ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୀବାତ୍ମା ର ପୂଣ୍ୟ କର୍ମ – ରକ୍ତ ଦାନ ମହତ୍ ଦାନ

ଜୀବାତ୍ମା ର ପୂଣ୍ୟ କର୍ମ – ରକ୍ତ ଦାନ ମହତ୍ ଦାନ

ନବରଙ୍ଗପୁର:(୧୮|୩)(ରବି ନାରାୟଣ ମହାନ୍ତି) ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଳକ ଅନ୍ତର୍ଗତ ମୈଦଲପୁରର ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ହରିଜନ ଙ୍କ ତରଫରୁ ରକ୍ତ ଦାନ ମହତ୍ ଦାନ କର୍ମରେ ଜୀବନ ଜୀବାତ୍ମା ର ପୂଣ୍ୟ କର୍ମରେ ସରସ୍ଵତୀ ମେହେର ,ଵୟସ 49 ,ବି ପାଞ୍ଜିଆର ଗୁଡାର ପୂଣ୍ୟ ବତୀ ମାଆ କୁ ଜୀବନ ରକ୍ଷା ପାଇଁ ବି ପଜିଟିଭ ରକ୍ତ ପ୍ରଦାନ କରି ଆଗାମୀ ଜୀବନ ବଞ୍ଚିଵା ପାଇଁ ସୁଯୋଗ ସୃଷ୍ଟି କରିଛନ୍ତି। ଭାଗବତ ର ମର୍ମ ବାଣୀ” ଅନେକ ଜନ୍ମ ପୁଣ୍ୟ ବଳେ, ମାନବ ଜନ୍ମ ମହି ତଳେ” ରେ ମଣିଷ ର ମଣିଷ ପ୍ରତି ସମବେଦନା ହିଁ ମଣିଷ ଜୀବନରେ ଆଶାର ସଞ୍ଚାର ହୋଇଥାଏ। ନବରଙ୍ଗପୁର ଜିଲ୍ଲା ରକ୍ତ ବିଭାଗ ରେ ବି ପଜିଟିଭ ରକ୍ତ ନ ଥିବାରୁ ଫୋନ୍ ଯୋଗାଯୋଗରେ ରକ୍ତ ଦାନ ପାଇଁ ବାବୁଲାଲ ହରିଜନ ଯୋଗଦାନ କରି ବି ପଜିଟିଭ ରକ୍ତ ଦାନ କରି ଥିଲେ। ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ହରିଜନ — ରକ୍ତ ଦାନ- ମହତ ଦାନ, ଶିକ୍ଷା ଦାନ- ମହତ ଦାନ, ଭଗବତ ଗୀତା ଦାନ ମହାନ ପୁଣ୍ୟ ଭଳି କାର୍ଯ୍ୟକ୍ରମ କରି ଉତ୍ତମ ସମାଜ ଗଠନର ଭାବନାକୁ ବୁଦ୍ଧିଜୀବି ମହଲରେ ଉଚ୍ଚ ପ୍ରଶଂସା କରିଥିଲେ।

ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ୍ 

Related posts

ଶିଶୁ ମହୋତ୍ସବରେ ଅରବିନ୍ଦ ସ୍କୁଲର ସଫଳତା 

masiha

ଗୋଲାମୁଣ୍ଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ହନୁମାନ ଜୟନ୍ତୀ ପାଳିତ 

Sunil Chandra Nayak

ଅନ୍ନପୂର୍ଣ୍ଣା ମହାନ୍ତିଙ୍କୁ ପ୍ରଦାନ କରାଗଲା କୃତିମ କେଶ

Sunil Chandra Nayak

Leave a Comment

error: Content is protected !!