ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହୁମାଛି ଆକ୍ରମଣରେ ଚାରି ଗୁରୁତର ବସ୍ତା ଡାକ୍ତରଖାନାରେ ଭର୍ତ୍ତି

ମହୁମାଛି ଆକ୍ରମଣରେ ଚାରି ଗୁରୁତର ବସ୍ତା ଡାକ୍ତରଖାନାରେ ଭର୍ତ୍ତି

ବସ୍ତା.୧୬/୦୩ : ଶନିବାର ଅପରାହ୍ନ ସମୟରେ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା 60 ନମ୍ବର ଜାତୀୟ ରାଜପଥର ନିଶ୍ଚିନ୍ତପୁର ଠାରେ ଶ୍ରମିକମାନେ ସଫେଇ କାର୍ଯ୍ୟ କରୁଥିବା ସମୟରେ ଅସାବଧାନତା ବସତ ଏକ ମହୁମାଛି ବସା ଭାଙ୍ଗିଯାଇଥିଲା। ଫଳରେ ମହୁମାଛି ହଠାତ୍ ବାହାରି ସଫେଇ କାର୍ଯ୍ୟ ରେ ନିୟୋଜିତ ଶ୍ରମିକ ମାନଙ୍କୁ ଆକ୍ରମଣ କରିଥିଲା। ଏହି ମହୁମାଛି ଆକ୍ରମଣ ରେ ଚାରି ଜଣ ଶ୍ରମିକ ଚେତା ଶୂନ୍ୟ ହୋଇଥିଲେ। ସମସ୍ତ ଗୁରୁତର ମାନଙ୍କୁ ଜାତୀୟ ରାଜପଥ ଆମ୍ବୁଲାନ୍ସରେ ସାହାଯ୍ୟରେ ବସ୍ତା ଡ଼ାକ୍ତରଖାନାକୁ ପଠାଇ ଥିବାର ଦେଖିବାକୁ ମିଳିଛି l ଗୁରୁତର ମାନେ ବସ୍ତା ଥାନା ଜୁଣ ବଳଦା ଗ୍ରାମର ରବିନ୍ଦ୍ର ରାଉତ,କାର୍ତ୍ତିକ ଦାସ,ଶ୍ରୀଧର ଦାସ ଏବଂ ଅନ୍ୟ ଜଣେ ସିଂଲା ଥାନା ପୁଟୁରା ଗ୍ରାମର ପିତାମ୍ବର ମିଶ୍ର ବୋଲି ଜଣାଯାଇଛି। ସମସ୍ତଙ୍କ ବୟସ ୪୦ ରୁ ୫୦ ମଧ୍ୟରେ ହେବା ଅନୁମାନ କରାଯାଇଛି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ପ୍ରଚାର ପ୍ରସାର ଅଭାବରୁ ଫେଲ ମାରିଲା ଅଭିଯୋଗ ଶୁଣାଣି, ୧୫ ଗୋଟି ଅଭିଯୋଗରେ ଶେଷ ହେଲା ଶୁଣାଣି

masiha

ଜାତୀୟ ସେବା ଯୋଜନା ରାଜ୍ୟ ସ୍ତରୀୟ ପୁରସ୍କାର ପାଇଁ ମାଁ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରୁ ‘ପ୍ରତାପ ଚନ୍ଦ୍ର ଦାଶ ଓ ଦୀପକ କୁମାର ବେହେରା’ ମନୋନୀତ

masiha

ଲୋକନୃତ୍ୟ କଳାକାରଙ୍କ ଦୁଇ ଦିନିଆ ତାଲିମ କାର୍ଯ୍ୟକ୍ରମ ଶୁଭାରମ୍ଭ , “ପ୍ରଚାର କରିବେ ସରକାରଙ୍କ ବିଭିନ୍ନ ଯୋଜନାର “

masiha

Leave a Comment

error: Content is protected !!