ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋଟରସାଇକେଲ ଦୁର୍ଘଟଣା ଯୁବକ ମୃତ

ମୋଟରସାଇକେଲ ଦୁର୍ଘଟଣା ଯୁବକ ମୃତ 

   ଡାବୁଗାଁ, ୬/୩ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଧାମନାଗୁଡା ଠାରୁ ସିଉନାଗୁଡା ଗ୍ରାମ ରାସ୍ତାର ଏକ ବୁଲାଣି ନିକଟରେ ମୋଟର ସାଇକେଲ ଦୁର୍ଘଟଣା ଘଟି ଜଣେ ଯୁବକର ମୃତ୍ୟୁ ଘଟିଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ ଢେପଗୁଡା ଗ୍ରାମର ଶୁଶୀଲ ନାୟକ (୩୦) ବୁଧବାର ସନ୍ଧ୍ୟା ପ୍ରାୟ ୫ ଘ. ସମୟରେ ଧାମନାଗୁଡା ଠାରୁ ସିଉନାଗୁଡା ଗ୍ରାମ ଦେଇ ମୋଟରସାଇକେଲ ନଂ ଓଡି ୨୪ ଏଫ ୯୮୫୪ ଯୋଗେ ନିଜ ଘରକୁ ଯିବା ସମୟରେ ଏକ ବୁଲାଣି ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଖୁଣ୍ଟ ରେ ଧକ୍କା ଦେଇ ରାସ୍ତା କଡକୁ ଛିଟିକି ପଡିଥିଲା | ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା |ଖବରପାଇ ଡାବୁଗାଁ ଥାନା ଏଏସଆଇ ଚନ୍ଦ୍ର ଶେଖର ହଜାରି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ | ପରେ ମୃତ ଯୁବକ ର ଶବ କୁ ଆମ୍ବୁଲନ୍ସ ଯୋଗେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ | ଦୁର୍ଘଟଣା ଗ୍ରସ୍ତ ମୋଟରସାଇକେଲ କୁ ଜବତ କରାଯାଇଛି | ଖବରପାଇ ପରିବାର ଲୋକେ ଡାକ୍ତରଖାନା ରେ ପହଞ୍ଚିଛନ୍ତି | ଏନେଇ ମୃତକର ଦାଦା ଉଦୟ ନାୟକ ଡାବୁଗାଁ ଥାନାରେ ଏତଲା ଦେଇଛନ୍ତି |

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ପାଷ୍ଟିକୁଡ଼ି ଚାରିଛକରେ ଫ୍ଲାଏଓଭର ପାଇଁ ଉଚ୍ଛେଦ ଆରମ୍ଭ

Sunil Chandra Nayak

ଶିକ୍ଷା ଏବଂ ସଂସ୍କାର ପ୍ରଣାଳୀ “ବର୍ଣାଳି ” ର୍ଅଭ୍ୟାସ ଟେକ୍ନୋ ସ୍କୁଲ ,ପଦ୍ମପୁର ଠାରେ ଆଜି ସମ୍ପୁର୍ଣ ଅଲଗା ଏବଂ ନିଆରା କାର୍ଯ୍ୟକ୍ରମ କବିତା ଆସର ଅନୁଷ୍ଠିତ 

masiha

ପଂଚାୟତ ସରକାରୀ ହାଇସ୍କୁଲ ରେ ଜାତୀୟ ଗଣିତ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!