ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୁଥ ସ୍ତରୀୟ ଅଧିକାରୀ ଓ ସେକ୍ଟର ଅଧିକାରୀଙ୍କ ତାଲିମ ଶିବିର ଅନୁଷ୍ଠିତ 

ବୁଥ ସ୍ତରୀୟ ଅଧିକାରୀ ଓ ସେକ୍ଟର ଅଧିକାରୀଙ୍କ ତାଲିମ ଶିବିର ଅନୁଷ୍ଠିତ 

ରାୟଗଡା ତା 2.3.2024 // ଚଳିତ ମାସରେ ନିର୍ବାଚନ ତାରିଖ ଘୋଷଣା ହେବାକୁ ଅଛି। ଜିଲ୍ଲା ପ୍ରଶାସନ ତରଫରୁ ପୂର୍ବ ପ୍ରସ୍ତୁତି ଜୋର୍ ଧରିଛି। ଗତ ଫେବ୍ରୁଆରି 29 ତାରିଖ ଦିନ ଜଲ୍ଲାର ସମସ୍ତ ସେକ୍ଟର ଅଧିକାରୀଙ୍କ ତାଲିମ ପରେ ଶନିବାର ଦିନ ବୁଥ ସ୍ତରୀୟ ଅଧିକାରୀଙ୍କ ତାଲିମ ରାୟଗଡା ନିର୍ବାଚନ ମଣ୍ଡଳୀର ସମସ୍ତ ବ୍ଳକ ଓ ପୌରାଞ୍ଚଳ ସ୍ତରରେ ଅନୁଷ୍ଠିତ ହୋଇଯାଇଅଛି। ରାୟଗଡା ବ୍ଲକ ସ୍ତରରେ ବିଡିଓ ଅମୂଲ୍ୟ କୁମାର ସାହୁ, ଗୋପାଳ ପଣ୍ଡା ଓ ନୀଳାଞ୍ଚଳ ମିଶ୍ର ଏହି ତାଲିମ ପ୍ରଦାନ କରିଥିଲେ। କାଶୀପୁର ବ୍ଳକ ରେ ବିଡିଓଙ୍କ ସମେତ ଅକ୍ଷୟ ମହାନ୍ତି ଓ ନିରଞ୍ଜନ ନାୟକ ଏବଂ ରାୟଗଡା ପୌରାଞ୍ଚଳରେ ବିକ୍ରମାଦିତ୍ୟ ମହପାତ୍ର ଓ ବୁଲୁ ସେଠୀ ତାଲିମ ପ୍ରଦାନ କରିଥିଲେ। ନିରନ୍ତର ସଂଶୋଧନ ପ୍ରକ୍ରିୟା, ଅନୁପସ୍ଥିତି ଭୋଟରଙ୍କ ଭୋଟ ଗ୍ରହଣ, ଭୋଟର ସୂଚନା ପତ୍ର ବଣ୍ଟନ ସହ ଭୋଟଗ୍ରହଣ ଦିନ ଭୋଟର ସହାୟତା କେନ୍ଦ୍ର ଖୋଲିବା ଏବଂ ପୋଷ୍ଟାଲ ବ୍ୟାଲଟ ପ୍ରକ୍ରିୟା ବିଷୟରେ ତାଲିମ ପ୍ରଦାନ କରାଯାଇଥିଲା । ନିର୍ବାଚନ ପ୍ରକ୍ରିୟାକୁ ଅବାଧ, ସ୍ଵଚ୍ଛ ଓ ନିରପେକ୍ଷ କରିବା ନିମନ୍ତେ ଉପଜିଲ୍ଲାପାଳ କଲ୍ଯାଣୀ ସଂଘମିତ୍ରା ଦେବୀ ବୁଥ ଅଧିକାରୀଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ନ ବୋଲି କହିବା ସହ ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ବାଦ୍ ପାଇଥିବା ଯୋଗ୍ୟ ବ୍ୟକ୍ତି ନିଜ ନାମ ଭୋଟର ତାଲିକାରେ ପଞ୍ଜୀକରଣ ନିମନ୍ତେ ଦରଖାସ୍ତ କରିପାରିବେ ବୋଲି କହିଛନ୍ତି।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବାଇକ୍ ଦୁର୍ଘଟଣାରେ ଦୁଇ ଆହତ 

masiha

ଜିଲ୍ଲାସ୍ତରୀୟ କୃଷି ମେଳା ଓ କୃଷି ଯନ୍ତ୍ରପାତି ମେଳା ଉଦ୍ଘାଟିତ

masiha

ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା ଘର ୪ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତି ପୋଡ଼ି ପାଉଁଶ

masiha

Leave a Comment

error: Content is protected !!