ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯାଦବ ସମାଜର ଗରୀବ ଓ ମେଧାବୀ ଛାତ୍ରଛାତ୍ରୀ ଙ୍କ ନିମନ୍ତେ ଏକ ଛାତ୍ରାବାସ ଓ କାର୍ଯ୍ୟାଳୟ ର ଭିତି ପ୍ରସ୍ତର ସ୍ଥାପନ 

ଯାଦବ ସମାଜର ଗରୀବ ଓ ମେଧାବୀ ଛାତ୍ରଛାତ୍ରୀ ଙ୍କ ନିମନ୍ତେ ଏକ ଛାତ୍ରାବାସ ଓ କାର୍ଯ୍ୟାଳୟ ର ଭିତି ପ୍ରସ୍ତର ସ୍ଥାପନ 

ନବରଙ୍ଗପୁର:( ୧୬|୩ )( ରବି ନାରାୟଣ ମହାନ୍ତି)ନବରଙ୍ଗପୁର ସିନ୍ଧିଗୁଡା ପଞ୍ଚାୟତର ନୂଆଗଡ ମୌଜା ରେ ଜିଲ୍ଲା ଯାଦବ ସମାଜକୁ ସରକାର ଙ୍କ ତରଫରୁ ପ୍ରଦାନ କରାଯାଇଥିବା ୧୫ ସେଣ୍ଟ ଜମିରେ ଯାଦବ ସମାଜର ଗରୀବ ଓ ମେଧାବୀ ଛାତ୍ରଛାତ୍ରୀ ଙ୍କ ନିମନ୍ତେ ଏକ ଛାତ୍ରାବାସ ଓ କାର୍ଯ୍ୟାଳୟ ର ଭିତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛିl।ଏହି ଭିତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ରେ ମାନ୍ୟବର ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ, ବିଧାୟକ ନବରଙ୍ଗପୁର ଶ୍ରୀ ସଦାଶିବ ପ୍ରଧାନୀ, ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ର, ଜିଲ୍ଲାପରିଷଦ ୧ ସଦସ୍ୟ ଶ୍ରୀ ଦିବ୍ୟଦାନ ସୁନା ଉପସ୍ଥିତ ରହି ଭିତି ପ୍ରସ୍ତର ସ୍ଥାପନ କରିବା ସହ ଭବିଷ୍ୟତରେ ସମାଜର ପ୍ରତ୍ୟେକ ଉନ୍ନତି ମୂଳକ କାର୍ଯ୍ୟରେ ପ୍ରଶାସନ ତଥା ଜନ ପ୍ରତିନିଧିଙ୍କ ସାହାଯ୍ୟ ଓ ସହଯୋଗ ରହିବ ବୋଲି କହିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀ ଦୈତାରି ମାଝୀ,ପଞ୍ଚୁନାଥ ପାତ୍ର, ସୈନିକ ଗୌଡ,କମଳ ଲୋଚନ ବାଘ,ନବଘନ ଗୌଡ,ସହଦେବ ନିଆଲ,ଲଖିନାଥ ରାଉତ,ଟଙ୍କ ଗୌଡ,ହରି ଗୌଡ, ତ୍ରିନାଥ ଗୌଡ଼,କନେଶ୍ୱର ଗୌଡ, ଦୁର୍ଲଭ ଗୌଡ, ପ୍ରହ୍ଲାଦ ନାୟକ,ବାବୁ ଯାଦବ ଓ ଅନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ଯାଦବ ସମାଜ ସଭାପତି ଶ୍ରୀ ଜ୍ୟୋତି ରଞ୍ଜନ କଂସ ସଭାପତିତ୍ବ କରିଥିବା ବେଳେ କାର୍ଯକାରୀ ସଭାପତି ଶ୍ରୀ ଦେବଦାସ ମହାଙ୍କୁଡ ବେଶ୍ ସୁନ୍ଦର ଭାବେ ମଞ୍ଚ ପରିଚାଳନା କରିଥିଲେ l

ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ୍ 

Related posts

କବିତା ପ୍ରତିଯୋଗିତାର ଫଳାଫଳ ପ୍ରକାଶ,ପ୍ରଥମ ସ୍ଥାନରେ ବାଲେଶ୍ଵର

masiha

ଅଗ୍ନିଯୋଦ୍ଧା ପ୍ରଶିକ୍ଷାର୍ଥୀଙ୍କ ୬୧ତମ ଦୀକ୍ଷାନ୍ତ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ 

Sunil Chandra Nayak

ସଂଗ୍ରାମୀ ଆନନ୍ଦ ଚନ୍ଦ୍ର ବେହେରାଙ୍କ ପୁଣ୍ୟ ତିଥି ପାଳିତ

masiha

Leave a Comment

error: Content is protected !!