ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆରମ୍ଭ ହେଲା ଥୁଆମୂଳ ରାମପୁର ବ୍ଳକ ସଦରମହକୁମା ଓ ବିଭିନ୍ନ ସ୍ଥାନରେ ମାଁ ଠାକୁରାଣୀଙ୍କ ଘଣ୍ଟ ଯାତ୍ରା

ଥୁଆମୂଳ ରାମପୁର:୫/୪- ମ.ନି.ସ:– କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକର ସଦର ମହକୁମା ଓ ବିଭିନ୍ନ ସ୍ଥାନରେ ମାଁ ଠାକୁରାଣୀଙ୍କ ଘଣ୍ଟଯାତ୍ରା ଚୈତ୍ର ପର୍ବ ପାଳନ କରାଯାଇଥାଏ। ଚଳିତ ଚୈତ୍ର ମାସ କୃଷ୍ଣ ପକ୍ଷ ଚତୁର୍ଥୀ ତିଥି ଠାରୁ ଆରମ୍ଭ ହୋଇ ଘଣ୍ଟ ଯାତ୍ରା ପର୍ବ ୯ ଦିନ ପର୍ଯ୍ୟନ୍ତ ଚାଲିଥାଏ। ଏହି ଯାତ୍ରା ମୁଖ୍ୟତଃ ଥୁଆମୂଳ ରାମପୁର ସଦରମହକୁମା ସମେତ ଗୋପାଳପୁର ପଞ୍ଚାୟତ,ସିନ୍ଧିପଦର ପଞ୍ଚାୟତ, ଗୁଣୁପୁର ପଞ୍ଚାୟତ ବିରିକୋଟ ପଞ୍ଚାୟତ,ବଡ଼ଛତରଙ୍ଗ ପଞ୍ଚାୟତ ଓ ବାଗଡ଼ିଆଣୀ ପଞ୍ଚାୟତ ମାନଙ୍କରେ ମାଁ ଠାକୁରାଣୀ ଦେବୀ ସହର ପରିକ୍ରମାରେ ବାହାରି ଘରକୁ ଘର ବୁଲି ଭୋଗ ଆହାର ଗ୍ରହଣ କରନ୍ତି I ଯଥା ଗଜା , ମୁହାଁ,ନଡ଼ିଆ,କଦଳୀ , ଇତ୍ୟାଦି ଭକ୍ତମାନେ ଭୋଗ ଅର୍ପଣ କରିଥାନ୍ତି ଏହା ବ୍ୟତିତ ମାନସିକ ଧାରି ଲୋକମାନେ କୁକୁଡା,ପାରା ବୋଦା ବଳୀ ଦେଇଥାନ୍ତି I ଏହି ଘଣ୍ଟ ଯାତ୍ରା ପ୍ରତି ବର୍ଷ ଭଳି ଏହି ବର୍ଷ ମଧ୍ୟ ପର୍ବଟି ୯ ଦିନ ଧରି ଚାଲିବ I ଚୈତ୍ର ମାସ ଚତୁର୍ଥୀ ତିଥି ଠାରୁ ଆରମ୍ଭ ହୋଇ ଦ୍ୱାଦଶୀ ତିଥି ପର୍ଯ୍ୟନ୍ତ ଚାଲିବ। ଏହି ଯାତ୍ରାରେ ଜିଲ୍ଲା ତଥା ପାଖାପାଖି ପଡୋଶୀ ଜିଲ୍ଲାର ଶ୍ରଦ୍ଧାଳୁ,ଭକ୍ତ ଓ ଜନସାଧାରଣ ମଧ୍ୟ ଯାତ୍ରାରେ ସାମିଲ ହୋଇ ମାଁଙ୍କ ପାଖରେ ସମର୍ପଣ ପୂର୍ବକ ସୁଖଶାନ୍ତି ନିମନ୍ତେ ଆର୍ଶୀବାଦ ଭିକ୍ଷା କରିଥାନ୍ତି। ଏଠାରେ ପ୍ରକାଶ ଥାଉ କି ଜିଲ୍ଲା ବିଭାଗୀୟ ଅଧିକାରୀ କରୋନା କଟକଣା ଯୋଗୁଁ ଗତ ତିନବର୍ଷ ଧରି ମାଁଙ୍କ ଅଳଙ୍କାର ପଠାଇ ନଥିଲେ। ଯାହାଫଳରେ ଭକ୍ତଙ୍କ ମନରେ ଦୁଃଖ ଯାତ ହୋଇଥିଲା। ସେହିପରି ଏହି ବର୍ଷ ମଧ୍ୟ ଅଳଙ୍କାର ଆସିବ ନାହିଁ ବୋଲି ସୂଚନା ମିଳିଛି। ତେବେ ଏହା କଣ ଦୈବୀ କୁଟ ନା ମନୁଷ୍ଯ କୁଟ କିଛି ଜଣା ପଡୁନାହିଁ ବୋଲି ଭକ୍ତଙ୍କ ମନରେ ଆଶଙ୍କା ପ୍ରକାଶ ପାଇଥିବା ଜଣାପଡିଛି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଖେଳଶିକ୍ଷୟତ୍ରୀ ଙ୍କ ଘରୁ ଚୋରି , ସୁନା, ଟଙ୍କା, ମୋବାଇଲ୍ ସମେତ ବହୁ ସାମଗ୍ରୀ ଚୋରି ଅଭିଯୋଗ

Sunil Chandra Nayak

କୋକସରା ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଓ କିରାଣି ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

Sunil Chandra Nayak

ଗାଁ ରେ ଝାଡ଼ା ବାନ୍ତି ଆତଙ୍କ : ଦୂଷିତ ପାନୀୟ ଜଳ ପିଇ,୬୦ ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଓ ମେଡିକାଲ ରେ ଭର୍ତ୍ତି

Sunil Chandra Nayak

Leave a Comment

error: Content is protected !!