ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ରେଡ଼କ୍ରସ ପାଣ୍ଠିକୁ ଦାନ 

ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ରେଡ଼କ୍ରସ ପାଣ୍ଠିକୁ ଦାନ 

ନବରଙ୍ଗପୁର:(ତା ୧୨.୦୩.୨୦୨୪)ଗରିବ ଅସହାୟ, ଦିବ୍ୟାଙ୍ଗ ଲୋକଙ୍କ ଅର୍ଥ ଅଭାବରୁ ରୋଗଶଯ୍ୟାରେ ପୀଡିତ,ଦୁର୍ଘଟଣା ଗ୍ରସ୍ତ ସମୟରେ ତୁରନ୍ତ ଲୋକମାନଙ୍କର ଜରୁରୀ କାଳୀନ ସେବା ଯୋଗାଇଦେବା ପାଇଁ ଜିଲ୍ଲାପ୍ରଶାସନ ତରଫରୁ ଜିଲ୍ଲା ରେଡ଼କ୍ରସ ପାଣ୍ଠି ରୁ ଆବଶ୍ୟକ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥାଏ । କହିବାକୁ ଗଲେ ଜରୁରୀକାଳୀନ ପରିସ୍ଥିତି ରେ ସମାଜ ସେବା ରେ ସିଧାସଳଖ ରେଡ଼କ୍ରସ ପାଣ୍ଠି ଲୋକଙ୍କ କାମରେ ଲାଗିଥାଏ। ଆଜି ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ଜିଲ୍ଲା ରେଡକ୍ରସ ପାଣ୍ଠିକୁ ମୁକ୍ତ ହସ୍ତରେ ଦୁଇ ଲକ୍ଷ କୋଡ଼ିଏ ହଜାର ଟଙ୍କା ର ଚେକ୍ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ଯାଳୟରେ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଙ୍କୁ ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଗୀତାଞ୍ଜଳି ବେହେରା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ରେଶମ ଲାଲ ନାୟକ, କନିଷ୍ଠ ରେଡକ୍ରସ ସମ୍ପାଦକ ପ୍ରଭାତ ପଟ୍ଟନାୟକ, ବି କମଳା କାନ୍ତ ରାଉତ, ପ୍ରକାଶିନୀ ଚୌଧୁରୀ, ଅନିନ୍ଦିତା ନନ୍ଦ, ତପସ୍ଵିନୀ ବେହେରା, ଅତିରିକ୍ତ ଜିଲ୍ଲା ଜୁନିୟର ରେଡକ୍ରସ ଅଧିକାରୀ ନାରାୟଣ ପାଇକରାୟ , ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟର ଜିଲ୍ଲା ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟ୍ଟନାୟକ, ଜରୁରୀ କାଳୀନ ବିଭାଗର ବରିଷ୍ଠ ସହାୟକ ତ୍ରିପତି ବାଲାଜୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l ସମାଜ ର ଅତ୍ୟାବଶ୍ୟକୀୟ ସେବା ରେ ଲାଗିବା ପାଇଁ ଜିଲ୍ଲା ରେଡ଼କ୍ରସ ପାଣ୍ଠିକୁ ମୁକ୍ତ ହସ୍ତରେ ଦୁଇ ଲକ୍ଷ କୋଡ଼ିଏ ହଜାର ଟଙ୍କା ଦାନ କରିଥିବାରୁ ନବରଙ୍ଗପୁର ଜିଲ୍ଲା ଶିକ୍ଷା ବିଭାଗ କୁ ଜିଲ୍ଲାପାଳ ଡଃ ମିଶ୍ର ଧନ୍ୟବାଦ ଜଣାଇଥିଲେ। ଏହି ଅବସରେ ଜରୁରୀକାଳୀନ ପରିସ୍ଥିତି ରେ ସମାଜର ଲୋକଙ୍କ ହିତରେ ରେଡ଼କ୍ରସ ପାଣ୍ଠି ଖର୍ଚ୍ଚ ହେଉଥିବାରୁ ଜିଲ୍ଲା ରେଡ଼କ୍ରସ ପାଣ୍ଠିକୁ ବିଭିନ୍ନ ଅନୁଷ୍ଠାନ ବଦାନ୍ୟ ବ୍ୟକ୍ତି ବିଶେଷ ମୁକ୍ତ ହସ୍ତରେ ଦାନ କରିବା ପାଇଁ ଜିଲ୍ଲାପାଳ ଡଃ ମିଶ୍ର ଆହ୍ଵାନ ଦେଇଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ଜଳବନ୍ଦୀ ଗୁରୁମାଇଗୁଡା ଗସ୍ତ ,ପ୍ରାଥମିକ ବିଦ୍ୟାଳୟ ର ସ୍ଥିତି ପରଖିଲେ

Sunil Chandra Nayak

ପ୍ରଦୂଷଣ ନିୟମ ଉଲ୍ଲଂଘନ :  ଅଗ୍ରସେନ ସ୍ପଞ୍ଜକୁ ସିଲ୍ କଲା ଏସପିସିବି

Sunil Chandra Nayak

ମହମ୍ମଦ ଅସଲମ୍ ସ୍ମୃତି ସମାରୋହ ଯୁବ ସାମ୍ବାଦିକା ଶତରୂପା ସାମନ୍ତରାୟ ଙ୍କୁ ରାଜ୍ୟ ସ୍ତରୀୟ ମହମ୍ମଦ ଅସଲମ୍ ସ୍ମୃତି ସମ୍ମାନ

Sunil Chandra Nayak

Leave a Comment

error: Content is protected !!