ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ଵର, ତା ୧୬/୩/୨୦୨୪ : ଗଣତନ୍ତ୍ରରେ ମତଦାନ ସାବ୍ୟସ୍ତ କରି ନିଜ ସରକାର ବାଛିବା ନାଗରିକଙ୍କର କର୍ଭବ୍ୟ । କିନ୍ତୁ ଅନେକ ଲୋକ ମତଦାନ ଦିବସଟିକୁ ଛୁଟିଦିନ ଭାବି କିମ୍ବା ଲାଇନ୍‌ରେ ଛିଡା ହୋଇ ମତଦାନ ସାବ୍ୟସ୍ତକୁ କଷ୍ଟସାଧ୍ୟ ଭାବି ମତଦାନ କରିନଥାନ୍ତି, ଯାହାଫଳରେ ମତଦାନ ପ୍ରତିଶତ କମିଯାଇଥାଏ । ଏହା ଗଣତନ୍ତ୍ର ପ୍ରତି ଶୁଭଙ୍କର ନୁହଁ । ଉକ୍ତ ସମସ୍ୟା ପ୍ରତି ଜନସାଧାରଣଙ୍କ ମନରେ ସଚେତନ ସୃଷ୍ଟି କରିବା ପାଇଁ ସାମାଜିକ ଅନୁଷ୍ଠାନ, ‘କର ଫାଉଣ୍ଡେସନ୍’ ଓ ‘ୟୁଥ୍ ଫର ଭଲ୍ୟୁଣ୍ଟାରୀ ୱାର୍କ’ ମିଳିତ ଆନୁକୂଲ୍ୟରେ ଏକ ଓ୍ବାକଥନ୍ ସମାଜସେବୀ ମୀର ଅହମ୍ମଦ ଅଲ୍ଲୀଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଥିଲା । ଭୁବନେଶ୍ଵରସ୍ଥିତ ରାଜମହଲରୁ ଏକ ପଦଯାତ୍ରାରେ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ, ଯୁବଗୋଷ୍ଠୀ, ସମାଜସେବୀ ଓ ସିନେ ତାରକାମାନେ ବାହାରି ଗଣତନ୍ତ୍ରକୁ ସୁଦୃଢ କରିବା, ମତଦାତା ଭାବେ ମୁଁ ଗର୍ବିତ, ‘ମତଦଦାନ ଅଟେ ଆମ ଅଧିକାର, କରନାହିଁ ଏହାକୁ କେବେ ବେକାର’ ପ୍ରଭୃତି ଲେଖାଥୁବା ଟି-ସାର୍ଟ ପିନ୍ଧି ମାଷ୍ଟରକ୍ୟାଣ୍ଟିନ୍ ପର୍ଯ୍ୟନ୍ତ ଚାଲିବା ସହ ଲୋକମାନଙ୍କୁ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଅଭିନେତା ଚନ୍ଦନ କର, ହାସ୍ୟ ଅଭିନେତା ରାଜୁ ଦାସ, ନବାଗତ ଅଭିନେତ୍ରୀ ଦୀପା ମିଶ୍ର, ପ୍ରଯୋଜକ ଗଙ୍ଗାଧର ରେଡ୍ଡୀ, ଅଭିନେତା ଦୀପକ ମହାରଣା, ସମାଜସେବୀ ନିରୋଜାଲକ୍ଷ୍ମୀ ମହାପାତ୍ର, ଲୀନା ନନ୍ଦିତା ପରିଡ଼ା, ବିନ୍ଦୁଜା ଉପାଧ୍ୟାୟ, ଅନୁପମା ବେହେରା, ବାବୁ ରାଜା, ଦିଲ୍ଲୀପ ବେହେରା, ବିଶ୍ଵରଂଜନ ଦାସ, ସାଇପ୍ରସାଦ ପଣ୍ଡା, ଅମର ପାଲ୍ ପ୍ରମୁଖ ଉପସ୍ଥିତ ଥିଲେ । ଦେବରାୟ ନୟାପଲ୍ଲୀ କଲେଜ, ସତ୍ୟଭାମାଦେବୀ କଲେଜ ଓ କମଳାନେହେରୁ ମହିଳା ମହାବିଦ୍ୟାଳୟର ବିଦ୍ୟାର୍ଥୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଉପସ୍ଥିତ ଥିବା ଛାତ୍ରଛାତ୍ରୀ ଯେଉଁମାନେ ପ୍ରଥମଥର ପାଇଁ ମତଦାନ ସାବ୍ୟସ୍ତ କରିବେ, ସେମାନେ ନିଜେ ମତଦାନ କରିବା ସହ ଅନ୍ୟମାନଙ୍କୁ ସଚେତନ କରାଇବେ ବୋଲି ପ୍ରତିଶ୍ରୁତି ପ୍ରଦାନ କରିଥିଲେ ।

ଅମୃତ ନନ୍ଦ ଙ୍କ ରିପୋର୍ଟ୍ 

Related posts

ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

masiha

ବେହେରା ଠାରେ ଟେଲରିଂ ପ୍ରଶିକ୍ଷଣ ଶିକ୍ଷାର୍ଥୀଙ୍କୁ ପ୍ରମାଣ ପତ୍ର ବଣ୍ଟନ

ଉଦ୍ୟୋଗୀ ମେଳାରେ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ସ୍ବୟଂ ସହାୟିକା ଗୋଷ୍ଠୀ ପାଇଁ ସୁଯୋଗ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!