ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୁଶୁର୍ଲାରେ ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ହରଗୌରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୁଶୁର୍ଲା ଠାରେ ୮ଦିନ ବ୍ୟାପୀ ଚାଲିଥିବା ବାଳିକା ଆତ୍ମ ସୁରକ୍ଷା ଶିବିର ଉଦଯାପିତ ହୋଇଯାଇଛି l ଅଧ୍ୟକ୍ଷ ସୁବୋଧ କୁମାର ଶତପଥୀଙ୍କ ଅଧ୍ୟକ୍ଷତାରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା l ଏହି ସଭାରେ ଅଧ୍ୟାପକ ଗଗନ ବିହାରୀ ମହାପାତ୍ର, ଲମ୍ବୋଦର ସାହୁକାର, ପ୍ରସନ୍ନ କୁମାର ବେହେରା, ଶିବାଜୀ ବାରିକ ପ୍ରମୁଖ ଉପସ୍ଥିତ ଥିଲେ l ପ୍ରଶିକ୍ଷିକା ବର୍ଷା ପ୍ରିୟଦର୍ଶିନୀ ୮ଦିନ ବ୍ୟାପୀ ବାଳିକା ମାନଙ୍କୁ ତାଲିମ ପ୍ରଦାନ କରିଥିବା ବେଳେ ଏଥିରେ ୧୩୧ ଜଣ ଛାତ୍ରୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇ ଥିଲା l ଖେଳ ଶିକ୍ଷକ ରାଜ୍ କିଶୋର ରଣା ଧନ୍ୟବାଦ ଅର୍ପଣ କରିଥିଲେ l ସେହିପରି ରିଷିଡ଼ା ଜେ.କେ. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ମଧ୍ୟ ଆତ୍ମ ସୁରକ୍ଷା ଶିବିର ଉଦଯାପିତ ହୋଇଯାଇଛି l କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା।

Related posts

କେସିଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷ ହେଲେ ଚନ୍ଦନ ସେନାପତି, ୧୫-୧୧ ଭୋଟରେ ଶ୍ରୀମତି ରାଜଲକ୍ଷ୍ମୀ ପଟ୍ଟନାୟକଙ୍କୁ ପରାସ୍ତ କଲେ

Sunil Chandra Nayak

ପୁରୀ ପରିକ୍ରମା ପ୍ରକଳ୍ପ ଉପରେ ରହିତାଦେଶ ଲାଗୁ କରିବାକୁ ଯେଉଁ ଆବେଦନ ହୋଇଥିଲା ତାହାକୁ ରଦ୍ଦ କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ

ମ.ରାମପୁର ଶ୍ରୀରାମଲୀଳା ମହୋତ୍ସବ

Sunil Chandra Nayak

Leave a Comment

error: Content is protected !!