ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାବାସାହେବଙ୍କ ଜୟନ୍ତୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

 ବାବାସାହେବଙ୍କ ଜୟନ୍ତୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

ସମ୍ବିଧାନ ପ୍ରଣେତା ବାବାସାହେବ ଭୀମରାଓ ରାମଜୀ ଆମ୍ବେଦକରଙ୍କ ଆସନ୍ତା ଏପ୍ରିଲ ୧୪ ତାରିଖ ଦିନ ପାଳନ କରିବା ପାଇଁ ଏଓଏସସିଏଫ୍ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଭବାନୀପାଟଣା ସହର ନକଟିଗୁଡାସ୍ଥିତ ଆମ୍ବେଦକର ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ସଂଗଠନର ବରିଷ୍ଠ ଉପଦେଷ୍ଟା ଶ୍ରୀ ପ୍ରେମାନନ୍ଦ ବାଗ ଙ୍କ ସଭାପତିତ୍ବ କରିଥିଲେ । ବୈଠକ ପ୍ରାରମ୍ଭରେ ବାବାସାହେବଙ୍କ ପ୍ରତିମୂର୍ତ୍ତିରେ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା। ପରେ ସଂଗଠନର ସମ୍ପାଦକ ସୂର୍ଯ୍ୟ ନାରାୟଣ କୁମାର ଉପସ୍ଥିତ କର୍ମକର୍ତ୍ତାଙ୍କ ଠାରୁ ମତାମତ ଲୋଡ଼ିଥିଲେ। ବୈଠକରେ ଉପସ୍ଥିତ କର୍ମକର୍ତ୍ତା ଜୟନ୍ତୀ ପାଳନ ଅବସରରେ ନିଜନିଜର ସୁଚିନ୍ତିତ ମତ ପ୍ରଦାନ କରିଥିଲେ । ଏହି ବୈଠକରେ ସଂଗଠନର କାର୍ଯ୍ୟକାରୀ ସଭାପତି ଋଷିସୂଦନ ଛତ୍ରପାଲ, ବିଭୀଷଣ ନାଏକ, ଉପଦେଷ୍ଟା ବିଶ୍ଵନାଥ କର, ଯୋଗେଶ୍ଵର ସାଗର,ରବିଦାସ ସମାଜର ଜିଲ୍ଲା ସଭାପତି ଶଙ୍କର ମେହେର,ଲକ୍ଷ୍ମଣ ମେହେର, ତ୍ରିନାଥ ନାଏକ, ପୃଥ୍ୱୀରାଜ ଛତ୍ରିଆ, ରଜନୀକାନ୍ତ ସମର୍ଲିଆ,ଚନ୍ଦନ ନାଏକ, ଶକ୍ତି ରଞ୍ଜନ ଛତ୍ରିଆ, ସଞ୍ଜୟ ସୁନାନୀ, ଦୁଃଖୀ କୁମାର, ବିନୋଦ ଦୁର୍ଗା ଙ୍କ ସମେତ ସଂଗଠନ ର କୋଷାଧ୍ୟକ୍ଷ ଦେବେନ୍ଦ୍ର କୁମାର ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।‌

କଳାହାଣ୍ଡି ରୁ ରଜନୀକାନ୍ତ ସମର୍ଲିଆ ଙ୍କ ରିପୋର୍ଟ

Related posts

ସଙ୍କୁଳସ୍ତରୀୟ ସାମୁହିକ ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିର ଉଦଯାପିତ

Sunil Chandra Nayak

ରଜ ଦୋଳିରେ ମାହୁଲ ହେଲେ ଗ୍ରାମବାସୀ

Sunil Chandra Nayak

ଆନ୍ତର୍ଜାତୀକ ମହିଳା ଦିବସ ପାଳନ 

Sunil Chandra Nayak

Leave a Comment

error: Content is protected !!