ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧହଁରାମାଳ ନିକଟରେ ଇଲେକ୍ଟ୍ରି ଖୁଣ୍ଟ କୁ ପିଟି ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ

ଧହଁରାମାଳ ନିକଟରେ ଇଲେକ୍ଟ୍ରି ଖୁଣ୍ଟ କୁ ପିଟି ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ

ମଙ୍ଗଳବାର ଅପରାହ୍ନ ସମୟରେ କେଗାଁ ଥାନା ଧହଁରାମାଳ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ହେବା ଫଳରେ ଘଟଣା ସ୍ଥଳରେ ଜଣକର ମୃତ୍ୟୁ ହୋଇ ଯାଇଥିବା ବେଳେ ଡାକ୍ତରଖାନାରେ ଆଉ ଜଣକର ମୃତ୍ୟୁ ହୋଇଛି । OD 08 ଡ଼ବ୍ଲୁ ୦୯୦୪ ନମ୍ବର ବିଶିଷ୍ଟ ଗାଡ଼ିରେ ଦୁଇ ବାଇକ ଆରୋହୀ ବାହା ଭୋଜି ଖାଇ ଧହଁରାମାଳ ରାସ୍ତା ଦେଇ ଦ୍ରୁତ ଗତି ରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଥିଲେ। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଦୁଇ ବାଇକ ଆରୋହୀଙ୍କୁ ଉଦ୍ଧାର କରି ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ନେଇଥିଲେ । ସେଠାରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ମାନେ ହେଲେ କାନ୍ଦୁଲଝର ଗାଁ ର ଅଜିତ ଯୁଆଡ ଏବଂ ଲଳିତ ବଚ୍ଛା . ପୋଲିସ ୮୨/୨୪ ରେ ଏକ ମାମଲା ରୁଜୁ କରି ଶବ ଜବତ କରିଛି। ରାତ୍ରି ହୋଇ ଯିବାରୁ ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ତଦନ୍ତକାରୀ ପୋଲିସ ମେଘରାୟେ ହାସଦା ସୂଚନା ଦେଇଥିଲେ।

ଢଗ ନାଏକ

Related posts

ମୋବାଇଲ ଦେଖିବା ହେଲା କାଳ:ଚକ୍ଷୁ ଯନ୍ତ୍ରଣାରେ ଛଟପଟ ୬ ବର୍ଷର ଚିତ୍ରଲେଖା 

masiha

ଅନେକ ସମ୍ମାନର ଅଧିକାରୀ କବି ସତ୍ୟ ସିଂ ବାଗ

Sunil Chandra Nayak

ଆମେରିକାରେ ଏମବିଏ ପଢିବେ ଶ୍ବାସତ ବିଶି

Sunil Chandra Nayak

Leave a Comment

error: Content is protected !!