ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଢେଙ୍କାନାଳ ଜିଲ୍ଲାରେ ରୋଟାରି କ୍ଲବ ରାଜଧାନୀ,ଭୁବନେଶ୍ୱର ଆନୁକୂଲ୍ୟରେ ସାହିତ୍ୟ ସନ୍ଧ୍ୟା ଓ ପତ୍ରିକା ଉନ୍ମୋଚନ ଉତ୍ସବ 

ଢେଙ୍କାନାଳ: ତା.୩୧.୧୦.( ମସୀହା )  ରୋଟାରି କ୍ଲବ ରାଜଧାନୀ,ଭୁବନେଶ୍ୱର ଆନୁକୂଲ୍ୟରେ ଆବାହିକା ନାରୀକବି ସସ୍ମିତା ଦାଶଙ୍କ ଆବାହକତ୍ୱରେ ଢେଙ୍କାନାଳ ଗୋପବନ୍ଧୁ ଟାଉନହଲ ପରିସରରେ ରବିବାର ସନ୍ଧ୍ୟାରେ କୋଭିଡ୍ -୧୯ ନିୟମ ସବୁକୁ ଅନୁପାଳନ କରି ଏକ” ସାହିତ୍ୟ ସନ୍ଧ୍ୟା “କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ସାହିତ୍ୟ ସଭାରେ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ସାହିତ୍ୟ ସାଧାରଣ ଲୋକଙ୍କ କଥା କହିଥାଏ ‘ ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ । ପ୍ରାକ୍ତନ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ସଦସ୍ୟ , ‘ଏତଲା ‘ ଓ ‘ ବିଭାବନା ‘ ର ସମ୍ପାଦକ ପଣ୍ଡିତ ମନୋରଞ୍ଜନ ନନ୍ଦ ମୁଖ୍ୟବକ୍ତା ଭାବେ ଯୋଗଦାନ କରି ‘ ସମାଜର କଥା ସାହିତ୍ୟ ମାଧ୍ୟମରେ କହିଲେ ତାହା କାଳଜୟୀ ହୋଇଥାଏ ‘ ବୋଲି ସ୍ଵୀୟ ବକ୍ତବ୍ୟ ମାଧ୍ୟମରେ ପ୍ରମାଣିତ କରିଥିଲେ । ସଭାପତି ଚିନ୍ମୟ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ପାଦକ ଶିବରାମ ପାତ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ଏକ ପତ୍ରିକା ‘ରାଜଧାନୀ’ ଉନ୍ମୋଚିତ ହୋଇଥିଲା।ଆବାହିକା ନାରୀକବି ସସ୍ମିତା ଦାଶ,ରୋଟାରିଆନ ରୁଦ୍ର ପ୍ରସାଦ ମହାପାତ୍ର,ରୋଟାରିଆନ ଉଦୟେନ୍ଦୁ ମିଶ୍ର, ପ୍ରତିଷ୍ଠାତା ସନ୍ଦୀପ ନନ୍ଦ ପ୍ରମୁଖଙ୍କ ସଫଳ ସହଯୋଗରେ ‘ ସାହିତ୍ୟ ସନ୍ଧ୍ୟା ‘ କାର୍ଯ୍ୟକ୍ରମଟି ସାମଗ୍ରିକ ଭାବରେ ସାଫଲ୍ୟ ବିମଣ୍ଡିତ ହୋଇପାରିଥିଲା। ଦେବାଶିଷ ନାୟକଙ୍କ ପରିଚାଳନାରେ କବିତା ପାଠୋତ୍ସବକୁ କବି ଶୁଭଶ୍ରୀ ରାଉତ ସଂଯୋଜନା କରିଥିଲେ ।ଏଥିରେ ଆବାହିକା ନାରୀକବି ସସ୍ମିତା ଦାଶ, ଡ଼ା.