ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଇନ ମହାବିଦ୍ୟାଳୟରେ ବିଶ୍ବ ଉପଭୋକ୍ତା ଅଧିକାର ଦିବସ ପାଳିତ

ଆଇନ ମହାବିଦ୍ୟାଳୟରେ ବିଶ୍ବ ଉପଭୋକ୍ତା ଅଧିକାର ଦିବସ ପାଳିତ

ରାଉରକେଲା: ରାଉରକେଲା ଆଇନ ମହାବିଦ୍ୟାଳୟ ଠାରେ ବିଶ୍ବ ଉପଭୋକ୍ତା ଅଧିକାର ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଅଧ୍ୟକ୍ଷା ଡ ସମ୍ପାଦିକା ମହାନ୍ତିଙ୍କ ଅଧ୍ୟକ୍ଷତା କରିଥିବା ବେଳେ ରାଉରକେଲା ଓକିଲ ସଂଘର ବରିଷ୍ଠ ଆଇନଜୀବୀ କୈଳାସ ଚନ୍ଦ୍ର ପ୍ରଧାନ ଅତିଥି ଭାବେ ଯୋଗଦେଇ ଉପଭୋକ୍ତାଙ୍କ ଅଧିକାର ସମ୍ପର୍କରେ ବ୍ୟାପକ ଭାବେ ଆଲୋଚନା କରିଥିଲେ। ଶ୍ରୀ ପ୍ରଧାନ ତାଙ୍କ ବକ୍ତବ୍ୟରେ ଉପଭୋକ୍ତା ସଚେତନ ନହେଲେ ତାହାର ପରିଣାମ ଓ ସଚେତନ ହେଲେ ତା’ର ଉପକାରିତା ଉପରେ ଆଲୋକପାତ କରିଥିଲେ। ସେ ଏହି ଅବସରରେ ବିଭିନ୍ନ ଦେଶରେ ଥିବା ଆଇନ ର ଦୃଷ୍ଟାନ୍ତ ଦେଇ ଆନ୍ତର୍ଜାତିକ ଉପଭୋକ୍ତା ଅଧିକାର ଦିବସ ପାଳନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରି ସେମାନଙ୍କ ମତ ଉପସ୍ଥାପନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଉପଭୋକ୍ତା ସଚେତନତା ଉପରେ ନାଟକ ପ୍ରଦର୍ଶିତ କରାଯାଇଥିଲା। ପରେ ଛାତ୍ର ଛାତ୍ରୀ ଓ ଅଧ୍ୟାପକ ମାନଙ୍କ ଦ୍ବାରା ଏକ ସ୍ଲୋଗାନ ଶୋଭାଯାତ୍ରା ନୟାବଜାର ଅଞ୍ଚଳ ପରିକ୍ରମା କରି ସ୍ଥାନୀୟ ଜନସାଧାରଣଙ୍କୁ ସଚେତନ କରାଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମା ଛେଉଣ୍ଡ ଭିନ୍ନକ୍ଷମ ବାଳକକୁ ଜଳେଶ୍ଵର ବିଡ଼ିଓଙ୍କ ଦ୍ୱାରା ଟ୍ରାଏ ସାଇକେଲ ପ୍ରଦାନ

Sunil Chandra Nayak

ଓଡିଶା ପତ୍ରକାର ସଙ୍ଘ ଅବିଭକ୍ତ କୋରାପୁଟ ଜିଲ୍ଲା ସମ୍ମିଳନୀ, ସାମ୍ବାଦିକ ଓ ସମ୍ବାଦପତ୍ରର କଣ୍ଠ ରୋଧ କରାନଯାଉ

Sunil Chandra Nayak

ଠାକୁର ଅନୁକୂଳଙ୍କ ୧୩୬ ତମ ଜନ୍ମୋତ୍ସବ ପାଳିତ

masiha

Leave a Comment

error: Content is protected !!