ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଦିନିଆ ବର୍ଷା ଯୋଗୁଁ ମୁଗ ଚାଷୀ କ୍ଷତିଗ୍ରସ୍ତ

ଅଦିନିଆ ବର୍ଷା ଯୋଗୁଁ ମୁଗ ଚାଷୀ କ୍ଷତିଗ୍ରସ୍ତ

ମ.ରାମପୁର,୨୬/୨(ମସୀହା): ଚାଷୀଙ୍କ ଦୁଃଖ ର ଅନ୍ତ ନାହିଁ l କେତେ ବେଳେ ମରୁଡି ତ ଆଉ କେତେ ବେଳେ ରୋଗ ପୋକ ଯୋଗୁଁ ତା ଫସଲ ନଷ୍ଟ ହେଉଛି l ଫସଲ ଘରକୁ ନପହଞ୍ଚିବା ପର୍ଯ୍ୟନ୍ତ ଚାଷୀ ଶାନ୍ତିରେ ଶୋଇ ପାରେନାହିଁ l ଏବେ ମୁଗ ଫସଲ ଅମଳ ଚାଲିଥିଲା l ଚାଷୀ ମୁଗ ଗଛ ଉପାଡି ବିଲରେ ସୁଖାଇ ରଖିଥିଲେ l ଶୁଖିଲା ପରେ ଘରକୁ ଆଣି ବିକ୍ରି କରି ଦୁଇ ପଇସା ପାଇଥାନ୍ତା l ହେଲେ ଅଦିନିଆ ବର୍ଷା ଯୋଗୁଁ ଅଞ୍ଚଳ ର ଅନେକ ଚାଷୀଙ୍କ ମୁଗ ଫସଲ ନଷ୍ଟ ହୋଇ ଯାଇଛି l ପାଣି ରେ ଭିଜି ମୁଗ ଗୁଡିକରେ ଗଜା ବାହାରି ପଡ଼ିଛି l ଫଳରେ ମୁଗ ଚାଷୀ ଚିନ୍ତାରେ ପଡ଼ି ଯାଇଛନ୍ତି l ଏଥିପ୍ରତି ପ୍ରଶାସନ ବିହିତ ଦୃଷ୍ଟି ଦେଇ ମୁଗ ଚାଷୀଙ୍କୁ କ୍ଷତି ପୁରାଣ ଦେବା ପାଇଁ ଚାଷୀ ଦେବାର୍ଚ୍ଚନ ମହାଖୁଡ, ବିନୋଦ ମହାଖୁଡ, ପ୍ରଶାନ୍ତ ସାମନ୍ତରା, ରାମେଶ୍ବର ତ୍ରିପାଠୀ ପ୍ରମୁଖ ଦାବି ଜଣାଇଛନ୍ତି l

ମ.ରାମପୁର ରୁ ପରମାନନ୍ଦ ବିଶିଙ୍କ ରିପୋର୍ଟ

Related posts

ବ୍ଲକ ଓ ଏନ ଏ ସି ସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ

masiha

ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ 

Sunil Chandra Nayak

ଶିଶୁ ଓ ମହିଳା ବନ୍ଧୁ ଗ୍ରାମ ପଞ୍ଚାୟତ ସମ୍ବନ୍ଧୀୟ ଜାତୀୟ କର୍ମଶାଳା ରେ ଯୋଗ ଦେବା ପାଇଁ କଳାହାଣ୍ଡି ଜନ ପ୍ରତିନିଧି ଙ୍କ ଭୁବନେଶ୍ୱର ଯାତ୍ରା

Sunil Chandra Nayak

Leave a Comment

error: Content is protected !!