ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହିମା ଧର୍ମର ଭକ୍ତ ସମାଗମରେ ନୂଆ ଆମ୍ବ ଖାଇବା ଭେଟଘାଟ ଉତ୍ସବ 

ମହିମା ଧର୍ମର ଭକ୍ତ ସମାଗମରେ ନୂଆ ଆମ୍ବ ଖାଇବା ଭେଟଘାଟ ଉତ୍ସବ 

ନବରଙ୍ଗପୁର :(୧୭|୩)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଳକ ଅନ୍ତର୍ଗତ ବାବାଜୀଗୁଡା ର ବାବାଜୀ ମଠ ଆଶ୍ରମରେ ନୂଆ ଆମ୍ବ ଖାଇବା ଭେଟଘାଟ ଉତ୍ସବ ମହିମା ଧର୍ମର ସାଧୁସନ୍ଥ ମାନଙ୍କ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ବାବାଜୀଗୁଡା ମଠର ସାରଙ୍ଗ ବାବା ଙ୍କ ଆନୁକୁଲ୍ୟରେ ରାତିରେ ଘିଅ ଆହୁତି ସହ ଅଲେଖ ମହିମା ଶରଣମ ଧ୍ବନିରେ ପରିବେଶ ଧର୍ମମୟ ସ୍ରୁଷ୍ଟି ହୋଇ ଉଠିଥିଲା। ମହିମା ଧର୍ମ ଭକ୍ତ ମାନଙ୍କ ଦ୍ଵାରା ମହିମା ଧର୍ମର ଗୁଣଗାନ କରାଯାଇଥିଲ।l ମାନବ ସମାଜ ର ଧାର୍ମିକ ଚିନ୍ତା ଧାରାରେ ଉନ୍ନତି ପାଇଁ ଧର୍ମର ବାର୍ତ୍ତା ପ୍ରଦାନ ସହ ମହିମା ଧର୍ମର ଆଠଭଜନ ପୁସ୍ତକ ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ହରିଜନଙ୍କ ତରଫରୁ ବଣ୍ଟନ କାର୍ଯ୍ୟକ୍ରମ କରାଯାଇ ଥିଲା। ଡାଵୁଗାଁ ବିଧାୟକ ମନୋହର ରନ୍ଧାରୀ ଯୋଗଦାନ କାର୍ଯ୍ୟ ରେ ମହିମା ଆଶ୍ରମ ବାବାଜୀ ଗୁଡା ମଠର ସଭାପତି କୁଶ ମାଝୀ ଓ ମହିମା ଧର୍ମର ଭକ୍ତ ମାନଙ୍କ ତରଫରୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ବିଧାୟକ ମନୋହର ରନ୍ଧାରୀ ମହିମା ଧର୍ମର ଲୋକମାନଙ୍କ ମହିମା ଧର୍ମ ରେ ଦିକ୍ଷିତ ହୋଇ ସରଳ ଜୀବନ ଯାପନ ଓ ଧର୍ମୀୟ ଭାବନା କୁ ଉଚ୍ଚ ପ୍ରଶଂସା କରିଥିଲେ। ଆଖପାଖ ଅଞ୍ଚଳର ଅନେକ ଭକ୍ତ ମାନଙ୍କ ବହୁ ସମାଗମରେ ମହିମା ଧର୍ମର ନୂତନ ଆମ୍ବ ଖାଇବା ଉତ୍ସବ ମହାଆଡମ୍ବରରେ ପାଳନ କରାଯାଇଥିଲା।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବିଜାତଳା ବ୍ଳକ! ମାଣିକପୁର ପଞ୍ଚାୟତରେ ହାତୀ ଉପଦ୍ରବ!ବ୍ୟାପକ ଧାନ ଫସଲ ନଷ୍ଟ

Sunil Chandra Nayak

ଗୋପାଳ ସ୍ମୃତି ବିଦ୍ୟାପୀଠର ପୁରାତନ ଛାତ୍ର ସଂସଦ ଗଠିତ , ରଘୁନାଥ – ସଭାପତି , ଉମେଶ – ସମ୍ପାଦକ : ତାପସ – ସଂଗଠନ ସମ୍ପାଦକ

Sunil Chandra Nayak

ରାଇରଙ୍ଗପୁର ଓକିଲ ସଂଘ ତରଫରୁ ୧୭୭ ତମ ଆଇନଜୀବୀ ଦିବସ ପାଳିତ 

masiha

Leave a Comment

error: Content is protected !!