ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଲେ ପଞ୍ଚାୟତ ପ୍ରତିନିଧି

ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଲେ ପଞ୍ଚାୟତ ପ୍ରତିନିଧି

ଜୁନାଗଡ଼,୧୫/୩(ମ ନି ସ) ତ୍ରିସ୍ଥରିୟ ପଂଚାୟତ ପ୍ରତନିଧିଙ୍କ ଭାବାବେଗକୁ ସମ୍ମାନ ଜଣାଇ ତାଙ୍କ ପାଇଁ ମାସିକ ଭତ୍ତା ବୃଦ୍ଧି କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଠାରେ କୃତଜ୍ଞତା ଜଣାଇଲେ ଜୁନାଗଡ଼ ବ୍ଲକ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ସମୂହ ,ସ୍ଥାନୀୟ ସଂସ୍କୃତିର ଭବନ ଠାରେ ଜୁନାଗଡ଼ ବ୍ଲକ ସରପଞ୍ଚ ସଂଘ ସଭାପତି ତାରାପ୍ରସାଦ ରାୟଗୁରଙ୍କ ସଭାପତିତ୍ୱରେ ଆୟୋଜିତ ଏକ ସଭାରେ ଜୁନାଗଡ଼ ବିଧାୟକ କେପଟେନ ଦିବ୍ୟଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟ ବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତ୍ରିସ୍ଥରୀୟ ପଞ୍ଚାୟତ ପ୍ରତିନିଧିଙ୍କ ପାଇଁ ନିକଟରେ ତାଙ୍କର ମାସିକ ଦରମା ବୃଦ୍ଧି କରି ସେମାନଙ୍କ ଭାବାବେଗକୁ ସମ୍ମାନ ଦେଇଛନ୍ତି ଏଣୁ ମୋ ତରଫରୁ ମଧ୍ୟ ମାନ୍ୟବର ପ୍ରଧାନମନ୍ତ୍ରୀ ଠାରେ କୃତଜ୍ଞ ବୋଲି ପ୍ରକାଶ କରିଥିଲେ।ଆଜି ତାଙ୍କ ନେତୃତ୍ବର ଓଡିଶା ବିକାଶର ଦ୍ୱାରାଦେଶରେ ପହଞ୍ଚି ପାରିଛି ଏଣୁ ତାଙ୍କ ହତାମୁଠାକୁ ଶକ୍ତ କରି ପ୍ରତେକ ଜନସାଧାରଣ ଏଥିରେ ସାମିଲ ହେବାକୁ ଆହ୍ୱାନ କରିଥିଲେ।।ସେହିପରି ସମ୍ମାନିତ ଅତିଥି ଭାବେ ଭବାନୀପାଟଣା କେନ୍ଦ୍ରସମବାୟ ବ୍ୟାଙ୍କ ସଭାପତି,ଗିରିଶ ଚନ୍ଦ୍ର ବେହେରା ବ୍ଲକ ଅଧକ୍ଷ୍ୟା ସବିତା ମେହେର, ଉପଧକ୍ଷ୍ୟ ପ୍ରମୋଦ ବେହେରା ଜିଲ୍ଲା ପରିଷଦ ସଭ୍ୟ। ସଙ୍ଗୀତା ଖରସେଲ ପ୍ରମୁଖ ଉପସ୍ଥିତ ରହି ଥିଲେ। ଏହି କାର୍ଯ୍ୟକ୍ରମରେ ଜୁନାଗଡ଼ ବ୍ଲକ୍ର ବିଭିନ୍ନ ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ ଜିଲ୍ଲାପାରିଷଦ ସଭ୍ୟ ୱାର୍ଡ ମେମ୍ବର ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ବେଗୁନିଆପଦା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସତସ୍ତରି ତମ ସ୍ୱାଧୀନତା ଦିବସ ପାଳିତ

masiha

ମହାବୀର ସମ୍ମାନରେ ସମ୍ମାନୀତ ହେବେ ଜୟନ୍ତ କୁମାର ବେହେରା

masiha

ଭାରତୀୟ ସଂସ୍କୃତି ଓ ଗୁରୁ ପରମ୍ପରା ଆଲୋଚନାଚକ୍ର 

Sunil Chandra Nayak

Leave a Comment

error: Content is protected !!