ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୂର୍ବରୁ ବିଭାଗୀୟ ମନ୍ତ୍ରୀଙ୍କୁ ଅଭିଯୋଗ ପରେ ଏବେ ବିଧାନସଭାରେ ବନବିଭାଗର ଦୁର୍ନୀତି ତାତି ବିଜେପୁର, ସିକେରକୁପା ସେକ୍ସନରେ ସବୁ ନିୟମକୁ ବେଖାତିର

ପୂର୍ବରୁ ବିଭାଗୀୟ ମନ୍ତ୍ରୀଙ୍କୁ ଅଭିଯୋଗ ପରେ

ଏବେ ବିଧାନସଭାରେ ବନବିଭାଗର ଦୁର୍ନୀତି ତାତି

ବିଜେପୁର, ସିକେରକୁପା ସେକ୍ସନରେ ସବୁ ନିୟମକୁ ବେଖାତିର

ଲାଞ୍ଜିଗଡ଼, ୨୫/୦୩(ମନିସ)-କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଜୟପାଟଣା ଥୁଆମୂଳ ରାମପୁର ଓ ଲାଞ୍ଜିଗଡ ବ୍ଲକରେ ବନବିଭାଗ ଦ୍ୱାରା କୋଟିକୋଟି ଟଙ୍କା ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଜୟପାଟଣା ରେଞ୍ଜ ଅଧୀନରେ କାର୍ଯ୍ୟରତ ଜଣେ ଫରେଷ୍ଟରଙ୍କ ବିରୁଦ୍ଧରେ ଇଡି ତଦନ୍ତ ଜାରି ରହିଛି। ସେହିପରି ଥୁଆମୂଳ ରାମପୁର ବନାଞ୍ଚଳରେ ମଧ୍ୟ ଜଣେ ଫରେଷ୍ଟରଙ୍କୁ ନିଲମ୍ବିତ କରାଯାଇଛି। କିନ୍ତୁ ଉଭୟ ଜୟପାଟଣା ଓ ଥୁଆମୂଳ ରାମପୁର ବନାଞ୍ଚଳଠାରୁ ମଧ୍ୟ ଅଧିକ ପରିମାଣର ଦୁର୍ନୀତି ହୋଇଥିଲେ ହେଁ କାର୍ଯ୍ୟାନୁଷ୍ଠାନ ତ ଦୂରର କଥା ଆଜିଯାଏଁ ତଦନ୍ତ ସୁଦ୍ଧା ହୋଇନାହିଁ। ଏପରିକି ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ବନାଞ୍ଚଳ ସିକେରକୁପା ଓ ବିଜେପୁର ସେକ୍ସନରେ ହୋଇଥିବା ଦୁର୍ନୀତିର ତଦନ୍ତ ଭାର ଭିଜିଲାନ୍ସ କିମ୍ବା ଇଡି ଦ୍ୱାରା କରାଇବାକୁ ଦାବି ଜୋରଦାର ହେଉଥିବାବେଳେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ କଳାହାଣ୍ଡି ଗସ୍ତ ସମୟରେ ତାଙ୍କୁ ଭେଟି ଅଭିଯୋଗ କରିଥିଲେ ଲୋକେ। କିନ୍ତୁ ବିଭାଗୀୟ ମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ପରେ ବି କୌଣସି ସୁଫଳ ମିଳିନାହିଁ। ଏହାକୁ ନେଇ ଅଞ୍ଚଳରେ ପୁଞ୍ଜିଭୂତ ଅସନ୍ତୋଷ ଜନ ଆନ୍ଦୋଳନର ରୂପ ନେବାକୁ ଯାଉଥିବାବେଳେ ଜିଲ୍ଲାର କୋଟି କୋଟି ଟଙ୍କାର ଜଙ୍ଗଲ ଦୁର୍ନୀତି ଏବେ ବିଧାନସଭାରେ ଉଠିଛି। ଏହି ସ୍ପର୍ଶକାତର ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଛନ୍ତି ଲାଞ୍ଜିଗଡ ବିଜେଡି ବିଧାୟକ ପ୍ରଦୀପ କୁମାର ଦିଶାରୀ। ଜଙ୍ଗଲ ଓ ପରିବେଶ ବିଭାଗର ଖର୍ଚ୍ଚ ଦାବି ଆଲୋଚନାରେ ଭାଗ ନେଇ ବିଧାୟକ ଜିଲ୍ଲାରେ ବିଶେଷ କରି ନିଜ ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ବନବିଭାଗର ବିଭିନ୍ନ ଅନୁଦାନ ହରିଲୁଟ ହେଉଥିବା ନେଇ ଅଭିଯୋଗ କରିବା ସହିତ ଏହାର ତଦନ୍ତ ଦାବି କରିଥିଲେ। ସେହିପରି ବନବିଭାଗର ଏହି ଅନିୟମିତତାକୁ ମହାଦୁର୍ନୀତି ବୋଲି ସେ କହିବା ସହିତ, ବନବିଭାଗର ତଳୁ ଉପର ଯାଏଁ ସମସ୍ତେ ଦୁର୍ନୀତିରେ ସମ୍ପୃକ୍ତ ଅଛନ୍ତି, ଯାହାକି ଖଜୁରୀ ଗଛର କି ଗୁଣ କି ଗାଇବି, ମୂଳରୁ ପାହାଚ ପାହାଚ ବୋଲି ସେ ଅଭିହିତ କରିଥିଲେ। ତେବେ ବିଧାନସଭାରେ ଜଙ୍ଗଲ ଦୁର୍ନୀତିକୁ ପ୍ରସଙ୍ଗ କରାଯିବା ପରେ ବିଶ୍ୱନାଥପୁର ବନାଞ୍ଚଳ ଅନ୍ତର୍ଗତ ସିକେରକୁପା ଓ ବିଜେପୁର ସେକ୍ସନ ଦାୟିତ୍ୱରେ ଥିବା ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ଛନକା ପଶିଛି। ଏବେ ସେମାନେ ପରସ୍ପର ଦୋଷ ଲଦାଲଦି ହେବା ଶୁଣିବାକୁ ମିଳୁଛି। ଅପରପକ୍ଷରେ ବିଶ୍ୱନାଥପୁର ବନାଞ୍ଚଳର ସିକେରକୁପା ଓ ବିଜେପୁର ଆଦି ଜଙ୍ଗଲରେ ନିଆଁ ଲାଗିବା ଆରମ୍ଭ ହୋଇଥିବାବେଳେ ଏଥିରେ ମଧ୍ୟ ଉଦାସୀନତା ଦେଖିବାକୁ ମିଳିଛି। ତେବେ ନିଜ ମୁଣ୍ଡ ଉପରୁ ଦୋଷ ଖସାଇଦେବାକୁ ଯାଇ ବିଜେପୁର ସେକ୍ସନ ଘାଟିକୁଣ୍ଡରୁ ଅଞ୍ଚଳର ୬ ଜଣ ବ୍ୟକ୍ତିଙ୍କୁ ବେନିୟମ ଗଛ କାଟିବା ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ତେବେ ଉଭୟ ସେକ୍ସନର ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ଦୁର୍ନୀତି ଉପରେ କିନ୍ତୁ ଆଜି ପର୍ଯ୍ୟନ୍ତ ଲଗାମ ଲାଗିନାହିଁ।ଏହାକୁ ନେଇ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଥିବାବେଳେ ଏହାର ଉଚ୍ଚସ୍ତରୀୟ ତଦନ୍ତ ସହିତ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି। 

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

କାଶ୍ମୀର ପହେଲଗାମ ରେ ଉଗ୍ରପନ୍ଥୀଙ୍କ ନରସଂହାର ପ୍ରତିବାଦରେ ସି ପି ଆଇ ଏମ୍ ର ବିକ୍ଷୋଭ, ନିରୀହ ମୃତକ ଙ୍କୁ ଶ୍ରଦ୍ଧାଞ୍ଜଳୀ ସହ ସନ୍ସାସ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ

masiha

୪୨ମୌଜାର ମୌଳିକ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କୁ ଚିଠି 

masiha

କର୍ଲାମୁଣ୍ଡାରେ ପେନସନ ଭୋଗୀ କଳାକାର ସଂଘର ନୂଆଁଖାଇ ଭେଟଘାଟ

Sunil Chandra Nayak

Leave a Comment

error: Content is protected !!