ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଡ଼ ଭାଙ୍ଗି ଯିବାରୁ ବୃଦ୍ଧ ଙ୍କୁ ଖଟିଆ ସାହା ଭରସା ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଗୋଡ଼ ଭାଙ୍ଗି ଯିବାରୁ ବୃଦ୍ଧ ଙ୍କୁ ଖଟିଆ ସାହା ଭରସା ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ରାଇଘର (୧୫/୩) ନବରଙ୍ଗପୁର ଜିଲା ରାଇଘର ବ୍ଲକ ମୁଣ୍ଡିବେଡା ପଞ୍ଚାୟତ ର ମହୁଲ ପୋଡା ଗ୍ରାମରେ ତିନିମାସ ହେଲା ଖଟିଆ ସାଜିଛି ସାହା ଭରସା ବୃଦ୍ଧ ଙ୍କ ଗୋଡ଼ ଭାଙ୍ଗି ଯିବାରୁ ଚଲା ବୁଲା କରି ପାରୁନାହାନ୍ତି ଫଳରେ ଖଟିଆ ଉପରେ ଦିନ ରାତି ବିତାଉଥିବା ଦେଖିବାକୁ ମିଳିଛି, ରାଇଘର ବ୍ଲକ ର ମୁଣ୍ଡିବେଡା ପଂଚାୟତ ର ଗୁଚ୍ଛାଗୁଡା ଗ୍ରାମ ର ମହୁଲପଡା ଗ୍ରାମରେ ୬୩ ବର୍ଷୀୟ ରଥରାମ ମାଝୀ ଙ୍କ ୩ ମାସ ପୂର୍ବେ ଗଛ ରୁ ପଡି ଗୋଡ଼ ଭାଙ୍ଗି ଯାଇଛି ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ଉମରକୋଟ ଠାରେ ଥିବା ଏକ ବେସରକାରୀ ମେଡିକାଲ କୁ ନେଇଯାଇଥିଲେ ସେଇଠି ଏକ୍ସରେ କାଢିବାରୁ ଜଣା ପଡିଲା ଗୋଡ଼ର ହାଡ଼ ଭାଙ୍ଗି ଚୂନା ହୋଇ ଯାଇଛି ଅସ୍ତ୍ରପ୍ରଚାର ଦରକାର ହେବାରୁ ଟଙ୍କା ଅଭାବରୁ ପରିବାର ଲୋକେ ରଥରାମ ମାଝୀ ଙ୍କୁ ଘରକୁ ନେଇ ଆସିଥିଲେ ଫଳରେ ଯନ୍ତ୍ରଣାରେ ଛଟପଟ ହୋଇ ଖଟିଆ ରେ ପଡି ରହିଛନ୍ତି ରଥିରାମ, ଖଟିଆ ଉପରେ ରେ ଖାଇବା, ଶୋଇବା, ଗାଧୋଇବା ଠୁ ଆରମ୍ଭ କରି ସମ୍ପୂର୍ଣ କାର୍ଯ୍ୟ ଖଟିଆ ଉପରେ କରନ୍ତି ବର୍ତମାନ ଖଟିଆ ସାଜିଛି ସାହା ଭରସା ସରକାର ତରଫରୁ ମାଗଣା ଚିକିତ୍ସା କରେଇବା ପାଇଁ ପରିବାର ଲୋକେ ନିବେଦନ କରିଛନ୍ତି l ଏ ନେଇ ଏବିଡିଓ ବିଜୟ କୁମାର ସେଠୀ ଙ୍କୁ ପଚାରିବାରୁ ଆମ କୁ କୌଣସି ଅଭିଯୋଗ କି ଖବର ନାହିଁ ଗ୍ରାମକୁ ଯାଇ ତଦନ୍ତ କରି ସରକାରଙ୍କ ପକ୍ଷରୁ ଯାହା ସହଯୋଗ କରିହେବ ତାହା କରାଯିବ ବୋଲି କହିଥିଲେ I

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଗୁଡହାଣ୍ଡି ଡୋକରୀଚଞ୍ଚରା ଜଗୁଆଳି ବୃଦ୍ଧା ମୃତ, ଶବ ସତ୍କାର କଲେ ଉନ୍ନୟନ ସମିତି 

Sunil Chandra Nayak

ଜଳିଗଲା ପାଞ୍ଚ ଭରଣ ଜମି ର ଧାନ ଫସଲ 

masiha

ଶିଶୁ ଶ୍ରମିକ ଲଗାଇ ବିନା ସୂଚନା ଫଳକରେ ଚାଲିଛି ପାଚେରୀ କାମ,କାର୍ଯ୍ୟନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ନିବେଦନ

Sunil Chandra Nayak

Leave a Comment

error: Content is protected !!