍ରୀ ମା ସରସ୍ଵତୀ ଙ୍କ ପୂଜାର୍ଚ୍ଚନା କଲା ପରେ ଦିବଂଗତ ଶିକ୍ଷକ ଶିକ୍ଷୟିତ୍ରୀ ଉଦ୍ଧେଶ୍ୟରେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।ସଭାରେ ଥୁଆମୂଳ ରାମପୁର ର ଅଵସର ପ୍ରାପ୍ତ ଶିକ୍ଷକ ଶ୍ରୀ ଯୁଗଳ ବିଶ୍ୱାଳ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା।ତପ୍ତରେ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଧୀରେନ୍ଦ୍ର କୁମାର ପଟ୍ଟନାୟକ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।ସାମ୍ପ୍ରତିକ ସ୍ଥିତି ରେ ସଙ୍ଘ ର ଭୂମିକା ଓ ମିଳିତ ସଙ୍ଘଦ୍ୱାରା ନିଆ ଯାଉଥିବା ପଦକ୍ଷେପ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ।ଏହା ପରେ ଜିଲ୍ଲା ସଭାପତି ଶ୍ରୀ ସୁରେନ୍ଦ୍ର ମୋହନ ଯୋଶୀ ନିଜ କାର୍ଯ୍ୟ ଚାପ ଓ ବ୍ୟସ୍ତ ବହୁଳ କର୍ମ ଯୋଗୁଁ ଇସ୍ତଫା ପ୍ରଦାନ କରିଛନ୍ତି।ତାହା କାର୍ଯ୍ୟକାରିଣୀ ବୈଠକରେ ଗୃହୀତ ହେଲା।ପରବର୍ତ୍ତୀ ନିର୍ବାଚନ ପର୍ଯ୍ୟନ୍ତ ଜିଲ୍ଲା ଉପସଭାପତି ଶ୍ରୀ ବିରେନ୍ଦ୍ର ବାଗ ସଭାପତି ଦାୟିତ୍ୱ ତୁଲାଇବା ପାଇଁ ମନୋନୀତ କରାଯାଇଛି।ପ୍ରକାଶ ଥାଉକି ଶ୍ରୀ ବାଗ ହରିପୁର ସଙ୍ଘ ର ବ୍ଲକ ଓ ଜିଲ୍ଲା ସଙ୍ଘ ର ବିଭିନ୍ନ ପଦ ପଦବୀରେ କାର୍ଯ୍ୟ କରି ଆସୁଥିଲେ।ଆଗାମୀ ନିର୍ବାଚନ ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇବେ। ସୂଚନାଯୋଗ୍ୟ ଯେ ଶ୍ରୀ ବାଗ ଜୁନାଗଡ଼ ସହରର ମୁଲ ବାସିନ୍ଦା ହୋଇଥିବାରୁ ଅଞ୍ଚଳର ଅନେକ ଶିକ୍ଷକ,ବୁଦ୍ଧିଜୀବୀ ଶୁଭେଚ୍ଛା ଜଣାଇଛନ୍ତି।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଡାବୁଗାଁ ଗ୍ରସ୍ତ 

Sunil Chandra Nayak

ଟ୍ରାକ୍ଟର ଓଲଟି ଦୁର୍ଘଟଣା ୧୫ ଜଣ ଶ୍ରମିକ ଆହତ

Sunil Chandra Nayak

ଆଇନ ସେବା ସଚେତନତା ଶିବିର

masiha

Leave a Comment

error: Content is protected !!