ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଡ଼ି କାର୍ଡ ପାଇବାକୁ ବ୍ଲକ କାର୍ଯ୍ୟାଳୟ କୁ ଦୌଡ଼ି ଦୌଡ଼ି ନୟାନ୍ତ

ପଡ଼ି କାର୍ଡ ପାଇବାକୁ ବ୍ଲକ କାର୍ଯ୍ୟାଳୟ କୁ ଦୌଡ଼ି ଦୌଡ଼ି ନୟାନ୍ତ

ନବରଙ୍ଗପୁର (୨୬/୨) ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ସଦରମହକୁମା ହାଟପଦା ସାହି ର, ୫ ଖଣ୍ଡ ପରିବାର ୨ବର୍ଷ ହେଲାଣି ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ଯାଏ ସବୁଟି ଗୁହାରି କରୁଛନ୍ତି ସତ, ହେଲେ ତାଙ୍କ ଗୁହାରି ସରକାରୀ ଅଧିକାରୀ ମାନେ ଶୁଣି ବାକୁ ନାରାଜ। କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ପରିବାର ପାଇଁ ମାଗଣାରେ ହିତାଧିକାରୀ ଙ୍କୁ ଚାଉଳ ମାଣ୍ଡିଆ ପ୍ରଧାନ ମନ୍ତ୍ରୀ ଙ୍କ ଗରିବ କଲ୍ୟାଣ ଯୋଜନା ରେ ୧ହଜାର ଟଙ୍କା ସରକାର ଯୋଗାଇ ଦେଇଛନ୍ତି।ହେଲେ ବ୍ଲକ ସଦର ମହକୁମା ପଞ୍ଚାୟତ ର ହିତାଧିକାରୀ ଙ୍କୁ ପଡ଼ି କାର୍ଡ ମିଳି ପାରି ନାହିଁ। ତାଙ୍କ କହିବା ହେଲା ଆମେ କଣ ନିର୍ବାଚନ ରେ ଭୋଟ ଦେଉନୁ କି, ଆମେ ଗରିବ ନୁହ କି ଆମକୁ କାହିଁକି ଜନପ୍ରତିନିଧି ଓ ସରକାରୀ ବାବୁ ମାନେ ଏଭଳି ହନ୍ତସନ୍ତ କରୁଛନ୍ତି। ଗତ ତ୍ରୀସ୍ତରୀୟ ନିର୍ବାଚନ ବେଳେ ଜନ ପ୍ରତିନିଧି ମାନେ ଆବାସ ଯୋଜନା ରେ ଘର, ବିଧବା ଭତ୍ତା ଚାଉଳ କାର୍ଡ ଯୋଗାଇ ଦେବୁ ବୋଲି ଭୋଟ ନେଇଗଲେ।ହେଲେ ଏବେ ଗୁହାରି କରିଲେ ଶୁଣୁ ନାହାନ୍ତି। ଯଦି ଜନ ପ୍ରତିନିଧି ଓ ସରକାରୀ ବାବୁ ଆମ କଥା ଶୁଣୁ ନାହାନ୍ତି ହେଲେ ଆମ କଥା ପୁଣି ଶୁଣିବ କିଏ ବୋଲି ପଙ୍କଜ ଗରଡ଼ା, ସୁନୀତା ଗରଡ଼ା, ପ୍ରିନ୍ସ ଗରଡା, ମହେନ୍ଦ୍ର ବାଘ, ଭଗବତୀ ଭତ୍ରା, ବିପିନ କର୍କରା, ମୀନ କର୍କରା, ଯୋହନ କର୍କରା, ମରୀୟମ କର୍କରା ସମେତ ଅନ୍ୟ ମାନେ ଅଭିଯୋଗ କରିଛନ୍ତି।ଏ ନେଇ ଗୋଷ୍ଟି ଉନ୍ନୟନ ଅଧିକାରୀ ମନୋଜ କୁମାର ପାଣିଗ୍ରାହୀ ଙ୍କୁ ପଚାରିବାରୁ ଏ ନେଇ ଯୋଗାଣ ବିଭାଗ ଅଧିକାରୀ ଙ୍କ ସହିତ ଆଲୋଚନା କରି କେମିତି ହିତାଧିକାରୀ ମାନେ ପଡ଼ି କାର୍ଡ ପାଇବେ ଏହାର ବ୍ୟବସ୍ଥା କରିବେ ବୋଲି କହିଛନ୍ତି। ତେବେ ଦେଖାଯାଉ କେବେ ଗରିବ ହିତାଧିକାରୀ ପଡି କାର୍ଡ ପାଇବେ, ତାହା ଦେଖିବାକୁ ବାକି ରହିଲା l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ପୂର୍ବ କାଳରୁ ଦଖଲରେ ଥିବା ଜଗଂଲ ଜମି ରେ ଆଦିବାସୀ ମାନେ ଲାଲ ପତାକା ପୋତିଲେ 

masiha

ଫଲସlମାଳ ରେ ଆଦିବାସୀ ସମାବେଶ 

masiha

ନବ ନିର୍ମିତ ଶ୍ରୀଗୁଣ୍ଡିଚା ମନ୍ଦିର ରତ୍ନ ମୁଦ୍ରଣ ନିମନ୍ତେ କଳସ ଯାତ୍ରା

masiha

Leave a Comment

error: Content is protected !!