ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନବନିର୍ବାଚିତ ଅଧ୍ଯକ୍ଷ ଓ ଉପାଧ୍ଯକ୍ଷାଙ୍କ ଦାୟିତ୍ୱ ଗ୍ରହଣ

ଥୁଆମୂଳ ରାମପୁର:୫/୩- ମ.ନି.ସ:– କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ଯାଳୟ ଠାରେ ନିଜ ସମର୍ଥକଙ୍କ ଉପସ୍ଥିତିରେ ନବନିର୍ବାଚିତ ଅଧ୍ଯକ୍ଷ ଶ୍ରୀ ଦୟାନିଧି ମାଝୀ ଓ ଉପାଧ୍ଯକ୍ଷା ଶ୍ରୀମତୀ ଜୟନ୍ତୀ ମାଝୀ ନିଜନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ଗ୍ରହଣ କାର୍ଯ୍ୟକ୍ରମରେ ଦୁଇଗୋଟି ଜିଲ୍ଲାପରିଷଦ ସଦସ୍ଯା ଶ୍ରୀମତୀ ପ୍ରମୀଳା ମାଝୀ ଓ ଟୁନି ଖୋସ୍ଳା ଯୋଗଦେଇ ଥିବାବେଳେ ବିଜେଡି ନେତା ଶ୍ରୀ ମାଣିକ୍ଯ ଚନ୍ଦ୍ର ନାଏକ,ପୂର୍ବତନ ଅଧ୍ଯକ୍ଷା ଶ୍ରୀମତୀ ଶାନ୍ତି ମାଝୀ ପୂର୍ବତନ ଉପାଧ୍ୟକ୍ଷ ଶ୍ରୀ ଗୋବିନ୍ଦ ପ୍ରଧାନୀ, ବ୍ଳକ ବିଜେଡି ଦଳ ସଭାପତି ଶ୍ରୀ କପିଳାସ ନାଏକ, ପୂର୍ବତନ ବିରିକୋଟ ସମିତି ସଭ୍ଯ ଶ୍ରୀ ପବିତ୍ର ନାଏକ ସମେତ୍ ନବନିର୍ବାଚିତ ସମିତି ସଭ୍ଯ ସଭ୍ଯା ସରପଞ୍ଚ ଦଳୀୟ କର୍ମୀ ଓ ବ୍ଳକ ପ୍ରଶାସନ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହିଥିଲେ।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ତୃପ୍ତି ରାଣୀ ପାତ୍ର ଙ୍କ କବିତା ଅଭୁଲା ସ୍ମୃତି

Sunil Chandra Nayak

ଖପରାମାଲ ଗାଁ କୁ ନିଶା ମୁକ୍ତ କରିବାକୁ ଅଣ୍ଟା ଭିଡ଼ିଲେ ମହିଳା ଗୋଷ୍ଠୀ

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ସକଳ ଘଟେ ନାରାୟଣ

Sunil Chandra Nayak

Leave a Comment

error: Content is protected !!