ଦେବୀ ପ୍ରସାଦ ମିଶ୍ର ,ଡ଼ଃ ଅନୁପମା ମିଶ୍ର,ଶୁଭଶ୍ରୀ ରାଉତ, କବି ମନୋରଞ୍ଜନ ନନ୍ଦ, ସଂଯୁକ୍ତା ମିଶ୍ର, ନନ୍ଦିକେଶ୍ବରୀ ନାଥ, ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ, ରବୀନ୍ଦ୍ର ନାଥ ସାହୁ, ଶଙ୍କର୍ଷଣ ଶତପଥୀ, ରାଧାନାଥ ରଥ, ଇନ୍ଦ୍ରମଣି ନାୟକ, ପ୍ରେମାନନ୍ଦ ରାଉତ, ସୁଶୀଳ କୁମାର ନନ୍ଦ, ଗୁରୁ ଗଣେଶ ମିଶ୍ର, ପ୍ରକାଶ ଚନ୍ଦ୍ର ରାଉତ,ରଶ୍ମି ମହାପାତ୍ର, ମୈତ୍ରେୟୀ ସୁଭଦା,ଇତିଶ୍ରୀ ଜେନା,ଶୁକଦେବ ବାରିକ, ମିନତୀ ମିଶ୍ର, ମଧୁସ୍ମିତା ରାଉତ, କାଦମ୍ବରୀ ମହାଖୁଡ଼, ମମତା ମହାନ୍ତ, ସସ୍ମିତା ଦାସ,ସୁରେନ୍ଦ୍ର କୁମାର ପୃଷ୍ଟି, ବିବେକାନନ୍ଦ ଷଢଙ୍ଗୀ,ହୃଷିକେଶ ସାହୁ,ଭାରତୀ ସ୍ୱାଇଁ, ବୈଜୟନ୍ତୀ ପଟ୍ଟନାୟକ, ମମତା ମିଶ୍ର,ପ୍ରଭାତ ନଳିନୀ ଦାଶ, ମାନସୀ କର, ,ଅଞ୍ଜୁ ଅସ୍ମିନ ପଟ୍ଟନାୟକ,ମମତା ମିଶ୍ର, ମମତା ସାହୁ, ,ଅବନ୍ତୀ ନାଥ, ପବିତ୍ର ମୋହନ ସାହୁ, ବିଭୂ ପ୍ରସାଦ ସାହୁ,ମମତା ମିଶ୍ର (୨) ପ୍ରମୁଖ ନାରୀ ମାନଙ୍କ ସଂପର୍କରେ ଆଧାରିତ ଚାଳିଶ ଜଣ କବି ସ୍ବରଚିତ କବିତା ଆବୃତ୍ତି କରିଥିଲେ। ପ୍ରାରମ୍ଭରେ ମଞ୍ଚାସୀନ ଅତିଥି ବୃନ୍ଦ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ,ଧୂପ,ଦୀପ ଓ ପୁଷ୍ପମାଲ୍ୟାର୍ପଣ କରାଯିବା ସଙ୍ଗେ ଗୁରୁ ଗଣେଶ ମିଶ୍ର ବାଦ୍ୟଯନ୍ତ୍ର ବାଦନ ସହ ମଙ୍ଗଳାଚରଣ ଗାନ ,ତାଙ୍କ ସହିତ ଆବାହିକା ନାରୀକବି ସସ୍ମିତା ଦାଶ, ସୌମ୍ୟ ମମତା ମିଶ୍ର ପ୍ରମୁଖ ସ୍ଵାଗତ ସଙ୍ଗୀତ ଓ ଉପସ୍ଥିତ ସମସ୍ତେ ଜାତୀୟ ସଙ୍ଗୀତ ଗାନ କରିବା ପରେ ‘ସାହିତ୍ୟ ସନ୍ଧ୍ୟା ‘କାର୍ଯ୍ୟକ୍ରମର ଆୟୋଜନର ଅୟ ଆରମ୍ଭ ହୋଇଥିଲା।ପରିଶେଷରେ କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ଆବାହିକା ନାରୀକବି ସସ୍ମିତା ଦାଶ ସମସ୍ତଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ । ପ୍ରକାଶ ଥାଉ କି ପ୍ରତ୍ୟେକ ବର୍ଷ ଏହି ରୋଟାରି କ୍ଲବ ରାଜଧାନୀର ସମସ୍ତ କର୍ମକର୍ତ୍ତା , ସଦସ୍ୟା, ସଦସ୍ୟ ବୃନ୍ଦଙ୍କ ସହଯୋଗରେ ଢେଙ୍କାନାଳ ଜିଲ୍ଲାରେ ଏହି ‘ସାହିତ୍ୟ ସନ୍ଧ୍ୟା ‘ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ମୁକ୍ତ କଣ୍ଠରେ ଦୃଢ଼ ପ୍ରତିଶ୍ରୁତି ପ୍ରଦାନ କରିଥିଲେ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ରାଇରଙ୍ଗପୁର ପିସିଏମ ଭବନ ପରିସରରେ ଜିଲ୍ଲା ସ୍ତରୀୟ ବିଜୁଳି ମହୋତ୍ସବ

Sunil Chandra Nayak

ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

Sunil Chandra Nayak

ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!