ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ତାଳଚୁଆ ଅଞ୍ଚଳରେ ଦୁଃଖର ଲହରୀ ଖେଳିଯାଇଛି,ଗୋଟିଏ ଘରେ ବାପା ମା ପୁଅଙ୍କ ଶବ ଉଦ୍ଧାର

ତାଳଚୁଆ ଅଞ୍ଚଳରେ ଦୁଃଖର ଲହରୀ ଖେଳିଯାଇଛି,ଗୋଟିଏ ଘରେ ବାପା ମା ପୁଅଙ୍କ ଶବ ଉଦ୍ଧାର

ରାଜନଗର-୩.୨.୦୨୪କେଦ୍ରାପଡା‌‌ ଜିଲ୍ଲା ରାଜନଗର ବ୍ଲକ ତାଳଚୁଆ ମେରାଇନ ଥାନା ଅନ୍ତର୍ଗତ ରାଜେନ୍ଦ୍ରନଗର‌ ଗ୍ରାମରେ ବନ୍ଦ କୋଠରୀ ମଧ୍ୟରୁ ଗୋଟିଏ ପରିବାରର ବାପା ମା ଓ ପୁଅଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏପରି ଦୁଃଖଦ ଅଭାବନୀୟ ଘଟଣାରେ ରାଜେନ୍ଦ୍ର ନଗର ସମେତ ଅଞ୍ଚଳରେ ଶୋକର ଲହରୀ ଖେଳିଯାଇଛି।ଖବରପାଇ ତାଳଚୁଆ ପୋଲୀସ ଓ ମାଜିଷ୍ଟ୍ରେଟ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ପ୍ରକାରେ ମୃତ୍ୟୁର କାରଣ ଯଦିଓ ଅସ୍ପଷ୍ଟ ରହିଛି,ଗତକାଲି ରାତିରେ କୋୖଣସି କାରଣରୁ ମୃତକଙ୍କ ଘରୁ ପରିବାର ମଧ୍ୟରେ ପାଟି ଶୁଭୁଥିଲା।ଆଜି ସକାଳୁ ଗ୍ରାମବାସୀ ସୁଦାମ ମଣ୍ଡଳଙ୍କ (ପିତା) ମୃତ ଦେହ ଵାହାରେ ଝୁଲୁଥିବା ଦେଖି ମେରାଇନ ଥାନାକୁ ଖବର ଦେଇଥିଲେ।ପୋଲିସ ପହଞ୍ଚି ସୁଦାମଙ୍କ ମୃତଦେହ ଉଦ୍ଧାର କରିବା ସହ ଘରଭିତରେ ମା ଜୟନ୍ତୀ ମଣ୍ଡଳ ଓ ୨୫ଵର୍ଷିଆ ପୁଅ ପରିକ୍ଷିତ ମଣ୍ଡଳଙ୍କ ମୃତ ଦେହ ପଡିଛି ଏବଂ ତାଙ୍କ ପାଟିରୁ ଫେଣ ବାହାରୁ ଥିବାରୁ ବିଷ ପାନ କରିଥାଇ ପାରନ୍ତି ଵୋଲି ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି।ଗୋଟିଏ ଘରୁ ଗୋଟିଏ ପରିବାରରୁ ତିନିଜଣଙ୍କ ସନ୍ଦେହଜନକ ମୃତ୍ଵ୍ୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।ପୋଲିସ ମୃତ୍ୟୁର କାରଣ ଜାଣିବାକୁ ଛିନଭିନ କରୁଥିବା ବେଳେ ଇଉଡି କେଶ ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଵେ ଵୋଲି ପୋଲିସ ସୂଚନାରୁ ଜଣାପଡିଛି।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ

Related posts

ବେକ ରେ ରଶି ଲଗେଇ ଯୁବକ ର ଆତ୍ମହତ୍ୟା

Sunil Chandra Nayak

ଅବକାରୀ ବିଭାଗର ଚଢାଉ , ଦୁଇ ବେଆଇନ ମଦ ବ୍ୟବସାୟୀ ଗିରଫ

Sunil Chandra Nayak

ବଡ଼ ସରପୋଲୀ ଅସ୍ଥାୟୀ ପଞ୍ଚାୟତରୁ ଚୋରି 

masiha

Leave a Comment

error: Content is protected !!