ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ଗୋପାଳ ସମାଜ ରାୟଗଡା ଜିଲ୍ଲା ଶାଖାର ବାର୍ଷିକ ବୈଠକ

ଉତ୍କଳ ଗୋପାଳ ସମାଜ ରାୟଗଡା ଜିଲ୍ଲା ଶାଖାର ବାର୍ଷିକ ବୈଠକ

ଗଉଡ ଜାତିର ମା,ଭଉଣୀଙ୍କ ପାଇଁ ପ୍ରତ୍ୟେକ କ୍ଷେତ୍ରରେ ସ୍ୱାବଲମ୍ବୀ କରିବାର ସୁବ୍ୟବସ୍ଥା କରିବା ଦାବି 

ରାୟଗଡା/୧୭/୩: ଉତ୍କଳ ଗୋପାଳ ଗଉଡ ସମାଜ ରାଜ୍ୟ ସଭାପତି ବିଦ୍ୟାଧର ଭୂତିଆଙ୍କ ପୈାରହିତ୍ୟରେ ରାୟଗଡା ଜିଲ୍ଳା ଶାଖା ଗୋପାଳ ଗଉଡ ସମାଜ ପକ୍ଷରୁ ରାୟଗଡା ସହରର ଆମ୍ବଗୁଡା ସ୍ଥିତ ଶ୍ରୀ ତ୍ରୀନାଥ ମନ୍ଦିର ପ୍ରାଙ୍ଗଣରେ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାୟଗଡା ଜିଲ୍ଳା ଶାଖା ଗୋପାଳ ଗଉଡ ସମାଜର ସଭାପତି ସୁରତ ଗୋପାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ରାଜ୍ୟ ନେତୃବୃନ୍ଦଙ୍କ ପକ୍ଷରୁ ଉତ୍କଳ ଗୋପାଳ ଗଉଡ ସମାଜର ଲୋକମାନଙ୍କର ଶିକ୍ଷା,ସାମାଜିକ ସ୍ଥିତି ତଥା ଗୋପାଳ ଜାତିର ମା,ଭଉଣୀଙ୍କ ପାଇଁ ପ୍ରତ୍ୟେକ କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ଭଳି ବିଭିନ୍ନ ଦାବି ସଂପର୍କରେ ଆଲୋଚନା କରାଯାଇଥିଲା । ଏହି ବୈଠକକୁ ଜିଲ୍ଳା ଉପସଭାପତି ଶରତ ଚନ୍ଦ୍ର ଗଉଡ ଏବଂ ସାଧାରଣ ସଂପାଦକ ଶିବ ନାରାୟଣ ଗଉଡ ସଂଯୋଜନା କରିଥିଲେ । ଉତ୍କଳ ଗୋପାଳ ଗଉଡ ସମାଜ ତରଫରୁ ଜିଲ୍ଳା ପ୍ରଶାସନକୁ ଏ ନେଇ ଏକ ଦଶ ଦଫା ଦାବିପତ୍ର ପ୍ରଦାନ କରାଯିବା ପାଇଁ ନିଷ୍ପତି ନିଆଯାଇଛି । ଏହି ମୁଖ୍ୟ ଦାବିଗୁଡିକ ଯଥା : ଗୋପାଳ ଜାତିର କଳା,ସଂସ୍କୃତିକୁ ଜାତୀୟ ମାନ୍ୟତା ପ୍ରଦାନ କରିବା,ଭୂମିହୀନ ଗଉଡ ସମାଜର ଲୋକଙ୍କୁ ଜାଗା ସହିତ ପଟ୍ଟା ପ୍ରଦାନ କରିବା,ଗୋପାଳ ମାନଙ୍କୁ ଗୀରିଜନ ମାନ୍ୟତା ଦିଆଯାଇଛି କିନ୍ତୁ ବଡ ଦୁଃଖର ବିଷୟ ତାଙ୍କୁ ଜଙ୍ଗଲ ଜମି ପ୍ରଦାନ କରାଯାଇ ନ ଥିବାରୁ ତୁରନ୍ତ ପ୍ରଦାନ କରିବା,ଗଉଡଙ୍କର ଗୋ ମାତାଙ୍କୁ ସୁରକ୍ଷା ପ୍ରଦାନ କରିବା ସହିତ ଜାତୀୟ ମାନ୍ୟତା ପ୍ରଦାନ କରିବା,ଗଉଡ ଜାତିର ଆରାଧ୍ୟ ଦେବତା ରାଧାକୃଷ୍ଣଙ୍କର ପ୍ରତ୍ୟେକ ଜିଲ୍ଳାରେ ମନ୍ଦିର ନିର୍ମାଣ କରାଯାଉ,ଗଉଡ ଜାତିର ମା,ଭଉଣୀଙ୍କ ପାଇଁ ପ୍ରତ୍ୟେକ କ୍ଷେତ୍ରରେ ସ୍ୱାବଲମ୍ବୀ କରିବାର ସୁବ୍ୟବସ୍ଥା କରିବା,ପ୍ରତ୍ୟେକ ଜିଲ୍ଳାରେ ଗୋମାତା ସୁରକ୍ଷା ପାଇଁ ଗୋଶାଳା ନିର୍ମାଣ କରାଯାଉ ଏବଂ ଗୋଚାରଣ ଭୂମିର ବ୍ୟବସ୍ଥା କରାଯାଉ,ପ୍ରତ୍ୟେକ ଜିଲ୍ଳାର ଗୋପାଳମାନଙ୍କୁ ଗୋମାତାଙ୍କ ରକ୍ଷଣ ନିମନ୍ତେ ଗୁହାଳ ପ୍ରଦାନ କରାଯାଉ,ପ୍ରତ୍ୟେକ ଜିଲ୍ଳାର ଶିକ୍ଷିତ ଗୋପାଳ ଯୁବକଯୁବତୀମାନଙ୍କୁ ଗୋପାଳନ ନିମନ୍ତେ ଆବଶ୍ୟକୀୟ ପ୍ରୋତ୍ସାହନ ଯୋଗାଇ ଦିଆଯାଉ ଏବଂ ଓଡିଶା ଭୂଖଣ୍ଡରେ ୨୮ ରୁ ୩୩ ପ୍ରତିଶତ ଗୋପାଳ ବସବାସ କରୁଛନ୍ତି । କିନ୍ତୁ ବଡ ପରିତାପର ବିଷୟ ସେମାନଙ୍କୁ ଶିକ୍ଷା ଓ କର୍ମ ନିଯୁକ୍ତି କ୍ଷେତ୍ରରେ କୈାଣସି ବ୍ୟବସ୍ଥା କରାଯାଉନାହିଁ । ଏହି ଦିଗପ୍ରତି ରାଜ୍ୟ ସରକାର ଦୃଷ୍ଟି ଦିଅନ୍ତୁ ବୋଲି ଦାବି କରାଯାଇଛି । ଏହି ଦଶ ଦଫା ଦାବିକୁ ଧ୍ୟାନ ନ ଦେଲେ ଆଗାମୀ ଦିନରେ ଉତ୍କଳ ଗୋପାଳ ସଂଗଠନ ତରଫରୁ ଦୃଢ ପ୍ରତିବାଦର ସହ ସ୍ୱର ଉତୋଳନ କରାଯିବା ସହ ରାଜଧାନୀର ରାଜରାସ୍ତାରେ ଆନ୍ଦୋଳନ କରାଯିବ ବୋଲି ରାଜ୍ୟ ଓ ଜିଲ୍ଳା ନେତୃବୃନ୍ଦ ପ୍ରକାଶ କରିଛନ୍ତି । ରାୟଗଡା ଜିଲ୍ଳାର ନୂତନ ସଭାପତି ଭାବେ ଶରତ ଚନ୍ଦ୍ର ଗଉଡଙ୍କୁ ଏବଂ ଦକ୍ଷିଣ ପଶ୍ଚିମାଂଚଳ ପ୍ରଭାରୀ ଭାବେ ସୁରତ ଗୋପାଳଙ୍କୁ ମନୋନୀତ କରାଯାଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉପସଭାପତି ଗଗନ ବିହାରୀ ବାରିକ,ରାଜ୍ୟ ସଂପାଦକ ପ୍ରତାପ ଚନ୍ଦ୍ର ପରିଡା,ରାଜ୍ୟ କୋଷାଧ୍ୟକ୍ଷ ଧରଣୀଧର ବେହେରା,ସହ କୋଷାଧ୍ୟକ୍ଷ ପ୍ରତାପ କୁମାର ଆପୋଟ,ରାଜ୍ୟ ମହିଳା ସଂଗଠନର ସଂଯୋଜିକା ଶ୍ରୀମତି ଛବିଲତା ଦାସ,ବାଲେଶ୍ୱର ମହିଳା ସଂଗଠନର ସଭାନେତ୍ରୀ କୁମାରୀ ସୁଜାତା ବାରିକ,କଟକ ଜିଲ୍ଳା ମହିଳା ସଂଗଠନର ସଭାନେତ୍ରୀ ଶ୍ରୀମତି ସରୋଜିନୀ ଦାସ,ଭଦ୍ରକ ଜିଲ୍ଳା କାର୍ଯ୍ୟକାରୀ ସଭାପତି ଚିତରଂଜନ ପଲେଇ,ମୁଖ୍ୟ ସଂଗଠକ ପ୍ରକାଶ ଚନ୍ଦ୍ର ବେହେରା,ଜଗତସିଂହପୁର ଜିଲ୍ଳା ସଭାପତି ପ୍ରହ୍ଳାଦ ଚନ୍ଦ୍ର ପଣ୍ଡା,ଉପସଭାପତି ନିବକିଶୋର ବେହେରା,ଜିଲ୍ଳା ଉପଦେଷ୍ଠା କୈଳାଶ ଚନ୍ଦ୍ର ଦାସ,ନାଉଗାଁ ବ୍ଳକ ମୁଖ୍ୟ ସଂଗଠକ ତପନ କୁମାର ଦାସ,କେନ୍ଦୁଝର ଜିଲ୍ଳା ଉପଦେଷ୍ଠା ନରୋତମ ପରିଡା,ଅନୁଗୋଳ ଜିଲ୍ଳା ସଭାପତି ଦୟାନିଧି ବେହେରାଙ୍କ ସମେତ ରାୟଗଡା ଜିଲ୍ଳା ଶାଖା ମହିଳା ସଂଗଠନର ସଭାନେତ୍ରୀ ଶ୍ରୀମତି ମୋନାଲିସା ଗଉଡ,କାଶିପୁର ବ୍ଳକ ସଭାପତି ଜିଲଧର ଗଉଡ,ଜୋନ ସଭାପତି ଜଗନ୍ନାଥ ଗଉଡ,ଚନ୍ଦ୍ରଶେଖର ଖରସେଲ,ବାସୁଦେବ ଚେଦିବଂଶଙ୍କ ସମେତ ଜିଲ୍ଳାର ବିଭିନ୍ନ ବ୍ଳକରୁ ଗଉଡ ସମାଜର ସଭ୍ୟସଭ୍ୟାମାନେ ଉପସ୍ଥିତ ରହିଥିଲେ ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଶ୍ରାବଣ ମାସରେ ଶୁଖିଲା ପଡିଛି ପୋଖରୀ

Sunil Chandra Nayak

ରାଉରକେଲା କଲେଜରେ ସ୍ବାଧୀନତା ଦିବସ ପାଳିତ

Sunil Chandra Nayak

ଟ୍ରକ ଚାଳକଙ୍କୁ ଦୁର୍ବୁତ୍ତ ମାନେ ଛୁରାମାଡ଼ କରି ନଗଦ ଟଙ୍କା ମୋବାଇଲ ଲୁଟ 

Sunil Chandra Nayak

Leave a Comment

error: Content is protected !!