ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରୂପସା ରେଳ ଜଙ୍କଶନ ପ୍ରତି ରେଳ ବିଭାଗର ବୈମାତୃକ ମନୋଭାବ ଏପ୍ରିଲରେ ଆନ୍ଦୋଳନ ଚେତାବନୀ

ରୂପସା ରେଳ ଜଙ୍କଶନ ପ୍ରତି ରେଳ ବିଭାଗର ବୈମାତୃକ ମନୋଭାବ

ବିକାଶ ପରିଷଦ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ଏପ୍ରିଲରେ ଆନ୍ଦୋଳନ ଚେତାବନୀ

ବସ୍ତା,17/3 ଦକ୍ଷିଣ ପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବାଲେଶ୍ବର ଜିଲା ରୂପସା ରେଳ ଜଙ୍କଶନ ଓ ଷ୍ଟେସନରେ ଦୀର୍ଘ ଦିନ ଧରି ସମସ୍ୟା ଲାଗି ରହିଛି।ଏ ସମ୍ପର୍କରେ ବାରମ୍ବାର ରେଳ ବିଭାଗ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ହେଁ ଏଯାବତ ସମାଧାନ ହୋଇପାରୁନାହିଁ ।ରବିବାର ରୂପସା ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ରୂପସାସ୍ଥିତ ଶ୍ରୀଜଗନ୍ନାଥ ମଣ୍ଡପ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ଏହି ସମ୍ମିଳନୀରେ ପରିଷଦର ସଭାପତି ଭଗବାନ ମହାପାତ୍ର ଅଧ୍ୟକ୍ଷତା କରି ଷ୍ଟେସନର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ l ମୁଖ୍ୟ ଉପଦେଷ୍ଟା ବରଦାପ୍ରସନ୍ନ ପଟ୍ଟନାୟକ, ସାଧାରଣ ସମ୍ପାଦକ ସୁଧାକର ଗିରି, ଉପ ସଭାପତି ନିରଞ୍ଜନ ପଣ୍ଡା ଶର୍ମା ଓ ଏମପି ପ୍ରତିନିଧି ଶୁଭେଶ ନାୟକ ମଞ୍ଚାସିନ ହୋଇ ତୁରନ୍ତ ସମସ୍ୟାର ସମାଧାନ ଦିଗରେ ରେଳ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାନଗଲେ ଆସନ୍ତା ଏପ୍ରିଲ ମାସରେ ରେଳରୋକ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଥିଲେ l ଗତ ଜାନୁଆରୀ ମାସରେ ବାଲେଶ୍ବର ଗସ୍ତରେ ଆସିଥିବା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଭେଟି ରୂପସା ଆଞ୍ଚଳିକ ବିକାଶ ପରିଷଦ ଓ ରେଳ ବ୍ୟବହାରକାରୀ ସଂଘ ପକ୍ଷରୁ ଏକ ଦାବିପତ୍ର ଦିଆଯାଇଥିଲା । ରୂପସା ଷ୍ଟେସନରେ ପୂର୍ବ ଭଳି ଡ଼ାଉନ ଜଗନ୍ନାଥ ଏକ୍ସପ୍ରେସ ଟ୍ରେନର ରହଣି,ବାରିପଦା-ରୂପସା ପାସେଞ୍ଜର ଟ୍ରେନ ପୂର୍ବଭଳି ବାଲେଶ୍ବର ଷ୍ଟେସନ ପର୍ଯ୍ୟନ୍ତ ଚଳାଚଳ କରିବା,ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ଷ୍ଟେସନର