ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦାମୋଦରଙ୍କ ବିୟୋଗରେ ସଚେତନ ନାଗରିକ ମଞ୍ଚର ଶୋକ

ଦାମୋଦରଙ୍କ ବିୟୋଗରେ ସଚେତନ ନାଗରିକ ମଞ୍ଚର ଶୋକ

ରାଉରକେଲା: ବର୍ଷିୟାନ ନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ବିୟୋଗରେ ସଚେତନ ନାଗରିକ ମଞ୍ଚ ତରଫରୁ ଶୋକ ପ୍ରସ୍ତାବ ପାରିତ କରାଯାଇ ସ୍ବର୍ଗତ ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରାଯାଇଛି। ଏହି ଅବସରରେ ଛେଣ୍ଡ ସ୍ଥିତ କାର୍ଯ୍ୟାଳୟ ଠାରେ ମଞ୍ଚର ସଭାପତି ଇଂ ବିମଳ କୁମାର ବିଶି ଓ ସାଧାରଣ ସମ୍ପାଦକ ପି ପି ରାୟଙ୍କ ଆବାହକତ୍ଵରେ ଆୟୋଜିତ ଶୋକ ସଭାରେ ବରିଷ୍ଠ କର୍ମକର୍ତ୍ତା ଜଗବନ୍ଧୁ ଜେନା, ଶଶଧର ପାତ୍ର, ଉପେନ୍ଦ୍ର କୁମାର ନାୟକ, ଅକ୍ଷୟ ଦାସ, ମୁଖପାତ୍ର କୁଞ୍ଜବିହାରୀ ରାଉତ, ରମେଶ ଚନ୍ଦ୍ର ମହାନ୍ତି, ରଘୁ ବଳ, ଅଭୟ ଦାସ, ବିଷ୍ଣୁ ଚରଣ ସାମଲ, ଚକ୍ରାନ୍ତ ଜେନା, ବିକ୍ରମ ଆଚାର୍ଯ୍ୟ,ଡା ବସନ୍ତ ଦାସ,ଭଜହରି ଦାସ, ରମେଶ ସେଠୀ, ଜଗନ୍ନାଥ ରାଉତ, ରାଜକିଶୋର ମିଶ୍ର, ଶାନ୍ତନୁ ମୁଦୁଲି, ଶୈଳେନ୍ଦ୍ର ମହାନ୍ତି, ମୀନତି ଦେବତା, ମୀନତି ବିଶ୍ବାଳ, ସସ୍ମିତା ପ୍ରଧାନ, ଶମ୍ଭୁନାଥ ପରିଡା, ଅକ୍ଷୟ ଜେନା, ନୃସିଂହ ବିଶ୍ବାଳ, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ହାଡିବନ୍ଧୁ ମହାପାତ୍ର, ନଳିନୀକାନ୍ତ ଧର, ରାଧାକାନ୍ତ ମିଶ୍ର, ଜଟାଧାରୀ ମାଝୀ, ଭବାନୀ କବି, କାଳନ୍ଦୀ ବଡ଼ଜେନା ପ୍ରମୁଖ ଯୋଗଦେଇ ସ୍ବର୍ଗତ ରାଉତଙ୍କ ଜୀବନାଦର୍ଶ, ରାଜନୈତିକ ଜୀବନ ଉପରେ ଆଲୋଚନା କରି ତାଙ୍କୁ ବାସ୍ତବବାଦୀ ଜନନେତା,ବିଜେଡି ର ଶକ୍ତି ଶାଳୀ ତୁଣ୍ଡ ଭାବେ ଅବହିତ କରି ତାଙ୍କ ସହ ବିତାଇଥିବା ମୁହୁର୍ତ୍ତର ସ୍ମୃତି ଚାରଣ କରିଥିଲେ। ଏହି ଅବସରରେ ସଭାପତି ଶ୍ରୀ ବିଶି ଦାମ ବାବୁଙ୍କ ବିୟୋଗ ରାଜ୍ୟ ରାଜନୀତି ପାଇଁ କ୍ଷତି କହିବା ସହ ତାଙ୍କର ସଚେତନ ନାଗରିକ ମଞ୍ଚ ପ୍ରତି ଥିବା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସାଧାରଣ ସମ୍ପାଦକ ପି ପି ରାୟ ତାଙ୍କ ବକ୍ତବ୍ୟରେ ୧୯୬୯ରୁ ୫୫ବର୍ଷ ଧରି ଥିବା ସମ୍ପର୍କ ଓ ତାଙ୍କ ରାଜନୀତି ଓ ଗତ ଦୁଇ ବର୍ଷ ତଳେ ସଚେତନ ନାଗରିକ ମଞ୍ଚର ବାର୍ଷିକୋତ୍ସବ ରେ ଯୋଗଦାନ ଓ ତାଙ୍କ ବକ୍ତବ୍ୟର ସ୍ମୃତି ଚାରଣ କରି ସ୍ବର୍ଗତ ରାଉତଙ୍କ ବିୟୋଗ ରାଜ୍ୟ ରାଜନୀତିରେ ଅପୂରଣୀୟ କ୍ଷତି ବୋଲି କହିଥିଲେ। ମୁଖପାତ୍ର ଶ୍ରୀ ରାଉତ ଦାମ ବାବୁଙ୍କ ବିୟୋଗ ରେ ରାଜ୍ୟ ଜଣେ ଦକ୍ଷ ବାଗ୍ମୀ ଙ୍କୁ ଓଡ଼ିଶା ହରାଇଲା ବୋଲି ମତ ରଖିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜନଗଣନା ରଥର ଶୁଭାରମ୍ଭ

Sunil Chandra Nayak

ବିଶ୍ବରଂଜନ ମିଶ୍ର ଙ୍କ ବିୟୋଗରେ ଶୋକ

Sunil Chandra Nayak

ଦକ୍ଷିଣୀ ଶୌଣ୍ଢିକ ମହାସଂଘ ର ସଦସ୍ୟ  ସମାଜସେବୀ କୁଞ୍ଜ ବିହାରୀ ସାହୁଙ୍କ ପରଲୋକ

masiha

Leave a Comment

error: Content is protected !!