ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଡ଼ିଆଳରେ ଜାନ ର ଜରୁରୀ ବୈଠକ: ଜାନ ସଭାପତିଙ୍କ ବହିଷ୍କାର ପ୍ରସ୍ତାବ ଗୃହିତ

ନୂଆପଡା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ଫରେଷ୍ଟ ଡାକ ବଙ୍ଗଳା ଠାରେ ଜଣାଲିଷ୍ଟ ଏସୋସିଏସନ ନୂଆପଡ଼ା(କାନ)ର ଏକ କଟୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଜାନ୍ ପୂର୍ବତନ ସଭାପତି ଘନଶ୍ୟାମ ଭୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସାଂଗଠନିକ ସମସ୍ୟା ଉପରେ ବିଷଦ ଭାବେ ଆଲୋଚନା ହୋଇଥିଲା । ଏନେଇ ସଂଘ ତରଫରୁ ଓଡିଶା ୟୁନିୟନ ଅଫ ଇଣ୍ଡାଲିଷ୍ଟ(ଓୟୁଜେ)କୁ ଏକ ପ୍ରସ୍ତାବ ଗୃହିତ କରି ପ୍ରେରଣ କରିଥିଲେ । ସଂଘର ନୂତନ ସଭାପତି ଦାୟିତ୍ବ ଗ୍ରହଣ କରିବା ଦିନ ଠାରୁ ସାଙ୍ଗଠାନିକ ବିଶୃଙ୍ଖଳା ବଢିବାରେ ଲାଗିଛି । ଆସନ୍ତା ୧୭ ତାରିଖରେ ଖଡ଼ିଆଳ ଠାରେ ଓୟୁଜେର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଛି । ଓୟୁଜେ ରାଜ୍ୟ ସ୍ତରୀୟ କାର୍ଯ୍ୟ ଜାରିଣି ବୈଠକ ସମ୍ବନ୍ଧରେ କୌଣସି ବରିଷ୍ଠ ସଦସ୍ୟ କିମ୍ବା ପଦାଧିକାରୀ ଙ୍କୁ  ସଭାପତି ସୂଚନା ଦେଇନାହାନ୍ତି । ଏମିତି କିଛି ସଦସ୍ୟଙ୍କୁ ନେଇ ସଭାପତି ନିଜ ମନମୁଖ କାର୍ଯ୍ୟ କରୁଛନ୍ତି । ଏହି ବୈଠକ ଆୟୋଜନ କରିବା ପାଇଁ ତାରିଖ ଓ ସ୍ଥାନ ଚୟନ କରିବା ପୂର୍ବରୁ କିମ୍ବା ପରେ କୌଣସି ସଦସ୍ୟଙ୍କ ମତାମତ ଗ୍ରହଣ କରି ନାହାନ୍ତି । ସଂଘର ସମସ୍ତ ସଦସ୍ୟଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ଓୟୁଜେର କାର୍ଯ୍ୟକ୍ରମ ରୂପରେଖ ଉପରେ ମଧ୍ୟ ସଦସ୍ୟ ମାନେ ଜାଣିନଥିବା କହିଥିଲେ । ଏମିତି ସଭାପତିଙ୍କ ମନମୁଖ କାର୍ଯ୍ୟକଳାପକୁ କଡା ନିନ୍ଦା କରିବା ସହ କର୍ମ କର୍ତ୍ତା ମାନେ ବିଷୋଦଗାର କରିଥିଲେ । ବର୍ତ୍ତମାନ ଜାନ ସଭାପତିଙ୍କୁ ବହିଷ୍କାର କରିବା ସହ ଆସନ୍ତା ଓୟୁଜେ ରାଜ୍ୟ କାର୍ଯ୍ୟକାରିଣି ବୈଠକର ନିର୍ଦ୍ଧାରିତ ତାରିଖ ପରିବର୍ତନ୍ କରିବା । ଜାନର ପୁର୍ନଗଠନ କରିବା ସହ ସମସ୍ତ ସଦସ୍ୟଙ୍କ ସହମତିରେ ରାଜ୍ୟ କାର୍ଯ୍ୟକାରିଣି ବୈଠକ ଆୟୋଜିତ କରିବାକୁ ପ୍ରସ୍ତାବ ଗୃହିତ ହୋଇଥିଲା । ଏନେଇ ୬ ଦଫା ସମ୍ବଳିତ ଦାବୀପତ୍ରକୁ ଓୟୁଜେ ସଭାପତି ଓ ସମ୍ପାଦକଙ୍କୁ ପ୍ରେରଣ କରିଥିଲେ । ଆଗାମୀ ଦିନରେ ସଂଘର କାର୍ଯ୍ୟକ୍ରମକୁ ପରିଚାଳନା ଦାୟିତ୍ବ ନେବା ପାଇଁ ପୂର୍ବତନ ସଭାପତି ଶ୍ରୀ ଭୋଇଙ୍କୁ ଆବାହକ ଭାବେ ମନୋନିତ କରିଥିଲେ । ଜାନ ପୂର୍ବତନ ସଭାପତି ମାୟାଧର ସରାଫ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଜାନ ସାଧାରଣ ସମ୍ପାଦକ ବିମଲସିଂ ଦଳପତୀ, ଉପସଭାପତି ଆଦିତ୍ୟ ମହାଉତି, କୋଷାଧ୍ୟକ୍ଷ ସନ୍ତୋଷ ଦଣ୍ଡସେନା, ପୂର୍ବତନ ସାଧାରଣ ସମ୍ପାଦକ ରତନ କେତକୀ, ପୂର୍ବତନ କୋଷାଧ୍ୟକ୍ଷ ସରୋଜ ଦାସ, ସୁଶାନ୍ତ ପାଣିଗ୍ରାହୀ, ଅଶ୍ୱିନୀ ପାଣିଗ୍ରାହୀ ଯୋଗେଶ୍ବର ଶଗରିଆ, ରବିକାନ୍ତ ଠେଲା, ଦିଲିପ ପଣ୍ଡା, ରାକେଶ ଶର୍ମା, ତାଲେଶ୍ବର ଦେବାଙ୍ଗନ, ବଂଶଧର ନାଗ, ରାହୁଲ୍ ବାଗ, ପ୍ରଶାନ୍ତ କାଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ଶିଶିର ସାହୁ ମନୋଜ ଙ୍କ ଆଲେଖ୍ୟ •ପଦ୍ମପୁରର ବୋଡ଼ାସମ୍ବର• 

Sunil Chandra Nayak

ପ୍ରତିମା ଶତପଥି ଙ୍କ କବିତା   ଶଙ୍ଖା  ସିନ୍ଦୁର 

Sunil Chandra Nayak

Leave a Comment

error: Content is protected !!