ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ପ୍ରକାଶ ପାଇଲା କବିତା ପ୍ରତିଯୋଗିତାର ଫଳାଫଳ

ପ୍ରକାଶ ପାଇଲା କବିତା ପ୍ରତିଯୋଗିତାର ଫଳାଫଳ

ବାଲେଶ୍ଵର,୨୦/୩/୨୪- ସାହିତ୍ୟର ଉନ୍ନତି ନିମନ୍ତେ ମୋ ଅନୁଷ୍ଠାନ ସର୍ବଦା ଉଦ୍ୟମ ଜାରି ରଖିଛି ପ୍ରତିଯୋଗିତା ମାଧରେ । ପ୍ରତ୍ୟେକ ରବିବାର ଗଦ୍ଯ କିମ୍ବା ପଦ୍ଯକୁ ନେଇ ଅନଲାଇନ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ ହ୍ଵାଟ୍ସଆପ୍ ଗୃପରେ । ବିଭିନ୍ନ ସ୍ଥାନରୁ ଇଚ୍ଛୁକ ସାହିତ୍ୟ ବନ୍ଧୁମାନେ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥାନ୍ତି । ସେହି ପରିପ୍ରେକ୍ଷୀରେ ଗତ ତା ୧୭/୩/୨୪ ରିଖରେ ହୋଲି ପର୍ବକୁ ନେଇ କଵିତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଯାହାର ଶୀର୍ଷକ ଥିଲା – ଆସ ହେ ଖେଳିବା ହୋଲି । ଯାହାର ଫଳାଫଳ ପ୍ରକାଶ ପାଇଛି । ଏଥିରେ (୧) ପ୍ରଭାସିନୀ ସୁପକାର, ପୁରୁଣା ଭୁବନେଶ୍ୱର, ଖୋର୍ଦ୍ଧା (୨) ମନୋରମା ରାଉତରାୟ, କୋରାପୁଟ (୩) ଟୁନପ୍ରିୟା ସ୍ବାଇଁ, ଅସ୍ତରଙ୍ଗ, ପୁରୀ (୪) ବାବୁଲୁ ଲୋହାର, ରାଇରଙ୍ଗପୁର, ମୟୂରଭଞ୍ଜ (୫) ପ୍ରମୋଦିନୀ ପଣ୍ଡା, ନୂଆପଡା (୬) ଡ. ଚପଳା ପଣ୍ଡା, ଖୋର୍ଦ୍ଧା ୭) ଦିଲିପ୍ କୁମାର ନାୟକ, କେନ୍ଦ୍ରାପଡା (୮) ସୁଚିତ୍ରା ବେହେରା, ବ୍ରହ୍ମେଶ୍ବର ପାଟଣା, ଭୁବନେଶ୍ୱର, ଖୋର୍ଦ୍ଧା (୯) ସୁଜାତା ପଣ୍ଡା, ଆସ୍କା, ଗଞ୍ଜାମ (୧୦) ଆନନ୍ଦିନୀ ମିଶ୍ର, ଝାରସୁଗୁଡା (୧୧) ବୀଣାପାଣି ଦେବୀ, ଖୋର୍ଦ୍ଧା (୧୨) ମମତା ବେହୁରା, କଟକ (୧୩) ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ, କେନ୍ଦ୍ରାପଡା (୧୪) ଲତା ବେହେରା,ଜକା, ଢେଙ୍କାନାଳ (୧୫) ସୁଜାତା ସାହୁ, ପୁରୀ (୧୬) ରୀତା ଅପରାଜିତା ମହାନ୍ତି, ଭୁବନେଶ୍ୱର, ଖୋର୍ଦ୍ଧା (୧୭) ଉପେନ୍ଦ୍ର କୁମାର ବସ୍ତିଆ, ରାଉରକେଲା, ସୁନ୍ଦରଗଡ (୧୮) ସ୍ବର୍ଣ୍ଣପ୍ରଭା ମହାପାତ୍ର, ସୁବର୍ଣ୍ଣପୁର (୧୯) ଅପରାଜିତା ରଥ, ଧୂଷୁରୀ, ଭଦ୍ରକ (୨୦) ଗୀତା ମଞ୍ଜରୀ ଦାସ, ଭଦ୍ରକ (୨୧) କବିତା ସାହୁ, ଜୟପୁର, କୋରାପୁଟ (୨୨) ଡକ୍ଟର ସଙ୍ଗୀତା ନାଏକ ପୁରୋହିତ, ମୋଦିପଡା, ସମ୍ବଲପୁର ₹୨୩) ରଶ୍ମିରେଖା ସାହୁ, କଳିଙ୍ଗନଗର, ଭୁବନେଶ୍ୱର, ଖୋର୍ଦ୍ଧା (୨୪) ଶାନ୍ତିଲତା ରଣା, ଯାଜପୁର (୨୫) ସଞ୍ଜୁକ୍ତା ସାହୁ, ରାହାମା, ଜଗତସିଂହପୁର (୨୬) ରାଧାରାଣୀ ପଟ୍ଟନାୟକ, ଚନ୍ଦନ ନଗର, ବରଗଡ଼ (୨୭) ପୁଷ୍ପଲତା ଜେନା, ଯାଜପୁର ପ୍ରମୁଖ ଲେଖା ପଠାଇଥିଲେ । ସମସ୍ତଙ୍କ କବିତା ଗୁଡିକୁ ସମୀକ୍ଷା କରିଥିଲେ ଶିକ୍ଷୟିତ୍ରୀ ଓ ସୁ ସାହିତ୍ୟିକା ଡକ୍ଟର ତାନଶ୍ରୀ ପାଣିଗ୍ରାହୀ । ତାଙ୍କ ସମୀକ୍ଷାରୁ ଉପେନ୍ଦ୍ର କୁମାର ବସ୍ତିଆ ପ୍ରଥମ, ଡଃ ଚପଳା ପଣ୍ଡା ଦ୍ବିତୀୟ ଓ ଟୁନପ୍ରିୟା ସ୍ବାଇଁଙ୍କୁ ତୃତୀୟ ସ୍ଥାନ ମିଳିଛି । ୩ ଜଣଙ୍କୁ ଡିଜିଟାଲ ପ୍ରମାଣ ପତ୍ର ମିଳିବ । ସ୍ଥାନ ମିଳିବା ନ ମିଳିବା ବଡ଼ କଥା ନୁହେଁ ସାହିତ୍ୟର ଉନ୍ନତି ପାଇଁ ସମସ୍ତ ପ୍ରତିଯୋଗୀଙ୍କୁ ନିବେଦନ ଲେଖା ଜାରି ରଖନ୍ତୁ, ନିଶ୍ଚୟ ଦିନେ ନା ଦିନେ ସ୍ଥାନ ମିଳିବ ବୋଲି ସମ୍ପାଦକ କହିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଵହଳଦା ବ୍ଳକର ଯୁବ ବିଜେଡ଼ି କାର୍ଯ୍ୟକାରୀ ସଭାପତା ଭାବେ ମୋତିଲାଲ ପାତ୍ର ମନୋନୀତ

masiha

ରାଜୀବ ଗାନ୍ଧୀ ପଞ୍ଚାୟତି ରାଜ ସଂଗଠନର ରାଜ୍ୟସ୍ତରୀୟ ଶିବିର

masiha

ବସ୍ତାରେ ଆମ ଆଦିମ୍ ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!