ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଷ୍ଟ୍ରଭାଷା ପ୍ରଚାର ଏବଂ ବିକାଶ ସସ୍ଥାନର ବୈଠକ ଆୟୋଜିତ

ରାଷ୍ଟ୍ରଭାଷା ପ୍ରଚାର ଏବଂ ବିକାଶ ସସ୍ଥାନର ବୈଠକ ଆୟୋଜିତ

ରାଉରକେଲା : ଆଜି ସ୍ଥାନୀୟ ସେକ୍ଟର୬ ସ୍ଥିତ ବି/୧୯୬ଠାରେ ରାଷ୍ଟ୍ରଭାଷା ପ୍ରଚାର ଏବଂ ବିକାଶ ସସ୍ଥାନ ପକ୍ଷରୁ ଏକ ଅର୍ଦ୍ଧବାର୍ଷିକ ବୈଠକ ଆୟୋଜିତ ହୋଇଥିଲା । ଏଥିରେ ସସ୍ଥାନର ସଭାପତି ନାରାୟଣ ପତି ସଭାପତିତ୍ୱ କରିଥିଲେ ।ରାଉରକେଲା ଓ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ରାଷ୍ଟ୍ରଭାଷାର ବହୁଳ ପ୍ରଚାର ପ୍ରସାର ଉପରେ ଗୁରୁତ୍ୱଆରୋପ କରାଯାଇଥିଲା । ସେକ୍ଟର୧୮ ସ୍ଥିତ ଦୀପିକା ଇସ୍ପାତ ଶିକ୍ଷା ସଦନଠାରେ ବର୍ଷରେ ଦୁଇଥର ଅନୁଷ୍ଠିତ ହେଉଥିବା ରାଷ୍ଟ୍ରଭାଷା ରତ୍ନ ପରୀକ୍ଷା ବିଷୟରେ ସମସ୍ତ ସ୍କୁଲ୍,କଲେଜମାନଙ୍କର ଅଧ୍ୟକ୍ଷ ଓ ପ୍ରାଧ୍ୟାପକଙ୍କୁ ଅବଗତ କରାଯାଇଥିବାରୁ ବୈଠକରେ ସନ୍ତୋଷ ପ୍ରକାଶ ପାଇଥିଲା ।ପ୍ରାରମ୍ଭରେ ସସ୍ଥାନର ମ୍ୟାନେଜିଂ ଟ୍ରଷ୍ଟି ତଥା ସମ୍ପାଦକ ଡ ଜଗନ୍ନାଥ ଦାଶ ସ୍ୱାଗତ ଭାଷଣ ଦେବା ପରେ ହିନ୍ଦୀ ପରୀକ୍ଷା ମାଧ୍ଯମରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ହିନ୍ଦୀ ଶିକ୍ଷକ ଏବଂ ହିନ୍ଦୀ ଅନୁବାଦକ ପଦରେ ନିଯୁକ୍ତିର ଏହା ଏକ ବଳିଷ୍ଠ ମାଧ୍ୟମ ବୋଲି ଆଲୋଚନା ହୋଇଥିଲା । ହାଇସ୍କୁଲ ଓ ଯୁକ୍ତ ୨ ସ୍ତରର ବିଦ୍ୟାର୍ଥୀଙ୍କ ନିମନ୍ତେ ଏକ ହିନ୍ଦୀ ଭାଷଣ ପ୍ରତିଯୋଗିତାର ଆୟୋଜନ କରାଯାଇ ଆଗାମୀ ହିନ୍ଦୀ ଦିବସ ଅବସରରେ ବିଜୟୀ ପ୍ରତିଯୋଗୀଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ବି.ଏଚ୍. ଇଡି. ପ୍ରଶିକ୍ଷଣ ପାଇଁ ବିଦ୍ୟାର୍ଥୀଙ୍କୁ ପ୍ରୋତ୍ସାହିତ କରିବା ଲାଗି ବୈଠକରେ ବିଶଦ ଚର୍ଚ୍ଚା ହୋଇଥିଲା ।ଶେଷରେ ବରିଷ୍ଠ ସଦସ୍ଯ ପ୍ରଭାତ କୁମାର ମିଶ୍ର ଧନ୍ଯବାଦ ଅର୍ପଣ କରିଥିଲେ ।ବୈଠକରେ ସୁଦର୍ଶନ ପ୍ରସାଦ,ସୁସ୍ମିତା ପାଲ୍,ରଶ୍ମି ଦାଶ,ଅଲେଖ ଚନ୍ଦ୍ର ନାୟକ, ମଙ୍ଗଳ ସିଂହ,ଶରତ ଚନ୍ଦ୍ର ପଣ୍ଡା ଅଂଶଗ୍ରହଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଦାଦନ ଖଟିବାକୁ ଯାଇ ଅସୁବିଧା ରେ ଥିବା ୧୭ ଓଡ଼ିଆ ଶ୍ରମିକଙ୍କୁ ଲାଓସରୁ ଫେରାଇ ଆଣିଲେ ଲୋକସଭା ପ୍ରାଥୀ ବୈଜୟନ୍ତ ପଣ୍ଡା

masiha

ବେଦାନ୍ତ ଲିମିଟେଡ଼ ପକ୍ଷରୁ ଜାତୀୟ କର୍କଟ ସଚେତନତା ସପ୍ତାହ ପାଳିତ

masiha

ବ୍ଲକ ଟପ୍ପରକୁ ସମ୍ବର୍ଦ୍ଧିତ କଲା ଓଷ୍ଟା ସଙ୍ଘ

masiha

Leave a Comment

error: Content is protected !!