ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳମଣି ସେବା ସଂସ୍ଥା ଦ୍ୱାରା ଏନଏସି ସଫେଇ କର୍ମଚାରୀ ଙ୍କୁ ସମ୍ବର୍ଦ୍ଧନା 

ଉତ୍କଳମଣି ସେବା ସଂସ୍ଥା ଦ୍ୱାରା ଏନଏସି ସଫେଇ କର୍ମଚାରୀ ଙ୍କୁ ସମ୍ବର୍ଦ୍ଧନା 

 ଜୁନାଗଡ଼୩/୩:(ମ ନି ସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ଭୈରବ ନଗର ପୂଜା ମଣ୍ଡପ ଠାରେ ଉତ୍କଳମଣି ସେବା ସଂସ୍ଥା ଦ୍ୱାରା ଜୁନାଗଡ ବିଜ୍ଞାପିତ ଅଂଚଳ ପରିଷଦ ର ସମସ୍ତ ସଫେଇ କର୍ମଚାରୀ ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ଏହି ଅବସରରେ ଅନୁଷ୍ଠିତ ସଭା ରେ ସଂସ୍ଥା ର ସଭାପତି ମଧୁସୂଦନ ପଣ୍ଡା ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଜୁନାଗଡ଼ ବିଜ୍ଞାପିତ ଅଂଚଳ ପରିଷଦ ର ନଗରପାଳ ମୁକେଶ ଅଗ୍ରୱାଲ, ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷା ହିମାଦ୍ରୀ ନାଏକ, ମୁଖ୍ୟବକ୍ତା ଭାବେ କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିଅନ ସାଧାରଣ ସମ୍ପାଦକ ଶ୍ରୀ ସନ୍ତୋଷ କୁମାର ସିଂହଦେଓ ଯୋଗଦାନ କରି ସଫେଇ କର୍ମଚାରୀ ମାନେ ହେଉଛନ୍ତି ସମାଜ ର ପ୍ରକୃତ ଯୋଦ୍ଧା କୋଭିଡ ସମୟରେ ସେମାନଙ୍କ କାର୍ଯ୍ୟ ବେଶ ଉଲ୍ଲେଖନିୟ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ l ସଂସ୍ଥା ର ସମ୍ପାଦକ ଶ୍ରୀ ଅଜୟ କୁମାର ଦାସ ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ସଂସ୍ଥା ର ବରିଷ୍ଠ ସଦସ୍ୟ ଉଦ୍ଧବ ସାହୁ,ଦାମୋଦର ବେହେରା,ଅଶୋକ ସାହୁ, ଜୟନ୍ତ ଜେନା, ନିରଞ୍ଜନ ସାହାଣୀ,ରଶ୍ମି ରଞ୍ଜନ ନାୟକ କାଉନସିଲର ହିମାଦ୍ରୀ ସିନ୍ଦୁର ପ୍ରମୁଖ ଉଦବୋଧନ ଦେବା ସହ ସଫେଇ କର୍ମଚାରୀ ମାନଙ୍କ ସମାଜ ପ୍ରତି କିଭଳି ଅବଦାନ ରହିଛି ସେ ସମ୍ପର୍କ ରେ ଆଲୋକପାତ କରିଥିଲେ l ସଭା ପରିଚାଳନା କରିଥିଲେ ନବଘନ ସାହୁ ,ଶେଷରେ ସଭା ର ସଭାପତି ଶ୍ରୀ ପଣ୍ଡା ଉପସ୍ଥିତ ସମସ୍ତ ଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ l

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ରାଜ୍ୟସ୍ତରୀୟ ରାଜୀବ ଗାନ୍ଧୀ ସେବା ପୁରସ୍କାର 2025 ରେ ସମ୍ମାନିତ ହେଲେ ଡା ରାଧାରାଣୀ ନାୟକ 

Sunil Chandra Nayak

ଚାରିଦିନ ହେଲା BSNL ସେବା ଠପ

ଅକ୍ଷୟ ତୃତୀୟାରେ ପୁରୁଷୋତ୍ତମପୁରରେ ‘ଅଖିମୁଠି ବପନ’—କୃଷିର ଶୁଭାରମ୍ଭ

Sunil Chandra Nayak

Leave a Comment

error: Content is protected !!