ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଚର୍ଚ୍ଚା ରେ ଚଳ ଚଞ୍ଚଳ ପରଜଙ୍ଗ ନିର୍ବାଚନ ମଣ୍ଡଳୀ 

ଚର୍ଚ୍ଚା ରେ ଚଳ ଚଞ୍ଚଳ ପରଜଙ୍ଗ ନିର୍ବାଚନ ମଣ୍ଡଳୀ 

କାମାକ୍ଷାନଗର (ମନିସ )5/3/24 // ପରଜଙ୍ଗ ନିର୍ବାଚନ ମଣ୍ଡଳୀ ଏକ ବହୁ ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ।୨୦୦୯ମସିହାରେ ଏହି ନିର୍ବାଚନ ମଣ୍ଡଳୀ ସ୍ୱତନ୍ତ୍ର ଭାବେ ଗଠନ ହୋଇଥିଲା। ଏହି ନିର୍ବାଚନ ମଣ୍ଡଳୀ ଆଗରୁ ପାଲଲହଡା ନିର୍ବାଚନ ମଣ୍ଡଳୀରେ ରହି ଆସୁଥିଲା। କିନ୍ତୁ ଏବେ ୨୦୨୪ ନିର୍ବାଚନ ଯେତିକି ପଖଉଛି ସେତିକି ଚର୍ଚ୍ଚା ବିଷୟ ପାଲଟିଛି ପରଜଙ୍ଗ ନିର୍ବାଚନ ମଣ୍ଡଳୀ।ପରଜଙ୍ଗ ନିର୍ବାଚନ ମଣ୍ଡଳୀ ବିଧାୟକଙ୍କ କାର୍ଯ୍ୟକ୍ରମରେ ଅସନ୍ତୋଷ ହୋଇ ଦଳ ଛାଡ଼ୁଛନ୍ତି ହେବି ୱେଟ ନେତା ଓ ସମର୍ଥକ । ପୂର୍ବତନ ବ୍ଲକ ଅଧକ୍ଷ କାର୍ତ୍ତିକ ସାହୁ ଙ୍କୁ ବିଜେଡି ଦଳରୁ ବହିଷ୍କାର ହେବା ପରେ ଆଜି ଦଳଛାଡ଼ି ବିଜେପିର ମଙ୍ଗ ଧରି ଛନ୍ତି କାର୍ତ୍ତିକ ସାହୁ ଏବଂ ତାଙ୍କ ୫ଶହ ରୁ ଅଧିକ ସମର୍ଥକ। ଏହା ବିଜେଡିକୁ ଶକ୍ତ ଧକା କୁହା ଯାଇ ପାରେ।ବଢୁଛି ବିଜେଡି ବିଧାୟକ ନୃସିହିଁ ସାହୁଙ୍କ ଚିନ୍ତା। ୨୦୦୯ମସିହାରୁ ରୁ ହାଟ୍ରିକ ମାରି ଏବେଯାଏ ନିଜ ଗଡ଼ ବଯାଏ ରଖିଛି ବିଜୁ ଜନତା ଦଳ। ଏହି ଗଡ଼ ର ଭୋଟ ବ୍ୟବଧାନ ର ଇତିହାସ କହୁଛି ୨୦୦୯ ମସିହାରେ ବିଜେଡି ପ୍ରାଥୀ ନୃସିହିଁ ସାହୁ ୪୮୧୩୧ଭୋଟ ପାଇଥିବାବେଳେ ବିଜେପି ପ୍ରାଥୀ ବିଭୁତି ପ୍ରଧାନ ପାଇଥିଲେ ୪୨୯୪୩ଟି ଭୋଟ। ବିଜେଡି ପ୍ରାଥୀ ବିଜେପି ପ୍ରାଥୀ ଙ୍କଠାରୁ ୫୧୮୮ ଟି ଭୋଟ ପାଇ ଜୟ ଯୁକ୍ତ ହୋଇଥିଲେ ଡା ନୃସିହଁ ଚରଣ ସାହୁ ।୨୦୧୪ ମସିହା ବିଜେଡି ପ୍ରାଥୀ ଡା.ନୃସିହିଁ ଚରଣ ସାହୁ ୬୦୫୨୩(୪୦.୬%)ଟି ଭୋଟ ପାଇଥିବାବେଳେ ବିଜେପି ପ୍ରାଥୀ ବିଭୁତି ପ୍ରଧାନ ପାଇଥିଲେ ୫୭୪୭୧(୩୮.୪%) ଟି ଭୋଟ। କଂଗ୍ରେସ ୧୮୨୪୦(୧୨.୭%)ଟି ଭୋଟ। ବିଜେଡି ପ୍ରାଥୀ ନୃସିହିଁ ସାହୁ ବିଜେପି ପ୍ରାଥୀ ବିଭୁତି ପ୍ରଧାନ ଙ୍କଠାରୁ ୩୦୫୨ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ।ସେହିପରି ୨୦୧୯ ମସିହାରେ ବିଜେଡି ପ୍ରାଥୀ ନୃସିହଁ ସାହୁ ୭୮.୭୪୭ (୪୬.୯୩%)ଟି ଭୋଟ ପାଇଥିବା ବେଳେ ନିକଟ ତମ ବିଜେପି ପ୍ରତିନିଧି ବିଭୁତି ପ୍ରଧାନ ୭୮.୦୦୭(୪୬.୪୯%)ଟି ଭୋଟ। କଂଗ୍ରେସ ପାଇଥିଲା ୬୭୯୫(୪.୦୫%)ଟି ଭୋଟ। ବିଜେଡି ପ୍ରାଥୀ ସାହୁ ବିଜେପି ପ୍ରାଥୀ ବିଭୁତି ପ୍ରଧାନ ଙ୍କ ଠାରୁ ୭୪୦ ଖଣ୍ଡ ଅଧିକ ଭୋଟ ପାଇ ଜୟଯୁକ୍ତ ହୋଇ ଥିଲେ। ଭୋଟ ପରସେଣ୍ଟେଜ କହୁଛି ପରଜଙ୍ଗ ବିଜେଡିର ଦିନକୁ ଦିନ ଲୋକ ପ୍ରିୟତା କମୁଥିବା ବେଳେ ବିଜେପିର ବଢ଼ିବାରେ ଲାଗିଛି। ଯଦି ଉପଯୁକ୍ତ ପ୍ରାଥୀ ନଦିଏ ତାହାଲେ ବିଜେଡି ଗଡ଼ ପରଜଙ୍ଗ ହରେଇ ପାରେ ବୋଲି ଲୋକମାନଙ୍କର ଚର୍ଚ୍ଚା ର ବିଷୟ ପାଲଟିଛି।   

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ତୁରକେଲ ସେତୁ ନିର୍ମାଣ ଦାବୀରେ ରେ ଜିଲା କଂଗ୍ରେସ ଦଳ ର ଦିତୀୟ ଦିବସରେ ଗଣ ଧାରଣା

Sunil Chandra Nayak

ଅଧିରାଜ ବିଜୟୀ

masiha

ରାଇଘର ଠାରେ ବିଶ୍ବ ହିନ୍ଦୁ ପରିଷଦର ପ୍ରଖଣ୍ଡ ସ୍ତରୀୟ ପୂର୍ଣ୍ଣାଙ୍ଗ କମିଟି ଗଠନ 

masiha

Leave a Comment

error: Content is protected !!