ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ନିର୍ବାଚନ ମଇଦାନରେ ମୁହାଁ ମୁହିଁ ହେବେ ବିଜେଡି-କଂଗ୍ରେସ — ମନୋହର ବନାମ୍ ଲିପିକା ଲଢେଇ– 

ନିର୍ବାଚନ ମଇଦାନରେ ମୁହାଁ ମୁହିଁ ହେବେ ବିଜେଡି-କଂଗ୍ରେସ 

   — ମନୋହର ବନାମ୍ ଲିପିକା ଲଢେଇ– 

ନବରଙ୍ଗପୁର:(୨୦|୩)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ଏଥର ଅଭିଜ୍ଞ ବନାମ୍ ନବାଗତ ଲଢେଇ କୁ ନେଇ ଚର୍ଚ୍ଚା ଜୋର୍ ଧରିଛି l ବିଜେଡି ର ବିଧାୟକ ମନୋହର ରନ୍ଧାରୀ ଓ କଂଗ୍ରେସ ର ପୂର୍ବତନ ବିଧାୟକ ଭୁଜବଳ ମାଝୀଙ୍କ ଡାକ୍ତର ଝିଅ ଲିପିକା ମାଝୀ ପରସ୍ପରକୁ କଡା ଟକ୍କର ଦେବା ନିଶ୍ଚିନ୍ତ ବୋଲି କୁହାଯାଉଛି l ଅନ୍ୟପଟେ ବିଜେପିରୁ କେହି ହେବିୱେଟ ନେତା ନ ଥିବାରୁ କିଏ ପ୍ରାର୍ଥୀ ହେବେ ଦ୍ଵନ୍ଦ ରହିଛି lଯଦିଓ ପୂର୍ବତନ ସାଂସଦ ପର୍ଶୁରାମ ମାଝୀ ଏହି ନିର୍ବାଚନ ମଣ୍ଡଳୀ ର ବାସିନ୍ଦା, କିନ୍ତୁ ସେ ବିଧାନସଭା ପରିବର୍ତ୍ତେ ଲୋକସଭା ପାଇଁ ପ୍ରତିଦ୍ୱନ୍ଦିତା କରିବାକୁ ଅଧିକ ଆଗ୍ରହ ଥିବା ଜଣା ପଡିଛି l ୨୦୦୮ମସିହା ସୀମା ପୁନଃ ନିର୍ଦ୍ଧାରଣ ପରେ ଡାବୁଗାଁ ନିର୍ବାଚନମଣ୍ଡଳୀ ର ଭୌଗୋଳିକ ସ୍ଥିତିରେ ବଡ ପରିବର୍ତ୍ତନ ହୋଇଥିଲା l ସେହିବର୍ଷ ହୋଇଥିବା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଭୁଜବଳ ମାଝୀ ପ୍ରାୟ ୭ ହଜାର ଭୋଟରେ ବିଜେଡି ପ୍ରାର୍ଥୀ ମୋତିରାମ ନାୟକ ଙ୍କୁ ପରାସ୍ତ କରିଥିଲେ l ୨୦୧୪ ନିର୍ବାଚନରେ ଭୁଜବଳ ଦ୍ବିତୀୟ ଥର ମୋତିରାମ ଙ୍କୁ ପରାସ୍ତ କରିବାରେ ସଫଳ ହୋଇଥିଲେ l କିନ୍ତୁ ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ପରିବର୍ତ୍ତନ କରିଥିଲା lନବରଙ୍ଗପୁର ରୁ କ୍ରମାଗତ ଦୁଇ ଥର ବିଜୟୀ ହେବା ସତ୍ତ୍ୱେ ମନୋହର ରନ୍ଧାରୀ ଙ୍କୁ ଡାବୁଗାଁ ଆସନ ରେ ବିଧାୟକ ପ୍ରାର୍ଥୀ ଭାବେ ଉଠାଇ ଥିଲେ l ଯାହାର ଫଳ ମଧ୍ଯ କଂଗ୍ରେସ କୁ ପରାସ୍ତ କରି ଉକ୍ତ ଆସନକୁ ଅକ୍ତିଆର କରି ବିଜୟ ହାସଲ କରିଥିଲା ବିଜେଡି l ବିଧାନସଭା ନିର୍ବାଚନରେ ଭୁଜବଳ ପରାସ୍ତ ହେବା ପରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଝିଅ ଡାକ୍ତର ଲିପିକା ମାଝୀ ସକ୍ରିୟ ରାଜନୀତିରେ ପ୍ରବେଶ କରିଥିଲେ l ସାରା ଜିଲ୍ଲାରେ କଂଗ୍ରେସ ଏକ ପ୍ରକାର ମୂଳପୋଛ ହୋଇ ଯାଇଥିଲେ ହେଁ ଲିପିକା ଜଣେ ମାତ୍ର କଂଗ୍ରେସ ପ୍ରାର୍ଥୀଭାବେ ଜିଲ୍ଲା ପରିଷଦ ସଭ୍ୟା ଭାବେ ନିର୍ବାଚିତ ହୋଇଥିଲେ ଏହାପରେ ବିଧାନସଭା ଆସନକୁ ପୁଣି କଂଗ୍ରେସ ଦଖଲକୁ ନେବାପାଇଁ ଲିପିକା ଙ୍କ ଉଦ୍ୟମ ଜାରୀ ରଖିଛନ୍ତି l ତେଣୁ କଂଗ୍ରେସ ଭୂଜବଳ କିମ୍ବା ତାଙ୍କ ଝିଅ ଙ୍କୁ ଟିକେଟ ଦେବା ପ୍ରାୟ ନିଶ୍ଚିନ୍ତ l ଯେହେତୁ ଭୁଜବଳ ଡିସିସି ସଭାପତି ଅଛନ୍ତି, ଲିପିକା ଲଢିବା ସମ୍ଭାବନା ଅଧିକ ବୋଲି ରାଜନୈତିକ ସମୀକ୍ଷକ କହୁଛନ୍ତି l ଅନ୍ୟପଟେ ବିଜେଡି ବିଧାୟକ ମନୋହର ରନ୍ଧାରୀ ଡାବୁଗାଁ ଆସନରେ ଦ୍ୱିତୀୟ ଥର ବିଜୟ ପାଇଁ ଜୋରଦାର୍ କସରତ ଆରମ୍ଭ କରିଦେଇଛନ୍ତି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବନ୍ଦୁଗାଁ ରେ ଘର ଘର ହାତ ଘରେ ଘରେ କଂଗ୍ରେସ 

masiha

ଓଡ଼ିଶାରେ ବିଜେପି ସରକାର ଆସିଲେ ଓଡ଼ିଆ ଲୋକ ହେବ ମୁଖ୍ୟମନ୍ତ୍ରୀ :ନିର୍ବାଚନୀ ସଭାରେ ପ୍ରତିଶୃତି ଦେଲେ କେନ୍ଦ୍ରମନ୍ତ୍ରୀ ଭୁପେନ୍ଦ୍ର ସିଂ ଯାଦବ

masiha

ଲକ୍ଷ୍ମୀପୁର ବିଜେଡ଼ି ଦଳ ବିଜେପି ଉପରେ ଆକ୍ଷେପ ଆଣି ସାମ୍ବାଦିକ ସମ୍ମିଳନୀ

masiha

Leave a Comment

error: Content is protected !!