ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆହାର ସେବା କେନ୍ଦ୍ରର ତୃତୀୟ ବାର୍ଷିକ ଉତ୍ସବ 

ଆହାର ସେବା କେନ୍ଦ୍ରର ତୃତୀୟ ବାର୍ଷିକ ଉତ୍ସବ 

ମରାମପୁର, ୧୧/୦୩(ମସୀହା ) ମ.ରାମପୁର ଆହାର ସେବା କେନ୍ଦ୍ର ର ତୃତୀୟ ବାର୍ଷିକ ଉତ୍ସବ ସ୍ଥାନୀୟ ବସଷ୍ଟାଣ୍ଡ ପରିସରରେ ରବିବାର ସନ୍ଧ୍ୟାରେ ପାଳିତ ହୋଇ ଯାଇଛି l ଅନୁଷ୍ଠାନ ର ସଭାପତି ବଜରଙ୍ଗ ଅଗ୍ରୱାଲ ଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂଦେଓ, ସମ୍ମାନିତ ଅତିଥି ତହସିଲଦାର ସୁଧାକର ରଇତ ବରିଷ୍ଠ ଓକିଲ ହିତେନ୍ଦ୍ର କୁମାର ମହାନ୍ତି, ଓକିଲ ସତ୍ୟନାରାୟଣ ସାହୁ, ଓକିଲ ସପନ କୁମାର ପଟ୍ଟନାୟକ, ସଂଯୋଜକ ଡ଼କ୍ଟର ଦେବେନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇ ଅନ୍ନ ସେବା ଏକ ମହତ ସେବା ବୋଲି ଅଭିଭାଷଣ ରେ କହିଥିଲେ l ଏଇ ବର୍ଷ ସମୁଦାୟ ୨୫ ହଜ଼ାର ୫୬୦ ଭୋଜନ ସେବା ଅଂଚଳର ବରିଷ୍ଠ ନାଗରିକ, ମହିଳା, ଶିଶୁ,ଗରୀବ ଶ୍ରମିକ, ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀ ମାନଙ୍କୁ ସ୍ୱଳ୍ପ ମୂଲ୍ୟରେ ଯୋଗାଇ ଦିଆଯାଇଥିଲା l ବରିଷ୍ଠ ଓକିଲ ହିତେନ୍ଦ୍ର କୁମାର ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଶେଷରେ ଉପସ୍ଥିତ ସମସ୍ତ ଜନସାଧାରଣଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା l

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ସୁପର ସ୍ପେସାଲିଟି ହସ୍ପିଟାଲ କୁ ଏମ୍ସ ଦ୍ବାରା ପରିଚାଳନା ଓ ଅନ୍ୟାନ୍ୟ ଦାବିରେ କୋଏଲନଗର ଠାରେ ଆଲୋଚନା ସଭା, ବ୍ୟାପକ ଆନ୍ଦୋଳନ ପାଇଁ ଆହ୍ୱାନ

ଜଳସେଚନ ଦାବି ରେ ପୁଣି ଧର୍ମଗଡ ଠାରେ ପ୍ରସ୍ତୁତି ବୈଠକ। ଆସନ୍ତାକାଲି ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ନିକଟରେ ଧାରଣା ନିଷ୍ପତ୍ତି….

masiha

ଆଲୋଚନାଚକ୍ର “ବ୍ୟାସଦେବ ସୃଜନ ଚିନ୍ତନ”ର ଦ୍ଵିତୀୟ ଅର୍ଘ୍ୟ “ଅଗ୍ନିମୀଳେ ପୁରୋହିତମ୍” ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!