ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଢେଙ୍କାନାଳରେ ନିଯୁକ୍ତି ମେଳା, ନିଯୁକ୍ତି ଆଶାୟୀ ଙ୍କ ତୀବ୍ର ଅସନ୍ତୋଷ 

ଢେଙ୍କାନାଳ, (ମ ନି ସ)31/10/ ଢେଙ୍କାନାଳ ମହିଷାପାଟସ୍ଥିତ ପଲ୍ଲିଶ୍ରୀ ମେଳା ପଡିଆରେ ନିଯୁକ୍ତି ମେଳା ସୋମବାର ଦିନ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଢେଙ୍କାନାଳ ସାଂସଦ ମହେଶ ସାହୁ ଯୋଗଦେଇ ମେଳାକୁ ଉଦ୍ଘାଟନ କରିଥିଲେ । ଅନ୍ୟତମ ଅତିଥିଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ, ଉପାଧ୍ୟକ୍ଷା ବିଳାସିନୀ ସେଠୀ ଯୋଗଦେଇଥିବା ବେଳେ ଜିଲ୍ଲାପାଳ ସରୋଜ କୁମାର ସେଠୀ ସଭାପତିତ୍ୱ କରିଥିଲେ । ଜିଲ୍ଲା ନିୟୋଜନ ଅଧିକାରୀ କେ. ରୋଜା ଦୋରା ଧନ୍ୟବାଦ ଦେଇଥିଲେ । ତେବେ ନିଯୁକ୍ତି ମେଳାରେ କୌଣସି ଜିଲ୍ଲାର କମ୍ପାନୀ ନଆସି କେତେକ ଛୋଟ ତାଲିମ୍ ଦେବାପାଇଁ ସଂସ୍ଥା ଆସିଥିଲେ । ବାହାର ଅଞ୍ଚଳରୁ ଆସିଥିବା ସଂସ୍ଥାଗୁଡିକ କମ୍ ଦରମା ଦେଉଥିବାରୁ ପିଲାମାନେ ସେଠାକୁ ଯିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି । ଏହାକୁ ନେଇ ନିଯୁକ୍ତି ଆଶାୟୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

ଢେଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ସହିତ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ

Related posts

ଟାଟା ଷ୍ଟିଲ ସମ୍ମୁଖରେ ଅନିୟନ୍ତ୍ରିତ ଟ୍ରାଫିକ ବ୍ୟବସ୍ଥା: ୭ ଗାଈ ମୃତ

Sunil Chandra Nayak

ମୋଦି ସରକାର ଙ୍କ ଦ୍ଵିତୀୟପାଳି ଶାସନ ରେ ୩ୟ ବର୍ଷ ପୂର୍ତ୍ତି ଅବସରେ ରେ ଯୁବମୋର୍ଚ୍ଚା ର ବିକାଶ ତିର୍ଥ ବାଇକ୍ ରେଲି

Sunil Chandra Nayak

ପୂର୍ଣ୍ଣଚନ୍ଦ୍ର ଭବନ ପରିସରରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେଡି ସାଂଗଠନିକ ବୈଠକ

Sunil Chandra Nayak

Leave a Comment

error: Content is protected !!