ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହୁମାଛି ଆକ୍ରମଣରେ ଚାରି ଗୁରୁତର ବସ୍ତା ଡାକ୍ତରଖାନାରେ ଭର୍ତ୍ତି

ମହୁମାଛି ଆକ୍ରମଣରେ ଚାରି ଗୁରୁତର ବସ୍ତା ଡାକ୍ତରଖାନାରେ ଭର୍ତ୍ତି

ବସ୍ତା.୧୬/୦୩ : ଶନିବାର ଅପରାହ୍ନ ସମୟରେ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା 60 ନମ୍ବର ଜାତୀୟ ରାଜପଥର ନିଶ୍ଚିନ୍ତପୁର ଠାରେ ଶ୍ରମିକମାନେ ସଫେଇ କାର୍ଯ୍ୟ କରୁଥିବା ସମୟରେ ଅସାବଧାନତା ବସତ ଏକ ମହୁମାଛି ବସା ଭାଙ୍ଗିଯାଇଥିଲା। ଫଳରେ ମହୁମାଛି ହଠାତ୍ ବାହାରି ସଫେଇ କାର୍ଯ୍ୟ ରେ ନିୟୋଜିତ ଶ୍ରମିକ ମାନଙ୍କୁ ଆକ୍ରମଣ କରିଥିଲା। ଏହି ମହୁମାଛି ଆକ୍ରମଣ ରେ ଚାରି ଜଣ ଶ୍ରମିକ ଚେତା ଶୂନ୍ୟ ହୋଇଥିଲେ। ସମସ୍ତ ଗୁରୁତର ମାନଙ୍କୁ ଜାତୀୟ ରାଜପଥ ଆମ୍ବୁଲାନ୍ସରେ ସାହାଯ୍ୟରେ ବସ୍ତା ଡ଼ାକ୍ତରଖାନାକୁ ପଠାଇ ଥିବାର ଦେଖିବାକୁ ମିଳିଛି l ଗୁରୁତର ମାନେ ବସ୍ତା ଥାନା ଜୁଣ ବଳଦା ଗ୍ରାମର ରବିନ୍ଦ୍ର ରାଉତ,କାର୍ତ୍ତିକ ଦାସ,ଶ୍ରୀଧର ଦାସ ଏବଂ ଅନ୍ୟ ଜଣେ ସିଂଲା ଥାନା ପୁଟୁରା ଗ୍ରାମର ପିତାମ୍ବର ମିଶ୍ର ବୋଲି ଜଣାଯାଇଛି। ସମସ୍ତଙ୍କ ବୟସ ୪୦ ରୁ ୫୦ ମଧ୍ୟରେ ହେବା ଅନୁମାନ କରାଯାଇଛି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଜିଲ୍ଲାସ୍ତରୀୟ ୮୦ତମ ସ୍ଵାଧୀନତା ଦିବସ ପାଳନ ପ୍ରସ୍ତୁତି ବୈଠକ 

Sunil Chandra Nayak

ପର୍ଯ୍ୟଟନ ସଚିବ ଙ୍କୁ ଦାବି ପତ୍ର .

Sunil Chandra Nayak

ବନ୍ଧୁଗାଁ ବ୍ଲକରେ ଅଳ୍ପ ସଂଖ୍ୟକ ଲୋକଙ୍କ ଉପସ୍ଥିତିରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଳିତ

masiha

Leave a Comment

error: Content is protected !!