ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ଇଂରାଜୀ ଅଧ୍ୟାପକ ରାଜୀବ ପାଲଙ୍କ ଦେହାନ୍ତ

ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ଇଂରାଜୀ ଅଧ୍ୟାପକ ରାଜୀବ ପାଲଙ୍କ ଦେହାନ୍ତ

ମୟୂରଭଞ୍ଜ – ୨/୦୩ ( ମସିହା) ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ଇଂରାଜୀ ଅଧ୍ୟାପକ ରାଜୀବ ପାଲଙ୍କ ଦେହାନ୍ତ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଶୁକ୍ରବାର ରାତିରେ ଦେହାନ୍ତ ହୋଇଯାଇଛି । ତାଙ୍କର ମର ଶରୀରକୁ ୩ ନମ୍ବର ଓ୍ବାର୍ଡ ମନ୍ଦିର ସାହି ନିକଟସ୍ଥ ବାସ ଭବନକୁ ଅଣା ଯାଇଥିଲା । ରାଇରଙ୍ଗପୁର ମନ୍ଦିର ସେ ଦିର୍ଘ ଦିନ ହେଲା କିଡନୀ ଜନିତ ରୋଗରେ ପିଡୀତ ଥିଲେ । ତାଙ୍କ ବିୟୋଗରେ ରାଇରଙ୍ଗପୁରରେ ଶୋକରେ ଛାୟା ଖେଳିଯାଇଛି ।ସେ ଜଣେ ଅମାୟିକ, ଛାତ୍ର ଵତ୍ସଳ, ଧର୍ମପରାୟଣ, ମିଷ୍ଟଭାଷୀ, ପରୋପକାରୀ ବ୍ୟକ୍ତି ଥିଲେ । ତାଙ୍କର ଦେହାନ୍ତ ଖବର ପାଇ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ଅଧ୍ୟାପକ,ଅଧ୍ଯାପିକା, ଛାତ୍ରୀମାନେ ତାଙ୍କ ବାସ ଭବନକୁ ଯାଇ ଶେଷ ଦର୍ଶନ ସହପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ତଦସହ ତାଙ୍କ ହାଇସ୍କୁଲ ବେଚ୍,+୨ କଲେଜ ଵେଚ,ଅନର୍ସ ବେଚ,ପିଜି ବେଚର ସାଙ୍ଗ ସାଥି ,ଜ୍ଞାତି ପରିଜନ,ବଂଧୁ ବାନ୍ଧବ ପ୍ରମୁଖ ଖବର ପାଇ ତାଙ୍କ ବାସ ଭବନରେ ପହଞ୍ଚି ତାଙ୍କ ପ୍ରିୟ ସାଥୀଙ୍କୁ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ।ପରେ ରାଇରଙ୍ଗପୁର ସ୍ଵର୍ଗ ଦ୍ଵାରରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଛି ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ପୁନର୍ବାର ଆରବୀ ଓ ଫରାସୀ ଭାଷାରେ ଅନୁବାଦ ହେଲା ଡ଼. ନିଆଲଙ୍କ କବିତା

Sunil Chandra Nayak

ଡିଏଫଓ ସଚିନ ଅନ୍ନାସାହେବ ଓହୋଲଙ୍କ ନିର୍ଦ୍ଦେଶରେ ରାୟଗଡ଼ ବନଖଣ୍ଡରେ ନିୟମିତ କ୍ଷେତ୍ର ପରିଦର୍ଶନ, ହାତୀ ଗତିବିଧିର ସମୀକ୍ଷା

Sunil Chandra Nayak

ନୂଆପଡ଼ାରେ ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟ ସମୀକ୍ଷା ବୈଠକ: ଶିଶୁ ଓ ମାତୃ ମୃତ୍ୟୁ ହାରକୁ ରାଜ୍ୟରେ ସର୍ବନିମ୍ନ ସ୍ତରକୁ ଆଣିବା ଲକ୍ଷ୍ୟ  

Sunil Chandra Nayak

Leave a Comment

error: Content is protected !!