ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହିଳା ଶିକ୍ଷା ଓ ସଚେତନତା ଆଜିର ମୁଖ୍ୟ ଆବଶ୍ୟକତା ବସନ୍ତପଡାରେ ଅନ୍ତର୍ଜାତୀୟ ମହିଳା ଦିବସ ସମାରୋହ

ମହିଳା ଶିକ୍ଷା ଓ ସଚେତନତା ଆଜିର ମୁଖ୍ୟ ଆବଶ୍ୟକତା

ବସନ୍ତପଡାରେ ଅନ୍ତର୍ଜାତୀୟ ମହିଳା ଦିବସ ସମାରୋହ

ଲାଞ୍ଜିଗଡ଼,୦୭/୦୩(ମନିସ)-ଆଜି ମଣିଷ ଅନେକ କ୍ଷେତ୍ରରେ ପ୍ରଗତି ସହିତ ଅନେକ ସଫଳତା ହାସଲ କରିସାରିଛି । ସୃଷ୍ଟିର ରହସ୍ୟଭେଦ କରିବାକୁ ଅଗ୍ରସର ହେଉଥିବା ମଣିଷ ସମାଜରେ ଯେତେବେଳେ ମହିଳାଟିଏ ଘରୋଇ ହିଂସାର ଶିକାର ହୁଏ, ମୌଳିକ ଶିକ୍ଷା ଓ ଅଧିକାରରୁ ବଞ୍ôଚତ ହୁଏ । ପ୍ରତି ପଦପାତରେ ଅତ୍ୟାଚାରିତ ହୁଏ, ତେବେ ଏ ପ୍ରଗତି ଓ ସଫଳତା ନିରର୍ଥକ ହୋଇ ରହିଯିବ । ଏଣୁ ବର୍ତ୍ତମାନ ପରିସ୍ଥିତିରେ କି ସହରୀ କି ଗ୍ରାମୀଣ ସମସ୍ତ ଅଞ୍ଚଳର ମହିଳାଙ୍କୁ ଶିକ୍ଷିତ ଓ ସଚେତନ କରିବା ଆଜିର ମୁଖ୍ୟ ଆବଶ୍ୟକତା । ଆଜି ଆମ ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ମହିଳାମାନେ ଇତିହାସ ରଚିଛନ୍ତି । ଏହାସତ୍ତ୍ୱେ କେତେକ ଅଞ୍ଚଳରେ ଏଥିରେ ତାରତମ୍ୟ ପରିଲକ୍ଷିତ ହୋଇଥାଏ । ଏଣୁ ଦେଶର କୋଣ ଅନୁକୋଣର ସମସ୍ତ ମହିଳାଙ୍କୁ ସମାନତାର ଅଧିକାର ଦିଆଗଲେ ଏକବିଂଶ ଶତାବ୍ଦୀର ମଣିଷ ସମାଜ ଆହୁରି ସଶକ୍ତ ଓ ପ୍ରତିଷ୍ଠିତ ହୋଇପାରିବ ବୋଲି ଅନ୍ତର୍ଜାତୀୟ ମହିଳା ଦିବସ ସମାରୋହରେ ଅତିଥିମାନେ ଏହା କହିଛନ୍ତି । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡସ୍ଥିତ ବେଦାନ୍ତ ଲିମିଟେଡ ସିଏସଆର ବିଭାଗ ଆନୁକୂଲ୍ୟରେ ବସନ୍ତପଡା ଖେଳପଡିଆଠାରେ ଅନ୍ତର୍ଜାତୀୟ ମହିଳା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି । ବେଦାନ୍ତ ଲିମିଟେଡ ସିଏସଆର୍ ବିଭାଗ ମୁଖ୍ୟ ଶିଶିର ତରଫଦାରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ସମାରୋହରେ ଅତିଥି ଭାବେ ବସନ୍ତପଡା ସରପଞ୍ଚ ଚାଞ୍ଚେର ମାଝୀ, ଆଞ୍ଚଳିକ ବିକାଶ ପରିଷଦର ସଭାପତି ଶ୍ରୀଧର ପେସନିଆ, ଲାଞ୍ଜିଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଏଗାଥା ଚିନ୍ଦା, ବେଦାନ୍ତ ଲିମିଟେଡ ସୁରକ୍ଷା ବିଭାଗର ସୁପ୍ରଭା ପଟ୍ଟନାୟକ, ସିଏସଆର୍ ବିଭାଗ ଉପମୁଖ୍ୟ ଦିଲିପ ପ୍ରଜାପତି, ସିଏସଆର୍ ବିଭାଗର ବଣ୍ଟିରାଣୀ ପାଟଗିରି, ବେଦାନ୍ତ ହସ୍ପିଟାଲ ମୁଖ୍ୟ ପରିଚାଳନା ଅଧିକାରୀ ଅମର କୁମାର ମହାନ୍ତି, ସ୍ଥାନୀୟ ସ୍ୱାସ୍ଥ୍ୟ କର୍ମୀ, ଆଶା, ଅଙ୍ଗନୱାଡି କର୍ମୀ ପ୍ରମୁଖ ଯୋଗ ଦେଇଥିଲେ । ସେହିପରି ଲାଞ୍ଜିଗଡ, ବାତେଲିମା, ଛତ୍ରପୁର, ଜଗନ୍ନାଥପୁର, ଚମ୍ପାଦେଇପୁର ଆଦି ପଞ୍ଚାୟତରେ ମଧ୍ୟ ମହିଳା ଦିବସ ପାଳିତ ହୋଇଯାଇଛି।

ଲାଞ୍ଜିଗଡ଼ ବ୍ଲକ ପ୍ରତିନିଧି ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର ରେ ସଡକ ସୁରକ୍ଷା କାର୍ଯ୍ୟକ୍ରମ ଉପଜିଲ୍ଲାପାଳଙ୍କ ଦ୍ବାରା ଶୁଭାରମ୍ଭ 

masiha

ପଲାସ ପଞ୍ଚାୟତ ରେ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ମଦ୍ୟପ କାର ଡ୍ରାଇଭର ର ବେପରୁଆ ଗାଡି ଚାଳନା,ଏକ ମୃତ ଦୁଇ ଗୁରୁତର 

Sunil Chandra Nayak

Leave a Comment

error: Content is protected !!