ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବାଲିଗୁଡା ନିର୍ବାଚନ ମଣ୍ଡଳୀ : ବାଜିଲା ନିର୍ବାଚନ ବିଗୁଲ ସଂଖ୍ୟାଲଘୁ ଭୋଟରଙ୍କ ଉପରେ ବିଜେଡି ଓ କଂଗ୍ରେସର ନଜର 

ବାଲିଗୁଡା ନିର୍ବାଚନ ମଣ୍ଡଳୀ : ବାଜିଲା ନିର୍ବାଚନ ବିଗୁଲ ସଂଖ୍ୟାଲଘୁ ଭୋଟରଙ୍କ ଉପରେ ବିଜେଡି ଓ କଂଗ୍ରେସର ନଜର 

କନ୍ଧମାଳ:ତା,୧୬/୦୩/୨୪:(ମନିସ): ୨୦୨୪ ସାଧାରଣ ନିର୍ବାଚନ ପାଇଁ ନିର୍ବାଚନୀ ବିଗୁଲ ବାଜି ସାରିଛି । ବାଲିଗୁଡା ବିଧାନସଭା କ୍ଷେତ୍ରଟି ମେ ୨୦ ରେ ନିର୍ବାଚନ ତାରିଖ ଘୋଷଣା ହୋଇଥିବା ବେଳେ ଏବେ ବିଭିନ୍ନ ଦଳ ସେମାନଙ୍କ ରଣନୀତି ର ପେଢି ଖୋଲିବେ । କେଉଁ ବର୍ଗ ର ଲୋକଙ୍କୁ କିଭଳି ନିଜ ଭୋଟ ବ୍ୟାଙ୍କ ଭାବେ ଆପଣାଇବ ସେ ନେଇ କିପରି ଆକୃଷ୍ଟ କରାଯିବ ତାହାଏବେ ଠାରୁ ଆରମ୍ଭ ହୋଇଯାଇଛି । ବାଲିଗୁଡା ନିର୍ବାଚନ ମଣ୍ଡଳୀ ଅଧୀନରେ ବାଲିଗୁଡା,କ.ନୂଆଗାଁ ,ତୁମୁଡିବନ୍ଧ,କୋଟଗଡ ବ୍ଲକ ସମେତ ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ରହିଛି l ଏଥିରେ ମୋଟ ୧ଲକ୍ଷ ୬୦ ହଜାର ଭୋଟର ରହିଛନ୍ତି । କନ୍ଧମାଳ ଲୋକସଭା କ୍ଷେତ୍ର ର ସବୁଠାରୁ କମ ଭୋଟର ରହିଥିବା ବିଧାନସଭା ନିର୍ବାଚନ ମଣ୍ଡଳୀ ।ଏହି ନିର୍ବାଚନ ମଣ୍ଡଳୀ ରେ ସଂଖ୍ୟାଲଘୁ ଭୋଟରଙ୍କ ସଖ୍ୟ ୨୦ ରୁ ୩୦ ଶତକଡା ରହିଥିବାରୁ ଏହି ଭୋଟରଙ୍କୁ ନିଜ ଦଳ ପାଇଁ ଆକୃଷ୍ଟ କରିବା ପାଇଁ ବିଜେଡି ଓ କଂଗ୍ରେସ ନଜର ରଖିଛନ୍ତି। ବିଜେଡି ଓ କଂଗ୍ରେସ ଚଳିତ ନିର୍ବାଚନ ରେ ଜଣେ ସଂଖ୍ୟାଲଘୁ ଙ୍କୁ ପ୍ରାର୍ଥୀ କରିବା ପାଇଁ ଚିନ୍ତା କରୁଥିବା ଜଣାପଡିଛି । ସଂଖ୍ୟାଲଘୁ ଭୋଟର ବାଲିଗୁଡା ନିର୍ବାଚନ ମଣ୍ଡଳୀ ର ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି ରଜନାତି ସମୀକ୍ଷକ ମାନେ କହୁଛନ୍ତି । ୨୦୧୯ ନିର୍ବାଚନ ରେ ସଂଖ୍ୟାଲଘୁ ଭୋଟର ଶାସକ ବିଜେଡି ଆଡକୁ ଯାଇଥିବାରୁ ବିଜୟୀ ହୋଇଥିବା ରାଜନୀତି ସମୀକ୍ଷକ ମାନେ କହୁଛନ୍ତି ।ଚଳିତ ବର୍ଷ ସଂଖ୍ୟାଲଘୁ ଭୋଟରଙ୍କୁ ଶାସକ ବିଜେଡି ରଖିପାରିବ କି ନାହିଁ ତାହା ଏବେ ଠାରୁ କହିବା ମୁସକିଲ । ଗତ ଦୁଇ ସପ୍ତାହ ହେଲା ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ନେଇ ଦୁଇ ଦଳର ବରିଷ୍ଠ ନେତା ଙ୍କ ମଧ୍ୟରେ ଆଲୋଚନା ଚାଲିଛି । ଫଳରେ ମେଣ୍ଟ କୁ ନେଇ ସବୁଆଡେ ଦୁଇ ଦଳର କର୍ମୀ, କୁଜିନେତା, ଓ ଲୋକଙ୍କ ମଧ୍ୟରେ ନନା କଳ୍ପନା ଜଳ୍ପନା ରେ ପୂର୍ଣ୍ଣଛେଦ ବର୍ତ୍ତମାନ ସୁଦ୍ଧା ପଡି ପାରି ନାହିଁ l

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ଜିଲ୍ଲା କଂଗ୍ରେସ ପକ୍ଷରୁ ମଶାଲ ଶୋଭାଯାତ୍ରା

masiha

ନିର୍ବାଚନ ମଣ୍ଡଳୀ ସ୍ତରୀୟ କଂଗ୍ରେସ ପରିବାର ପକ୍ଷରୁ ବନ୍ଧୁ ମିଳନ

Sunil Chandra Nayak

ନିର୍ବାଚନ ଲଡିବେ ଅବସରପ୍ରାପ୍ତ ଆୟକର କମିଶନର ,ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!