ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼ ଓକିଲ ସଂଘ ତରଫରୁ ହାଇକୋର୍ଟ ମାନ୍ୟବର ବିଚାରପତିଙ୍କୁ ସମ୍ବର୍ଦ୍ଧନା 

ଧର୍ମଗଡ଼ ଓକିଲ ସଂଘ ତରଫରୁ ହାଇକୋର୍ଟ ମାନ୍ୟବର ବିଚାରପତିଙ୍କୁ ସମ୍ବର୍ଦ୍ଧନା 

ଓଡ଼ିଶା ଉଚ୍ଚନ୍ୟାୟାଳୟର ମାନ୍ୟବର ବିଚାରପତି ଶ୍ରୀ ଆନନ୍ଦ ଚନ୍ଦ୍ର ବେହେରା ଙ୍କ ପରିଦର୍ଶନ ଓ ସସ୍ତ୍ରୀକ ଧର୍ମଗଡ଼ ଭ୍ରମଣରେ ଆସିଥିବା ଅବସରରେ ସ୍ଥାନୀୟ ଓକିଲ ସଂଘ ତାଙ୍କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରିଛି l ମାନ୍ୟବର ବିଚାରପତି ଦମ୍ପତ୍ତି ପ୍ରାତଃ କାଳରେ ଧର୍ମଗଡ଼ ସ୍ଥିତ ଏସିଆ ପ୍ରସିଦ୍ଧ ପାରଦେଶ୍ୱର ମନ୍ଦିର ଯାଇ ମହାଦେବ ଦର୍ଶନ କରିବା ସହ ବିଶେଷ ପୂଜାର୍ଚ୍ଚନା କରାଇଥିଲେ l ପରବର୍ତ୍ତୀ ସମୟରେ ଧର୍ମଗଡ଼ ଓକିଲ ସଂଘ ର ନିମନ୍ତ୍ରଣ ରକ୍ଷାକରି ଧର୍ମଗଡ଼ କୋର୍ଟ ପରିସର ମଧୁବାବୁ ଭବନରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଯୋଗଦେଇଥିଲେ l ଓକିଲ ସଂଘ ତରଫରୁ ଉଭୟଙ୍କୁ ଭବ୍ୟ ସ୍ୱାଗତ କରିବା ସହ ବରିଷ୍ଠ ସଦସ୍ୟ ମାନଙ୍କ ଦ୍ୱାରା ଉପଢୌକନ ଓ ସ୍ମୁତି ଉପହାର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା l ବିଚାରପତି ଶ୍ରୀ ବେହେରା ପୂର୍ବରୁ ଅତିରିକ୍ତ ଜିଲ୍ଲା ଦୌରା ଜଜ ଭାବେ ଧର୍ମଗଡ଼ ରେ ନ୍ୟାୟିକ ସେବା ପ୍ରଦାନ ସମୟର ଅନୁଭୂତି ଏକ ଭାବବିହ୍ଵଳ ବକ୍ତ୍ୟବ୍ୟ ମାଧ୍ୟମରେ ପରିପ୍ରକାଶ କରି ସ୍ଥାନୀୟ ଓକିଲ ସଂଘର ଭାଇଚାରା ଓ ଆତିଥ୍ୟକୁ ଭୁୟସୀ ପ୍ରଶଂସା କରିଥିଲେ l ଶ୍ରୀମତୀ ବେହେରା ମଧ୍ୟ ଅନୁରୂପ ଭାବେ ସଂଘ କୁ ପ୍ରଶଂସା କରିବା ସହ ସମ୍ପୃକ୍ତ ଅନେକ ଘଟଣାବଳୀର ଉପସ୍ଥାପନା କରି ଅଞ୍ଚଳ ପ୍ରତି ରହିଥିବା ଅନୁରକ୍ତି କୁ ପ୍ରକାଶ କରିଥିଲେ l ସରକାରୀ ଓକିଲ ରାଜେନ୍ଦ୍ର ମୁନି ସଭା ପରିଚାଳନା କରିଥିବା ବେଳେ ବରିଷ୍ଠ ସଦସ୍ୟ ଶ୍ରୀ ଚିନ୍ତାମଣି ପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଓ ଶ୍ରୀ ତୁଷାର ରଞ୍ଜନ ପଟ୍ଟଯୋଷୀ ଧନ୍ୟବାଦ ଅର୍ପଣ କରିଥିଲେ l ସହକାରୀ ଦୌରାଜଜ ଶ୍ରୀ ବିଶ୍ୱବିସୃତ କର ଓ ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟେଟ ଶ୍ରୀମତୀ ପ୍ରଜ୍ଞା ପାରମିତା ସ୍ୱାଇଁ ଉପସ୍ଥିତ ଥିଲେl ଓକିଲ ସଂଘ ର ସଭାପତି ଶ୍ରୀ ପ୍ରସନ୍ନ କୁମାର ଅଗସ୍ତି,ସମ୍ପାଦକ ବିଶ୍ୱନାଥ ମୁଣ୍ଡ, ଉପସଭାପତି ବିନୋଦ ନାୟକ, ସହ ସମ୍ପାଦକ ଜୟଦ୍ରଥ ମହାନନ୍ଦ ଓ ଅନ୍ୟାନ୍ୟ ପଦାଧିକାରୀ ମାନେ କାର୍ଯ୍ୟକ୍ରମ ଆୟୋଜନ କରିଥିବାବେଳେ ବରିଷ୍ଠ ସଦସ୍ୟ ଶ୍ରୀ ସୁନୀଲ କୁମାର ପାଢ଼ୀ, ଲଳିତ କିଶୋର ପଣ୍ଡା,ଭବାନୀ ଚରଣ ଦାସ, ସନ୍ତୋଷ କୁମାର ମେହେର, ଲିଙ୍ଗରାଜ ବେହେରା, ଧୀରେନ୍ଦ୍ରନାଥ ପାତ୍ର, ଦେବୀ ପ୍ରସାଦ ବେହେରା, ଥବିର ପ୍ରସାଦ ସାହୁ, ସୁମନ୍ତ କୁମାର ପଣ୍ଡା, ମିହିର ରଞ୍ଜନ ପଟ୍ଟଯୋଷୀ, କୃପାସିନ୍ଧୁ ପଣ୍ଡା,କମଳିନୀ ରଥ, ସଂଯୁକ୍ତା ପଣ୍ଡା,ରଶ୍ମିତା ମହାନନ୍ଦ, କଲ୍ୟାଣୀ ନାଏକ, ପୂର୍ଣଚନ୍ଦ୍ର ନାଗ, ହରିଶ୍ଚନ୍ଦ୍ର ବାଗ,ଅଜିତ ସାହୁ, ଭାବନୀ ଶଙ୍କର ପଣ୍ଡା, ସନ୍ତୋଷ ପାତ୍ର, ଆଶୁତୋଷ ପାତ୍ର, ଅଶୋକ ପୁରୋହିତ, ସମୀର ମୁଣ୍ଡ ପ୍ରମୁଖ ଶତାଧିକ ଓକିଲ ଯୋଗଦାନ କରିଥିଲେ l

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ବିଶ୍ଵ ପରିବେଶ ଦିବସରେ ପ୍ରକୃତି ମିତ୍ର ପୁରସ୍କାରରେ ସମ୍ମାନିତ ହେଲା ସରିଆଁ ହାଇସ୍କୁଲ

ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ ନେଇ ସପ୍ତମ ଦିନରେ ପହଞ୍ଚିଲା ଧାରଣା , ବଢ଼ିବାରେ ଲାଗିଛି ସମର୍ଥନ , ଧାରଣାରେ ବସିଲେ ଟେଣ୍ଟ ମାଲିକ ସଂଘ ଓ ଉତ୍କଳମଣି ସେବା ସଂଘ 

masiha

ଭାଷା ସୁରକ୍ଷା ସଂସ୍ଥାନ ଓ ବିଚ୍ଛିନ୍ନାଞ୍ଚଳ ଓଡ଼ିଆ ସମାଜ ତରଫରୁ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ 66ତମ ଜନ୍ମଦିନ ପାଳିତ

masiha

Leave a Comment

error: Content is protected !!