ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କିଆଜୋଡି ଠାରେ ପୋଲ ନାଳରେ କାର ଲେଉଟି ଅଳ୍ପକେ ବର୍ତ୍ତିଲେ ତିନିଜଣ ଯାତ୍ରୀ

କିଆଜୋଡି ଠାରେ ପୋଲ ନାଳରେ କାର ଲେଉଟି ଅଳ୍ପକେ ବର୍ତ୍ତିଲେ ତିନିଜଣ ଯାତ୍ରୀ

ରାଜନଗର -29,2.024 “ଯାହାକୁ ରଖିବେ ଅନନ୍ତ କି କରି ପାରେ ବଳବନ୍ତ “ଭଗବାନଙ୍କର ଅପାର କରୁଣାରୁ କାରଟି ପୋଲ ନାଳରେ 5ଫୁଟ ପାଣିରେ ଲେଉଟି ପଡିଥିଲେ ମଧ୍ୟ ତିନିଜଣ ଯାତ୍ରୀଙ୍କୁ ଅକ୍ଷତ ଅବସ୍ଥାରେ ଲୋକମାନେ ଉଦ୍ଧାର କରିଛନ୍ତି। ଘଟଣାଟି ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ସାନଵଡ ଗୋପାଳପୁର ପଞ୍ଚାୟତ କିଆଜୋଡି ପୋଲ ନିକଟରେ ଏପରି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି । ଭାଟପଡା ଗ୍ରାମର ଵସନ୍ତ ସେଠିଙ୍କ ପୁଅ ତଥା ରାଜନଗର ବଡଦାଣ୍ଡର ଅଭୟ କୁମାର ସ୍ବାଇଁଙ୍କ ଜ୍ଵାଇଁ ମଣ୍ଟୁ ଏଵଂ ତାଙ୍କର ସାଙ୍ଗ ମିଶି କାରରେ ଭିତରକନିକା , ପେଣ୍ଠ ବୁଲିବାକୁ ଯାଇଥିଲେ। ଅପରାହ୍ନରେ ଘରକୁ ଫେରୁଥିବା ସମୟରେ ଭାରସାମ୍ୟ ହରାଇ କିଆଯୋଡି ପୋଲ ନିକଟ ନାଳକୁ କାରଟି ଖସିଯାଇ ପଲଟି ମାରିଥିଲା। ସ୍ଥାନୀୟ ଲୋକମାନେ ଦେଖି ପାଣିରେ ପଶି କାରରୁ ଲୋକମାନଙ୍କୁ ଉଦ୍ଧାର କରିଥିଲେ ମଧ୍ୟ କାହାର କିଛି କ୍ଷତି ହୋଇନଥିବା ଏଵଂ ଅତ୍ୟଧିକ ମଦ୍ୟପାନ କରି ଗାଡି ଚଲାଉଥିବାରୁ ଏପରି ଅଘଟଣ ଘଟିଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!!

Related posts

୭୮ତମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ

masiha

ପିଏମ୍ ଜନମନ ପରିଯୋଜନା ,ଟଲଣା ଶିବିରରେ ବ୍ୟାପକ ଜନସମାଗମ,ଦୁର୍ଗମ ଲହୁଣୀଖୁଣ୍ଟିରେ ତହସିଲ ଟିମ 

masiha

କଳାହାଣ୍ଡି ଉତ୍ସଵ ପାଇଁ ଆମପାଣି ବୁଢ଼ାରଜା ମନ୍ଦିରରୁ ବାହାରିଲା ମଶାଲ ଶୋଭାଯାତ୍ରା

Sunil Chandra Nayak

Leave a Comment

error: Content is protected !!