ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋଟରସାଇକେଲ ଦୁର୍ଘଟଣା ଯୁବକ ମୃତ

ମୋଟରସାଇକେଲ ଦୁର୍ଘଟଣା ଯୁବକ ମୃତ 

   ଡାବୁଗାଁ, ୬/୩ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଧାମନାଗୁଡା ଠାରୁ ସିଉନାଗୁଡା ଗ୍ରାମ ରାସ୍ତାର ଏକ ବୁଲାଣି ନିକଟରେ ମୋଟର ସାଇକେଲ ଦୁର୍ଘଟଣା ଘଟି ଜଣେ ଯୁବକର ମୃତ୍ୟୁ ଘଟିଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ ଢେପଗୁଡା ଗ୍ରାମର ଶୁଶୀଲ ନାୟକ (୩୦) ବୁଧବାର ସନ୍ଧ୍ୟା ପ୍ରାୟ ୫ ଘ. ସମୟରେ ଧାମନାଗୁଡା ଠାରୁ ସିଉନାଗୁଡା ଗ୍ରାମ ଦେଇ ମୋଟରସାଇକେଲ ନଂ ଓଡି ୨୪ ଏଫ ୯୮୫୪ ଯୋଗେ ନିଜ ଘରକୁ ଯିବା ସମୟରେ ଏକ ବୁଲାଣି ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଖୁଣ୍ଟ ରେ ଧକ୍କା ଦେଇ ରାସ୍ତା କଡକୁ ଛିଟିକି ପଡିଥିଲା | ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା |ଖବରପାଇ ଡାବୁଗାଁ ଥାନା ଏଏସଆଇ ଚନ୍ଦ୍ର ଶେଖର ହଜାରି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ | ପରେ ମୃତ ଯୁବକ ର ଶବ କୁ ଆମ୍ବୁଲନ୍ସ ଯୋଗେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ | ଦୁର୍ଘଟଣା ଗ୍ରସ୍ତ ମୋଟରସାଇକେଲ କୁ ଜବତ କରାଯାଇଛି | ଖବରପାଇ ପରିବାର ଲୋକେ ଡାକ୍ତରଖାନା ରେ ପହଞ୍ଚିଛନ୍ତି | ଏନେଇ ମୃତକର ଦାଦା ଉଦୟ ନାୟକ ଡାବୁଗାଁ ଥାନାରେ ଏତଲା ଦେଇଛନ୍ତି |

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବାଇକ ଓ ସାଇକେଲ ଦୁର୍ଘଟଣା, ଜଣେ ମୃତ 

masiha

ଟିପିଏସ୍ଓଡିଏଲ୍ ତରଫରୁ ଛାତ୍ରବୃତ୍ତି ଏବଂ ଦକ୍ଷତା ବିକାଶ ମାଧ୍ୟମରେ ମହିଳା ସଶକ୍ତିକରଣ ଦିଗରେ ଅଭିନବ ପଦକ୍ଷେପ

Sunil Chandra Nayak

ବିଶାଳ ସାମୁହିକ “ବନ୍ଦେ ମାତରମ୍” ଗାନ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!