ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ମୃତ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ମୃତ

ନର୍ଲା:(ମନିସ)ନର୍ଲା ଥାନା ଅର୍ନ୍ତଗତ ଛତିକୁଡା ଛକ ଖଇରାମାଲ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଗତକାଲି ସନ୍ଧ୍ୟା ୫ଟା ସମୟରେ ଏକ ବୋଲେରୋ ଏବଂ ବୁଲେଟ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ବୁଲେଟ ଆରୋହି ଦୁଇ ଜଣ ଯୁବକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି।(କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ନମ୍ବର ରାଜପଥ) ଯୁବକ ଦୁଇ ଜଣ ହେଲେ ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ରୋଡ ପଞ୍ଚାୟତର କିଡିଙ୍ଗର ଜଗତାନନ୍ଦ ଶବର(୨୭) ଓ କପିଳାସ ରାଉତ (୨୪) ଦୁହେଁ ଖଇରାମାଲକୁ ଯାଇଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ମୁହାଁମୁହିଁ ହୋଇଥିବାରୁ ବୁଲେଟ ବୋଲେରୋ ଭିତରେ ପଶିଯାଇଥିଲା। ଜଣେ ବୁଲେଟ ଆରୋହି ବୋଲେରୋ ଉପରେ ପଡିଥିଲା ବେଳେ ଆଉ ଜଣେ ବୋଲେରୋ ଚକ ତଳେ ମୃତ ଅବସ୍ଥାରେ ପଡ଼ିଥିବା ଜଣାପଡିଛି। ବୋଲେରୋ ସାମ୍ନା ପଟ ସମ୍ପର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ଓ ଗାଡ଼ିରେ ବସିଥିବା ଚାଳକ ନର୍ଲାର ପ୍ରଦୀପ କୁମାର ଚୌଧୁରୀ ମଧ୍ୟ ଆହତ ହୋଇଛନ୍ତି। ଏହି ଘଟଣାର ଖବର ପାଇଁ ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ସଦର ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ କରାଯାଇଥିବା ଜଣାପଡ଼ିଛି।

ଦୀପକ ଠାକୁର/ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ନ୍ୟୁଜ

Related posts

ବିଜାତଳା ଧୋବାଡିହା ଛକରୁ ହାଇସ୍କୁଲ ରାସ୍ତା ଖଆଲଖମଆଲ ଭର୍ତ୍ତି, ପ୍ରଶାସନ ଦୃଷ୍ଟି ପାଇଁ ଦାବି 

masiha

କଲ୍ୟାଣୀ ପବ୍ଲିକ ସ୍କୁଲର 78ତମ ସ୍ବାଧିନତା ଦିବସ ପାଳିତ

masiha

ଶିଶୁବାଟିକା ଖୋଲିଦେଇ ଭୁଲିଗଲେ ସରକାର ବ୍ୟବସ୍ଥା ଶୂନ୍, ଅବସ୍ଥା ବେହାଲ୍ 

Sunil Chandra Nayak

Leave a Comment

error: Content is protected !!