ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଢେଙ୍କାନାଳରେ ନିଯୁକ୍ତି ମେଳା, ନିଯୁକ୍ତି ଆଶାୟୀ ଙ୍କ ତୀବ୍ର ଅସନ୍ତୋଷ 

ଢେଙ୍କାନାଳ, (ମ ନି ସ)31/10/ ଢେଙ୍କାନାଳ ମହିଷାପାଟସ୍ଥିତ ପଲ୍ଲିଶ୍ରୀ ମେଳା ପଡିଆରେ ନିଯୁକ୍ତି ମେଳା ସୋମବାର ଦିନ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଢେଙ୍କାନାଳ ସାଂସଦ ମହେଶ ସାହୁ ଯୋଗଦେଇ ମେଳାକୁ ଉଦ୍ଘାଟନ କରିଥିଲେ । ଅନ୍ୟତମ ଅତିଥିଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ, ଉପାଧ୍ୟକ୍ଷା ବିଳାସିନୀ ସେଠୀ ଯୋଗଦେଇଥିବା ବେଳେ ଜିଲ୍ଲାପାଳ ସରୋଜ କୁମାର ସେଠୀ ସଭାପତିତ୍ୱ କରିଥିଲେ । ଜିଲ୍ଲା ନିୟୋଜନ ଅଧିକାରୀ କେ. ରୋଜା ଦୋରା ଧନ୍ୟବାଦ ଦେଇଥିଲେ । ତେବେ ନିଯୁକ୍ତି ମେଳାରେ କୌଣସି ଜିଲ୍ଲାର କମ୍ପାନୀ ନଆସି କେତେକ ଛୋଟ ତାଲିମ୍ ଦେବାପାଇଁ ସଂସ୍ଥା ଆସିଥିଲେ । ବାହାର ଅଞ୍ଚଳରୁ ଆସିଥିବା ସଂସ୍ଥାଗୁଡିକ କମ୍ ଦରମା ଦେଉଥିବାରୁ ପିଲାମାନେ ସେଠାକୁ ଯିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି । ଏହାକୁ ନେଇ ନିଯୁକ୍ତି ଆଶାୟୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

ଢେଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ସହିତ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ

Related posts

ସଂଗୀତ ଶିଳ୍ପୀ ସମାଜ ତରଫରୁ ବିଶ୍ବ ସଂଗୀତ ଦିବସ ୨୦୨୨ ପାଳିତ

Sunil Chandra Nayak

ଚିଲିଗୁଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଅଭାବ ସାଙ୍ଗକୁ ଶ୍ରେଣୀ ଗୃହ ଅଭାବ ଚିନ୍ତାରେ ଗ୍ରାମବାସୀ

Sunil Chandra Nayak

ସାମ୍ବାଦିକ ସଂଘ ପକ୍ଷରୁ ନଗର ପାଳ ଙ୍କୁ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!