ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁର୍ଗମ କଟୋଡ଼ି ଗାଁରେ ପୁଲିସ ଜନସମ୍ପର୍କ ଶିବିର

ଦୁର୍ଗମ କଟୋଡ଼ି ଗାଁରେ ପୁଲିସ ଜନସମ୍ପର୍କ ଶିବିର

ଲୋକଙ୍କ ସେବାରେ ପୁଲିସ ସର୍ବଦା ତତ୍ପର 

ଲାଞ୍ଜିଗଡ,୦୬/୦୩(ମନିସ)-ଜନସାଧାରଣଙ୍କ ଧନ, ଜୀବନର ସୁରକ୍ଷା ପାଇଁ ପୁଲିସ ବାହିନୀ ନିୟୋଜିତ ଥିବାବେଳେ ପୁଲିସ ପ୍ରତି କୌଣସି ଭୟ ନରଖି ଲୋକେ ନିଜର ସମସ୍ୟା ଜଣାଇପାରିବେ। ମୋ ସରକାର, ଫାଇଭ ଟି ଅନ୍ତର୍ଗତ ପୁଲିସ ବିଭାଗ ଲୋକଙ୍କ ସେବାରେ ସର୍ବଦା ତତ୍ପର ରହିଛି। ସେହିପରି କେବଳ ନିଜର ସମସ୍ୟା ନୁହେଁ, ପ୍ରତ୍ୟେକ ବ୍ୟକ୍ତିବିଶେଷ ଜଣେ ଜଣେ ଦାୟିତ୍ୱବାନ ନାଗରିକ ଭାବେ ନିଜ ଆଖପାଖରେ ଘଟୁଥିବା ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ, ସନ୍ଦିଗ୍ଧ ଗତିବିଧି ସମ୍ପର୍କରେ ପୁଲିସକୁ ସୂଚନା ଦେବା ସହିତ ଅପରାଧମୁକ୍ତ ସମାଜ ଗଠନରେ ସହାୟକ ହେବା ଆଜି ସମୟର ଆହ୍ୱାନ ବୋଲି କଳାହାଣ୍ଡି ପୁଲିସ ପକ୍ଷରୁ ଲାଞ୍ଜିଗଡ ବ୍ଲକ ଭୁର୍ଟିଗଡ଼ ଗ୍ରାମ ପଞ୍ଚାୟତ ଦୁର୍ଗମ କଟୋଡ଼ିଠାରେ ଆୟୋଜିତ ପୁଲିସ ଜନ ସମ୍ପର୍କ ଶିବିରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। କଳାହାଣ୍ଡି ଏସପି ଅଭିଳାଷ ଜୀଙ୍କ ନିର୍ଦ୍ଦେଶରେ ଅନୁଷ୍ଠିତ ଏହି ଶିବିରରେ ମୁଖ୍ୟଅତିଥି ଭାବେ କେସିଙ୍ଗା ଉପଖଣ୍ଡ ପୁଲିସ ଅଧିକାରୀ ବିନୋଦ ପାଟିଲ, ପୁଲିସ ଅଧିକାରୀ ଶ୍ରୀକାନ୍ତ ବେହେରା, ରିଜର୍ଭ ଇନ୍ସପେକ୍ଟର ସୁରେଶ କୁମାର, ନର୍ଲା ଥାନାଧିକାରୀ ମମତା ପାଣିଗ୍ରାହୀ, ସିକେରକୁପା ଫାଣ୍ଡି ଅଧିକାରୀ ମୀନାରାଓ ଶବର ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ପୁରୁଷ, ମହିଳା ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ହାବିଲଦାର ଯତୀନ୍ଦ୍ର ପ୍ରଧାନ, କୁମାର ଦ୍ରୋଣ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଗୋକୁଳ ସାହୁ, ତୀର୍ଥ ମାଝୀ, ବଳରାମ, ବୈଷ୍ଣବ ପ୍ରମୁଖ ସହଯୋଗ କରିଥିଲେ।

ଲାଞ୍ଜିଗଡ ବ୍ଲକ ପ୍ରତିନିଧି ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

ଖରିଫ ନୀତି ନିର୍ଦ୍ଧାରଣ କମିଟି ବୈଠକ 

masiha

ଛାଡିଲା ବର୍ଷା, ବଢ଼ିଲା ଦୁର୍ଦ୍ଦଶା ଡାଲି ଜାତୀୟ ଫସଲ ନଷ୍ଟ ହେବା ଆଶଙ୍କାରେ ଚାଷୀ

masiha

ନର୍ଲା ଓକିଲ ସଂଘ ର ନିର୍ବାଚନ 

masiha

Leave a Comment

error: Content is protected !!