ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁଇ ରାଜ୍ଯ ମଧ୍ୟରେ ସମ୍ପର୍କ ର ସେତୁ 

ଦୁଇ ରାଜ୍ଯ ମଧ୍ୟରେ ସମ୍ପର୍କ ର ସେତୁ 

ରାୟଗଡା ଜିଲ୍ଲାର ସୀମାନ୍ତ କେରଡ଼ା ସହ ଆନ୍ଧ୍ର ପ୍ରଦେଶ ଯୋଡୁଛି ରାୟଗଡା ସହର ଉପଖଣ୍ଡ ଦେଇ ପ୍ରଭାବିତ ହେଉଥିବା ଝଞ୍ଜାବତୀ ନଦୀ ଉପରେ ଥିବା ବ୍ରିଟିଶ ଅମଳ ର ପୁରୁଣା ସେତୁ। ଏହି ସେତୁ ପ୍ରଶାସନ ର ଦୃଷ୍ଟି ରେ ସୁରକ୍ଷିତ ନଥିବାବେଳେ ଏହାର ବିକଳ୍ପ ନେଇ ରାୟଗଡା, କେରେଡା ମୁଖ୍ୟ ରାସ୍ତା ରେ ଝଞ୍ଜାବତୀ ନଦୀ ଉପରେ ସେତୁ ନିର୍ମାଣ ନିମନ୍ତେ ଆଜିକୁ ସାତ ବର୍ଷ ତଳେ 2017 ମସିହା ରେ ଓଡିଶା ସରକାର ନିର୍ମାଣ ବିବାଗ ରାୟଗଡା ଜିଲ୍ଲା ରାସ୍ତା ଓ କୋଠାବାଡି ପୂର୍ତ୍ତ ବିଭାଗ ଡିବିଜୋନ -1ଦ୍ୱାରା ଟେଣ୍ଡର ଆହ୍ୱାନ କରାଯାଇ ବିଶାଖାପାଟଣା ଏସ ବି ଏସ ମୋକଅମ୍ବିକା କନେଷ୍ଟ୍ରାକ୍ସନ ଲିମିଟେଡ଼ ଏକ ସଂସ୍ଥା କୁ ଆହ୍ୱାନ କରାଯାଇଥିଲା। ଏକଳିତ ମୂଲ୍ୟ 10କଟି 34ଲକ୍ଷ 42ହଜାର 318ଟଙ୍କା ବୟ ଅଟକଳ ରେ କାର୍ଯ୍ୟ ଆରମ୍ଭ ନିମନ୍ତେ ଏପ୍ରିଲ 15 ତାରିଖ ରେ କାର୍ଯ୍ୟଦେଶ ପ୍ରଦାନ କରାଯାଇଥିଲା।ଯାହାର ଅବଧି ଏକ ବର୍ଷ ରହିଥିଲା,2018 ଏପ୍ରିଲ ମାସ 14ତାରିଖ ରହିଥିଲା କିନ୍ତୁ ଅନେକ ଟେକ୍ନିକାଲ ବିଷୟ କୁ ନେଇ କାର୍ଯରେ ବିଳମ୍ବିତ ଦେଖା ଯାଇଥିଲା। ତିନିଥର ଲେଖାଏଁ ଡିଜାଇନ ପରିବର୍ତ୍ତନ କରାଯାଇଥିବା ଶୁଣିବାକୁ ମେଳୁଛି। ବର୍ତ୍ତମାନ ହାଇଦ୍ରାବାଦ ର ଏକ ସଂସ୍ଥା ସହ ବିଭାଗୀୟ ଯୋଗାଯୋଗ ରହିଥିବା ଶୁଣିବାକୁ ମେଳୁଛି। ତେବେ ସେତୁର ନିର୍ମାଣ ରେ 6 ବର୍ଷ ସମୟ ବିତିଗଲା। ଏନେଇ ପୂର୍ତ୍ତ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଆମ୍ବିକେୟ ମିଶ୍ର ଙ୍କୁ ପଚାରିବାରୁ, ଲୁହା ର ବୁଷ୍ଟ ଗାର୍ଡର ରଖିବାପାଇଁ ସରକାରଙ୍କ ନିର୍ଦେଶ ମିଳିଥିବା କହିଥିଲେ। ଆସନ୍ତା ଏପ୍ରିଲ ମାସ ରେ ବେଷେସଜ୍ଞ ଙ୍କ ତୋଦାରଖ କଲାପରେ ମେ 31ସୁଦ୍ଧା ସେତୁ ନିର୍ମାଣ ସମ୍ପୂର୍ଣ ହେବ ବୋଲି କହିଥିଲେ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଛତିଶଗଡ ର ଅବକାରୀ ମନ୍ତ୍ରୀଙ୍କ ଦିନିକିଆ ଡାବୁଗାଁ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ

Sunil Chandra Nayak

ଜନଜାତୀୟ ଗୌରବ ଦିବସ- ୨୦୨୫ ଉପଲକ୍ଷେ ପ୍ରସ୍ତୁତି ବୈଠକ 

Sunil Chandra Nayak

ସ୍କୁଲ କୋଠା ନିର୍ମାଣ ଦାବୀରେ ଛାତ୍ରଛାତ୍ରୀ, ଅଭିଭାବକ ସମୂହ ଙ୍କ  ସ୍କୁଲ ସାମ୍ନାରେ ଧାରଣା

masiha

Leave a Comment

error: Content is protected !!