ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ଇଂରାଜୀ ଅଧ୍ୟାପକ ରାଜୀବ ପାଲଙ୍କ ଦେହାନ୍ତ

ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ଇଂରାଜୀ ଅଧ୍ୟାପକ ରାଜୀବ ପାଲଙ୍କ ଦେହାନ୍ତ

ମୟୂରଭଞ୍ଜ – ୨/୦୩ ( ମସିହା) ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ଇଂରାଜୀ ଅଧ୍ୟାପକ ରାଜୀବ ପାଲଙ୍କ ଦେହାନ୍ତ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଶୁକ୍ରବାର ରାତିରେ ଦେହାନ୍ତ ହୋଇଯାଇଛି । ତାଙ୍କର ମର ଶରୀରକୁ ୩ ନମ୍ବର ଓ୍ବାର୍ଡ ମନ୍ଦିର ସାହି ନିକଟସ୍ଥ ବାସ ଭବନକୁ ଅଣା ଯାଇଥିଲା । ରାଇରଙ୍ଗପୁର ମନ୍ଦିର ସେ ଦିର୍ଘ ଦିନ ହେଲା କିଡନୀ ଜନିତ ରୋଗରେ ପିଡୀତ ଥିଲେ । ତାଙ୍କ ବିୟୋଗରେ ରାଇରଙ୍ଗପୁରରେ ଶୋକରେ ଛାୟା ଖେଳିଯାଇଛି ।ସେ ଜଣେ ଅମାୟିକ, ଛାତ୍ର ଵତ୍ସଳ, ଧର୍ମପରାୟଣ, ମିଷ୍ଟଭାଷୀ, ପରୋପକାରୀ ବ୍ୟକ୍ତି ଥିଲେ । ତାଙ୍କର ଦେହାନ୍ତ ଖବର ପାଇ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ଅଧ୍ୟାପକ,ଅଧ୍ଯାପିକା, ଛାତ୍ରୀମାନେ ତାଙ୍କ ବାସ ଭବନକୁ ଯାଇ ଶେଷ ଦର୍ଶନ ସହପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ତଦସହ ତାଙ୍କ ହାଇସ୍କୁଲ ବେଚ୍,+୨ କଲେଜ ଵେଚ,ଅନର୍ସ ବେଚ,ପିଜି ବେଚର ସାଙ୍ଗ ସାଥି ,ଜ୍ଞାତି ପରିଜନ,ବଂଧୁ ବାନ୍ଧବ ପ୍ରମୁଖ ଖବର ପାଇ ତାଙ୍କ ବାସ ଭବନରେ ପହଞ୍ଚି ତାଙ୍କ ପ୍ରିୟ ସାଥୀଙ୍କୁ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ।ପରେ ରାଇରଙ୍ଗପୁର ସ୍ଵର୍ଗ ଦ୍ଵାରରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଛି ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

କୌଶଳ ଭିତିକ ଶିକ୍ଷା ଯୁବତୀ ମାନଙ୍କୁ ଆତ୍ମନିର୍ଭରଶୀଳ କରିବ –ଜିଲ୍ଲାପାଳ

masiha

ବଡ଼ ଜାମବିଲା ଛକ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମୃତ ଦୁଇ ଗୁରୁତର ଆହତ , ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

Sunil Chandra Nayak

ଦେଓମାଳି ପାଇଁ ଆଗେଇ ଆସିଲା ଜିଲ୍ଲା ପ୍ରଶାସନ, ଦେଓମାଳି ସୁରକ୍ଷା ଓ ସ୍ୱେଚ୍ଛତା କୁ ଦେଲେ ଗୁରୁତ୍ୱ

masiha

Leave a Comment

error: Content is protected !!