ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହାସଂଘ ତରଫରୁ ବିଶ୍ବ ନାଟ୍ୟ ଦିବସ ପାଳିତ

ମହାସଂଘ ତରଫରୁ ବିଶ୍ବ ନାଟ୍ୟ ଦିବସ ପାଳିତ

ବ୍ରହ୍ମପୁର,୨୮/୩/୨୪ – କଳା ଓ କଳାକାର ହିତୈଷୀ ମହାମଞ୍ଚ ‘ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ’ ପକ୍ଷରୁ ସ୍ଥାନୀୟ ପ୍ରକାଶମ୍ ହଲ୍ ଆନ୍ଧ୍ର ଭାଷା ବିବର୍ଦ୍ଧନୀ ସମାଜମ୍ ସଭା ପ୍ରକୋଷ୍ଠରେ ଆୟୋଜିତ ବିଶ୍ବ ନାଟ୍ୟ ଦିବସ ପାଳନ ଅବସରରେ କଳାକାରମାନେ ସମାଜରେ ଜଣେ ଜଣେ ଶାନ୍ତିଦୂତର ଦାୟିତ୍ୱ ନିର୍ବାହ କରିଥାନ୍ତି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ସୀମାନ୍ତ ନଟରାଜ ଡା ତିରୁପତି ସାହୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ନାଟ୍ୟକାର ଉମାଶଙ୍କର ଦାଶ, ନାଟ୍ୟକାର ଶୁରେନ୍ଦ୍ର କୁମାର ଜେନା, କଳାପ୍ରାଣ କୈଳାସ ପାଣିଗ୍ରାହୀ, ନାଟ୍ୟଶ୍ରୀ ଫାଉଣ୍ଡେସନ ଅଧ୍ୟକ୍ଷ ଭବାନୀ ଶଙ୍କର ମିଶ୍ର, ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ମହାସଂଘ କାର୍ଯ୍ୟକାରୀ ସଭାପତି ଦୂର୍ଗା ପ୍ରସାଦ ଆଚାର୍ଯ୍ୟ ପ୍ରମୁଖ ଅତିଥିମାନେ ଅନୁଷ୍ଠାନ ତରଫରୁ ସର୍ବଶ୍ରୀ ଅରୁଣ କୁମାର ପ୍ରଧାନୀ, ଶରତ କୁମାର ସ୍ବାଇଁ, ତ୍ରିନାଥ ନାୟକ, ବ୍ରଜକିଶୋର ସ୍ବାଇଁ, ଅରୁଣ କୁମାର ଜେନା, ରାଜଶ୍ରୀ ପ୍ରଧାନୀ ପ୍ରମୁଖ କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। 

            କାର୍ଯ୍ୟକ୍ରମ ପ୍ରାରମ୍ଭରେ ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ପ୍ରାରମ୍ଭିକ ସୂଚନା କ୍ରମରେ ନରଓ୍ବେ ନାଗରିକ ନାଟ୍ୟକାର ଜୋନ୍ ଫୋସେଙ୍କ ନାଟ୍ଯ ଦିବସ ବାର୍ତ୍ତା ଉପସ୍ଥାପନ କରିଥିବାବେଳେ ଶଙ୍କର୍ଷଣ ସାବତ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ହରିଡାଖଣ୍ଡିର କଳାକାରମାନେ ‘ରାବଣ ଦର୍ପ ଦଳନ ବା ରାମ ନାଟକ’ ଅତି ସୁନ୍ଦର ପରିବେଷଣ କରିଥିଲେ। କାର୍ଯ୍ଯକ୍ରମ ପରିଚାଳନାରେ ଚନ୍ଦ୍ରଭାନୁ ନାୟକ, ପ୍ରଦୀପ କୁମାର ସାହୁ, କୁନୁ ବେହେରା, ମହେନ୍ଦ୍ର କୁମାର ସାହୁ, ଉଲ୍ଲାସ ପଣ୍ଡା ପ୍ରମୁଖ ସହଯୋଗ କରିଥିବା ବେଳେ ପରିଶେଷରେ ମହାସଚିବ ରୋଶନ୍ ଆନୁଷ୍ଠାନିକ ଧନ୍ଯବାଦ ଅର୍ପଣ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଜନତା ମଇଦାନର ଏମିତି ଆକର୍ଷଣ ପ୍ରତିଭା “ହମ୍ ବସ୍ତି କେ ହସ୍ତି” 

Sunil Chandra Nayak

ଗୋଲାମୁଣ୍ଡାର ବରିଷ୍ଠ ସମାଜସେବୀ ଶ୍ରୀ ଟେକଚାନ୍ଦ ଅଗ୍ରୱାଲଙ୍କ ପରଲୋକ

Sunil Chandra Nayak

ରାଇରଙ୍ଗପୁର ଜଗନ୍ନାଥ ମନ୍ଦିରରେ ଓଡ଼ିଶା ବ୍ରାହ୍ମଣ ମହାସଭା,ବାମନଘାଟୀ ଶାଖାର ବୈଠକ

Leave a Comment

error: Content is protected !!