ଉତ୍ତର କେବିନ ଠାରେ ଖୁବଶୀଘ୍ର ପ୍ରସ୍ତାବିତ ଫ୍ଲାଏ ଓଭରବ୍ରିଜ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା,ଦିଲ୍ଲୀ ଯାଉଥିବା କୌଣସି ଏକ ଟ୍ରେନର ରହଣି ହେବା ଏବଂ ଚାରି ନମ୍ବର ପ୍ଲାଟଫର୍ମରେ ନୂତନ ଟିକଟ ଭେଣ୍ଡିଂ ମେସିନ ସ୍ଥାପନ କରିବା, କୋଭିଡ ପୂର୍ବ ସମୟ ସାରଣୀ ମୁତାବକ ମେମୋ ଟ୍ରେନ ଚଳାଚଳ କରିବା, ପାସେଞ୍ଜର ଟ୍ରେନର ଭଡା ପୂର୍ବ ଭଳି ଲାଗୁ ହେବା, ଭଗବାନପୁର ରେଳ ଫାଟକ ଠାରୁ ବାମଡା ଫାଟକ ପର୍ଯ୍ୟନ୍ତ ଉତ୍ତର ପାର୍ଶ୍ଵରେ ସ୍ଥାୟୀ ରାସ୍ତା ନିର୍ମାଣ ହେବା ସମ୍ପର୍କିତ ଏକ ଦାବିପତ୍ର ଡିଆରଏମଙ୍କ ଉଦ୍ଦେଶ୍ୟରେ ଷ୍ଟେସନ ମ୍ୟାନେଜରଙ୍କୁ ପ୍ରଦାନ କରାଯାଇଥିଲା।ଏହି ଦାବିପତ୍ରର ଅବିକଳ ନକଲ କେନ୍ଦ୍ର ରେଳ ମନ୍ତ୍ରୀ,ବାଲେଶ୍ୱର ସାଂସଦ,ବିଧାୟକ,ଜିଲାପାଳ,ରେଳବାଇ ଜେନେରାଲ ମ୍ୟାନେଜରଙ୍କ ନିକଟକୁ ପ୍ରେରଣ କରାଯାଇଥିଲା । ଦାବିପତ୍ର ପ୍ରଦାନ ବେଳେ ପରିଷଦର ଉପ ସଭାପତି ପ୍ରଫୁଲ୍ଲ କୁମାର ଜେନା, କୋଷାଧ୍ୟକ୍ଷ ଅନନ୍ତ କୁମାର ସାହୁ, ଯୁଗ୍ମ ସମ୍ପାଦକ ଜଗଦୀଶ ପଟ୍ଟନାୟକ ଓ ଗୋପାଳ ଚନ୍ଦ୍ର ସାହୁ,ସମ୍ପାଦକ ବାଞ୍ଛାନିଧି ଦେ, ପୂର୍ବତନ ସମିତି ସଭାପତି ହରେନ୍ଦ୍ର ଦାସ, ରାଧାକୃଷ୍ଣ ବେହେରା, ଫକୀର ମୋହନ ପ୍ରଧାନ ,ପ୍ରାକ୍ତନ ବ୍ୟାଙ୍କ ମ୍ୟାନେଜର ଯୋଗେଶ୍ୱର ମହାପାତ୍ର,ଚକ୍ରଧର ଆଚାର୍ଯ୍ୟ, ଜଗନ୍ନାଥ ସ୍ୱାଇଁ, ଉମାକାନ୍ତ ରଣା, ବିଧାନ ଚନ୍ଦ୍ର ରାୟ, ପ୍ରଶାନ୍ତ କୁମାର ମହାପାତ୍ର, ସନ୍ତୋଷ କୁମାର ବାରିକ ଙ୍କ ସମେତ ସ୍ଥାନୀୟ 7ଟି ପଞ୍ଚାୟତର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ l

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ବ୍ଲକ ଶିକ୍ଷା ବିଭାଗରେ ଚାଲିଛି ତଦନ୍ତ, କେବଳ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା

Sunil Chandra Nayak

ଥୁଆମୂଳ ଗ୍ରାମପଞ୍ଚାୟତ ସୁବିଧା କେନ୍ଦ୍ର ଓ ତଲଝାପି ନୂତନ ଗ୍ରାମପଞ୍ଚାୟତ କାର୍ଯ୍ଯାଳୟ ଉଦଘାଟନ 

ଜୟପାଟଣା ବ୍ଲକ ପୁଝାରିଗୁଡା ଠାରେ ବଞ୍ଜରା ସମାଜର ପାରମ୍ପରିକ ବାଲିଯାତ୍ରା ତିଜ୍ ଉତ୍ସଵ ଉଦଯାପିତ

masiha

Leave a Comment

error: Content is protected !!