ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡା ବ୍ଳକ ସ୍ତରୀୟ ପଞ୍ଚାୟତିରାଜ ଓ ଲୋକସେବା ଦିବସ ପାଳିତ 

ରାୟଗଡା ବ୍ଳକ ସ୍ତରୀୟ ପଞ୍ଚାୟତିରାଜ ଓ ଲୋକସେବା ଦିବସ ପାଳିତ 

ରାୟଗଡା ତା ୫.୩.୨୦୨୪ // ରାୟଗଡା ପଞ୍ଚାୟତ ସମିତି ସଦଭାବନା ଗୃହରେ ବ୍ଳକ ସ୍ତରୀୟ ପଞ୍ଚାୟତିରାଜ ଓ ଲୋକସେବା ଦିବସ ମଙ୍ଗଳବାର ଦିନ ପାଳିତ ହୋଇଯାଇଛି। ଅଧ୍ୟକ୍ଷା ସୁଶ୍ରୀ ଟୁନି ହୁଇକା, ଉପାଧ୍ୟକ୍ଷ ହର ପ୍ରାସାଦ ହେପୃକା, ବିଡିଓ ଅମୂଲ୍ୟ କୁମାର ସାହୁ, ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଉମା ମହେଶ୍ଵର ପଟ୍ଟନାୟକ, ସିଡିପିଓ ମୀନାକ୍ଷି ଦାଶ, ଜିଲ୍ଲା ମିସନ ଶକ୍ତି ପ୍ରକଳ୍ପ ମ୍ୟାନେଜର ସ୍ନେହଲତା ପାଢି, ଜିଲ୍ଲା ପୋଷଣ ସଂଯୋଜିକା, ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ପ୍ରମୂଖ ମଞ୍ଚାସୀନ ଥିଲେ। 

       କଳିଙ୍ଗ ବରପୁତ୍ର ବିଜୁପଟ୍ଟନାୟକଙ୍କ ତୈଳ ଚିତ୍ରରେ ପୁଷ୍ପମାଲ୍ଯ ଓ ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମ ପ୍ରାରମ୍ଭ ହୋଇଥିଲା। ବିଜୁବାବୁଙ୍କ ଜୀବନ କାହାଣୀ ଉପରେ ଆଧାରିତ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। ଓଡିଶା ଗଠନରେ ତାଙ୍କର ଅବଦାନ ଅତୁଳନୀୟ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଲୋକସେବା ଦିବସ ଅବସରରେ ସମସ୍ତ ସେବା ଯେପରି ଲୋକଙ୍କ ନିକଟରେ ପହଞ୍ଚିପାରିବ ସେଥିପ୍ରତି ସମସ୍ତେ ବ୍ରତୀ ହେବାକୁ ଅନୁରୋଧ କରାଯାଇଥିଲା । ଜିଲ୍ଲାରେ ପୋଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗାଜିଗାଁ ଗ୍ରାମ ପଞ୍ଚାୟତ କୁ ପଚାଶ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି । ସେହିପରି ତୃଣମୂଳ ସ୍ତରରେ ଲୋକଙ୍କ ସର୍ବାଙ୍ଗୀନ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ହାଲୁଆ ଗ୍ରାମ ପଞ୍ଚାୟତକୁ ପ୍ରଥମ ପୁରସ୍କାର ସ୍ଵରୂପ ଏକ ଲକ୍ଷ ପଚାଶ ହଜାର ଟଙ୍କା ଚେକ୍ ପ୍ରଦାନ କରାଯାଇଥିବାରୁ ରାୟଗଡା ପଞ୍ଚାୟତ ସମିତି ତରଫରୁ ସରପଞ୍ଚ ଶ୍ରୀ ତାମାରାଓ ହୁଇକା ଓ ନିର୍ବାହୀ ଅଧିକାରୀ ସୁରେନ୍ଦ୍ର କୁମାର ପାତ୍ରଙ୍କୁ ସମ୍ମାନିତ କରାଯାଇଥିଲା । ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ସମ୍ପୂର୍ଣ୍ଣ ପୋଷଣ ଯୋଜନା ଅନ୍ତର୍ଭୁକ୍ତ ସମସ୍ତ ପୋଷଣ ଖାଦ୍ୟର ଏକ ସଚେତନତା ଷ୍ଟଲ୍ ସମସ୍ତଙ୍କୁ ଆକୃଷ୍ଟ କରିଥିଲା। ପିଏ ଗୋପାଳ ପଣ୍ଡା କାର୍ଯ୍ୟକ୍ରମର ଆୟୋଜନ ଓ ପରିଚାଳନା କରିଥିଲେ ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବାଲିଗୁଡା ସହରରେ ପ୍ରବଳ ଥଣ୍ଡା ସହ କୁହୁଡି , ୧୦ଡିଗ୍ରୀ ତଳକୁ ଖସିଲା ପାରଦ

masiha

ସି ଆଇ ଟି ୟୁ ର ୫୬ ତମ ପ୍ରତିଷ୍ଠା ଦିବସ 

masiha

ବିମ୍ବୋଷ୍ଠୀ ଦେବୀଙ୍କ ଶୋକସଭା 

Sunil Chandra Nayak

Leave a Comment

error: Content is protected !!