ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଇନଜୀବୀ ସଂଘ ନିର୍ବାଚନ: ନରସିଂହ ସଭାପତି ଓ ତପନ ସମ୍ପାଦକ 

ଆଇନଜୀବୀ ସଂଘ ନିର୍ବାଚନ: ନରସିଂହ ସଭାପତି ଓ ତପନ ସମ୍ପାଦକ 

ନବରଙ୍ଗପୁର:(୧୮|୩)(ରବି ନାରାୟଣ ମହାନ୍ତି) ନବରଙ୍ଗପୁର ଆଇନଜୀବୀ ସଂଘ ନିର୍ବାଚନ ପ୍ରକ୍ରିୟାରେ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀ ଓ ନିର୍ଦ୍ଵନ୍ଦରେ ମନୋନୀତ ପ୍ରାର୍ଥୀ ମାନଙ୍କ ଚୁଡାନ୍ତ ତାଲିକା ପ୍ରକାଶ ପାଇଛି । ପ୍ରକାଶିତ ତାଲିକା ଅନୁଯାୟୀ, ସଭାପତି ରୂପେ ନରସିଂହ ତ୍ରିପାଠୀ, ଉପ ସଭାପତି ରୂପେ ହରି ନାରାୟଣ ବେହେରା, ସମ୍ପାଦକ ପଦବୀରେ ତପନ ସିଂ, ଯୁଗ୍ମ ସଂପାଦକ ପଦବୀରେ ସନ୍ଦିପ ମିଶ୍ର, କୋଷାଧ୍ୟକ୍ଷ ପଦବୀରେ ଅନୀଳ ଦୀନବନ୍ଧୁ ଏବଂ କାର୍ଯ୍ୟନିର୍ବାହୀ ସଦସ୍ୟ ପଦବୀରେ ପ୍ରଶାନ୍ତ ପଟ୍ଟନାୟକ, ସତୀଶ ନାୟକ, ଦୀନେଶ ରାଜ କର୍କରା ବିଜୟୀ ଘୋଷିତ ହେଇଛନ୍ତି। ସୂଚନା ଯୋଗ୍ୟ ଯେ, ସର୍ବମୋଟ ୯ଟି ପଦବୀ ସକାଶେ ଜଣେ ଲେଖାଏଁ ପ୍ରାର୍ଥୀ ପତ୍ର ଦାଖଲ କରିଥିବାରୁ ପ୍ରାର୍ଥୀପତ୍ର ଯାଞ୍ଚ ପରେ ଏକ ରକମ ପ୍ରାର୍ଥୀ ମାନଙ୍କ ବିଜୟ ସୁନିଶ୍ଚିତ ହୋଇଥିଲା । ଏହି ପଦବୀ ଗୁଡ଼ିକ ପୂରଣ ପାଇଁ ମାର୍ଚ୍ଚ ୩୦ରେ ନିର୍ବାଚନ ତାରିଖ ଘୋଷଣା ହୋଇଥିଲା । ଏହି କ୍ରମରେ ୧୧ ଓ ୧୨ ତାରିଖ ଦିନ ମାନଙ୍କରେ ନାମାଙ୍କନ ପତ୍ର ଦାଖଲ କରାଯାଇଥିଲା । ୧୪ ତାରିଖ ଦିନ ଏହି ପ୍ରାର୍ଥୀ ପତ୍ରକୁ ଯାଞ୍ଚ କରାଯିବା ପରେ ୮ ଜଣଙ୍କ ନାମାଙ୍କନ ପତ୍ର କାଏମ ରହିବା ପରେ କାର୍ଯ୍ୟସୂଚୀ ପ୍ରକାରେ ସୋମବାର ନୂତନ ଭାବେ ବିଜୟୀ ହୋଇଥିବା ପ୍ରାର୍ଥୀ ମାନଙ୍କ ନାମ ଘୋଷଣା କରା ଯାଇଥିବା ନିର୍ବାଚନ ଅଧିକାରୀ ସି ଏଚ ବାବା ଯୁଗନ୍ଧର ସୂଚନା ପ୍ରଦାନ କରିଛନ୍ତି । ଏହି ନିର୍ବାଚନ ପରିଚାଳନାରେ ସହକାରୀ ନିର୍ବାଚନ ଅଧୀକାରୀ ରୂପେ କେ ଚନ୍ଦ୍ର ଶେଖର ରାଓ ଓ ଇମ୍ରନ ସରିଫ ସହଯୋଗ କରିଥିଲେ।

Related posts

ଦକ୍ଷିଣୀ ଶୌଣ୍ଢିକ ସାଂସ୍କୃତିକ ମହାସଂଘ ର ଠାକୁରାଣୀ ରଥକୁ ଧର୍ମଗଡ ଠାରେ ଭବ୍ୟ ସ୍ୱାଗତ

Sunil Chandra Nayak

ସାଥୀ ଦିବାକର ନାୟକଙ୍କ ବିୟୋଗରେ ସିପିଆଇର ଶୋକ 

masiha

ଫସଲବୀମା ଯୋଜନାରେ ହେରଫେର ଅଭିଯୋଗ :କୃଷିବିଭାଗର ତତ୍ପରତା ଯୋଗୁଁ ଫସଲବୀମା ଯୋଜନାରେ ପଞ୍ଜିକୃତ ପ୍ରକୃତ ଚାଷୀ

Sunil Chandra Nayak

Leave a Comment

error: Content is protected !!