ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବସ୍ତା ଷ୍ଟେସନକୁ ରେଳ ବିଭାଗରେ ବୈମାତୃକ ମନୋଭାବ ପାଇଁ କଂଗ୍ରେସ ର ଦାବିପତ୍ର ପ୍ରଦାନ

ବସ୍ତା ଷ୍ଟେସନକୁ ରେଳ ବିଭାଗରେ ବୈମାତୃକ ମନୋଭାବ ପାଇଁ କଂଗ୍ରେସ ର ଦାବିପତ୍ର ପ୍ରଦାନ

ବସ୍ତା,14/03 :ବସ୍ତା ରେଳ ଷ୍ଟେସନ ଭୌଗଳିକ ଅବସ୍ଥିତି ଅନୁଯାୟୀ ସମଗ୍ର ରାଜ୍ୟରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଆସିଛି। ଏହି ଷ୍ଟେସନ ଉପରେ ପ୍ରତ୍ୟେକ ଦିନ ବସ୍ତା, ବାଲିଆପାଳ ବ୍ଲକ ସମେତ ସଦର ବାଲେଶ୍ବର ବ୍ଲକ ଓ ମୟୂରଭଞ୍ଜ ଜିଲ୍ଲାର ଜନ ସାଧାରଣ ନିଜର ବ୍ୟବସାୟ ଓ ଯାତାୟାତ ପାଇଁ ନିର୍ଭର କରିଥାନ୍ତି। ମାତ୍ର ଏହି ଷ୍ଟେସନ ପୁର୍ବରୁ ଉତ୍କଳ କଳିଙ୍ଗ ଏକ୍ସପ୍ରେସ ଓ ଇଷ୍ଟ କୋଷ୍ଟ ଟ୍ରେନ ରହିଆସୁଥିଲା କରୋନା ପରେ ଏହି ଦୁଇଟି ଟ୍ରେନର ରହଣି ବନ୍ଦ କରାଗଲା, ଏପରିକି ଦୀର୍ଘ ଦିନ ଧରି ଦାବି ହୋଇଆସୁଥିବା ବସ୍ତା ଉଡନ୍ତା ରେଳ ପୋଲ ନିର୍ମାଣ କୁ ବିଭାଗ ର ନଜର ନାହଁ ଓ ଚାରି ନମ୍ବର ପ୍ଲାଟ ଫର୍ମ କୁ ଏକ ଫୁଟ୍ ବ୍ରିଜ୍ ନିର୍ମାଣ ଏହି ସମସ୍ୟା ପାଇଁ ଜନସାଧାରଣ ବହୁତ ଅସୁବିଧାରେ ସମୁଖୀନ ହେଉଛନ୍ତି। ପୁର୍ବରୁ ରେଳ ମନ୍ତ୍ରୀ ଗସ୍ତ ବେଳେ ସବୁ ସମସ୍ୟା ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ପାଣିରେ ଗାର ହୋଇ ଯାଇଛି। ଗୁରୁବାର ଏହି ସମସ୍ୟା ର ସମାଧାନ ପାଇଁ ବସ୍ତା ବ୍ଲକ କଂଗ୍ରେସ ପକ୍ଷରୁ ସଭାପତି ସତ୍ୟନାରାୟଣ ଗୁପ୍ତା ଙ୍କ ଉପସ୍ଥିତି ରେ ଜିଲ୍ଲା କଂଗ୍ରେସ କମିଟି ର ସାଧାରଣ ସମ୍ପାଦକ ସୁଧାଂଶୁ ଶେଖର ଜେନା ଜିଲ୍ଲା କଂଗ୍ରେସ ଉପସଭାପତି ମନୋଜ କୁମାର ମହାନ୍ତି ପୁର୍ବତନ ସମିତି ସଭ୍ୟ ରବିନ୍ଦ୍ର ଦାସ ଜଗଦୀଶ ସାହୁ ଅରୁଣ ମଣ୍ଡଳ ଙ୍କ ସମେତ ବସ୍ତା ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଦ୍ୟୁତି କୃଷ୍ଣ ଦାସ ମହାପାତ୍ର ବସ୍ତା ନିର୍ବାଚନ ମଣ୍ଡଳୀ ଛାତ୍ର କଂଗ୍ରେସ ସଭାପତି ଅବିନାଶ ନାୟକ ଜଗନ୍ନାଥ ଜେନା ଅଭୟ ଲେଙ୍କା ଜିତେଷ ଗିରି ଓ ବସ୍ତା ମା ମଙ୍ଗଳା ଅଟୋ ସଂଘର ସଭାପତି ବିଭୁତି ଭୁଷଣ ପ୍ରଧାନ ପ୍ରଫୁଲ୍ଲ ସାମଲ ପରିଜା ବାବୁ ହିରନ୍ୟ ଗିରି ବସ୍ତା ଷ୍ଟେସନ ରେ ଉପସ୍ଥିତ ହୋଇ ଡି ଆର୍ ଏମ୍ ଙ୍କୁ ଦେଇଥିବା ଦାବି ପତ୍ର ର ଏକ କପି ପ୍ରଦାନ କରିଛନ୍ତି। ଅଳ୍ପ ଦିନ ମଧ୍ୟରେ ଦାବି ପୁରଣ ନହେଲେ ଆନ୍ଦୋଳନ ହେବ ବୋଲି ସେମାନେ ଚେତାବନୀ ଦେଇ ଛନ୍ତି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ମୋଟରସାଇକେଲ ଧକ୍କାରେ ଜଣେ ମୃତ

ବିଷାକ୍ତ ସାପ କାମୁଡ଼ିବାରୁ ଅନ୍ତର୍ଲା ଗ୍ରାମର ମହେନ୍ଦ୍ର ମାଝୀ ଯୁବକ ଗୁରୁତର

Sunil Chandra Nayak

ପ୍ରିୟଦର୍ଶିନୀ ଇନ୍ଦିରା ମହାବିଦ୍ୟାଳୟ ଠାରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

masiha

Leave a Comment

error: Content is protected !!