ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରବାଦ ପୁରୁଷ କଳିଙ୍ଗ ବୀର ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଓ ସାଂସ୍କୃତିକ ମହୋତ୍ସବ -୨୦୨୪

ପ୍ରବାଦ ପୁରୁଷ କଳିଙ୍ଗ ବୀର ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଓ ସାଂସ୍କୃତିକ ମହୋତ୍ସବ -୨୦୨୪

ରାଉରକେଲା: ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ ଏବଂ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମିଳିତ ଆନୁକୁଲ୍ୟରେ କଳିଙ୍ଗ ବୀର ସ୍ୱର୍ଗତ ବିଜୁ ପଟ୍ଟନାୟକ ଙ୍କ ୧୦୮ ତମ ଜୟନ୍ତୀ ଓ ସାଂସ୍କୃତିକ ମହୋତ୍ସବ -୨୦୨୪ ସ୍ଥାନୀୟ ଆଇ ଡି ଏଲ ସମାଜ ମଙ୍ଗଳ କେନ୍ଦ୍ର ପରିସରରେ ଅନୁଷ୍ଟିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସମ୍ପାଦକ ତଥା ସମାଜସେବୀ ଅରୁଣ କୁମାର ପରିଡା ଅଧ୍ୟକ୍ଷତା କରିଥିବା ବେଳେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ଅଟିରିକ୍ତ ଶାସନ ସଚିବ ଦିଲ୍ଲୀପ ରାଉତରାୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ କର୍ମମୟ ଜୀବନ, ସମାଜସେବା ସ୍ଵାଧୀନତା ସଂଗ୍ରାମ ସର୍ବୋପରି ନବ ଓଡ଼ିଶା ଗଠନରେ ତାଙ୍କର ଭୂମିକା ସଂପର୍କରେ ଆଲୋଚନା କରିଥିଲେ । ରାଉରକେଲା ମହାନଗର ନିଗମର ଯୁଗ୍ମ କମିଶନର ପଲ୍ଲଭି ନାୟକ, ଆଇ ଡି ଏଲ ର ମହାପ୍ରବନ୍ଧକ ପ୍ରଭାତ ରଞ୍ଜନ, ରାଷ୍ଟ୍ରୀୟ ଶ୍ରମିକ ଶିକ୍ଷା ପ୍ରତିଷ୍ଠାନର ବରିଷ୍ଠ ଶିକ୍ଷାଧିକାରୀ ସ୍ନେହରଞ୍ଜନ ଗୋଚ୍ଛାୟତ ଶିଳ୍ପ ସମ୍ପର୍କ ବିଭାଗର ମୁଖ୍ୟ ରଞ୍ଜନ ମହାନ୍ତି ଯଥାକ୍ରମେ ମୁଖ୍ୟଅତିଥି, ମୁଖ୍ୟ ବକ୍ତା, ସମ୍ମାନିତ, ଅତିଥି ଓ ସମ୍ମାନିତ ବକ୍ତାଭାବେ ଯୋଗଦେଇ ବିଜୁ ବାବୁଙ୍କ ଜୀବନାଦର୍ଶ ଓ କର୍ମମୟ ଜୀବନ ସମ୍ପର୍କରେ ଆଲୋଚନା କରି କହିଲେ ହୀରାକୁଦ ଜଳଭଣ୍ଡାର, ପାରାଦୀପ ବନ୍ଦର, ସୁନାବେଢ଼ା ମିଗବିମାନ କାରଖାନା, ଏନ୍ଆଇଟି ପ୍ରତିଷ୍ଠା, ରାଉରକେଲା ଇସ୍ପାତ କାରଖାନା ପ୍ରତିଷ୍ଠା କ୍ଷେତ୍ରର ତାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ଏଣୁ ଏହି ମହାପୁରୁଷ ଙ୍କୁ ଭାରତରତ୍ନ ପ୍ରଦାନ କରିବାକୁ ବକ୍ତା ମାନେ କେନ୍ଦ୍ର ସରକାରଙ୍କୁ ନିବେଦନ କରିଥଲେ। ଅନ୍ୟମାନଙ୍କ ମଧ୍ୟରେ ଉପ ସଭାପତି ମିନତୀ ବିଶ୍ୱାଳ, ସହ ସମ୍ପାଦିକା ସଚଳା ପଣ୍ଡା, ମୁରଲୀଧର ଦାସ, ଅଲେଖ ସାହାଣୀ, ବିଶ୍ଵନାଥ ପଟ୍ଟନାୟକ, କୈଳାସ ମଲ୍ଲିକ, ରାମଚନ୍ଦ୍ର ସାମଲ, ବିଜୟ କୁମାର ପଣ୍ଡା, ଶୁରଥ, ଗୟାଧର ବାରିକ, ପରମାନନ୍ଦ ବେହେରା, ଭଗବାନ ସାହୁ, ଅନ୍ତର୍ଯ୍ୟାମୀ ବେଉରା, ଶ୍ରୀନାଥ ନାଏକ, ପୂର୍ଣ୍ଣ ଚନ୍ଦ୍ର ମିଶ୍ର ପ୍ରମୁଖ ବିଜୁ ବାବୁଙ୍କ ଜୀବନ ଦର୍ଶନ ଉପରେ ଆଲୋଚନା କରି ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥଲେ। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଶ୍ରୀ ରାଉତରାୟ ଙ୍କୁ ଅନୁଷ୍ଠାନର ସମ୍ପାଦକ ଅରୁଣ କୁମାର ପରିଡା ସ୍ଥାନୀୟ ଅଞ୍ଚଳରେ ଏକ ମଧୁସୂଦନ ଦାଶଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଶେଷରେ ଟ୍ରଷ୍ଟ ର ସମ୍ପାଦିକା ସଚଳା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ  ଙ୍କ ରିପୋର୍ଟ୍ 

Related posts

ବାଣପୁର ବିଜ୍ଞାପିତ ଅଞ୍ଚଳପରିଷଦରେ ସ୍ୱଛତା କର୍ମଚାରୀଙ୍କୁ ସାଇକେଲ ବଣ୍ଟନ

Sunil Chandra Nayak

ଆଫ୍ରିକାରେ ଚିନ୍ମୟ ଫାଉଣ୍ଡେସନର ଅବଧାନଙ୍କ ପାଠଶାଳାରେ ଆରମ୍ଭ ହେଲା ଘୋଡ଼ା ଦୌଡ ପ୍ରଶିକ୍ଷଣ

masiha

ଧାନ ବକ୍ରୀ ପାଇଁ ଚାଷୀ ପଞ୍ଜୀକରଣ ନେଇ ବାହାରିଲା ସଚେତନତା ରଥ

Sunil Chandra Nayak

Leave a Comment

error: Content is protected !!