ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେନ୍ତୁଳିଖୁଣ୍ଟି ଓ ଖାତିଗୁଡା ପୋଲିସର ଫ୍ଲାଗମାର୍ଚ୍ଚ

ତେନ୍ତୁଳିଖୁଣ୍ଟି ଓ ଖାତିଗୁଡା ପୋଲିସର ଫ୍ଲାଗମାର୍ଚ୍ଚ

ତେନ୍ତୁଳିଖୁଣ୍ଟି , ୨୮/୦୩/୨୪ // : ସାଧାରଣ ନିର୍ବାଚନକୁ ଭୟ ମୁକ୍ତ କରିବା ପାଇଁ ପୁଲିସ ଓ ସିଆରପିଏଫ୍ ମିଳିତ ଭାବେ ତେନ୍ତୁଳିଖୁଣ୍ଟି ଓ ଖାତିଗୁଡା ଠାରେ ଗୁରୁବାର ଫ୍ଲାଗମାର୍ଚ୍ଚ କରିଛନ୍ତି। ବିଭିନ୍ନ ଅପରାଧିକ ଗତିବିଧ‌ି ଲକ୍ଷଣକୁ ନଜରରେ ରଖି ପୁଲିସ ଫ୍ଲାଗମାର୍ଚ୍ଚ ମାଧ୍ୟମରେ ତାର ଉପସ୍ଥିତି ଜାହିର କରିଛି। ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ୍ ମିଥ୍‌ଲେସ ବର୍ମା ଏବଂ ଇନ୍ସପେକ୍ଟର ଆରକେ ପଣ୍ଡାଙ୍କ ନେତୃତ୍ବରେ ଗୋଟିଏ ପ୍ଲାଟୁନ ସିଆରପିଏଫ୍ ଯବାନ କାର୍ଯ୍ୟକ୍ରମରେ ସାମିଲ ରହିଥିଲେ । ଖାତିଗୁଡା କଲେଜ ପାଖରୁ ଫ୍ଲାଗମାର୍ଚ୍ଚ ଆରମ୍ଭ କରାଯାଇ ଜବାହର ନବୋଦୟ ବିଦ୍ୟାଳୟ ଓ ତେନ୍ତୁଳିଖୁଣ୍ଟି ଥାନାରୁ କୁର୍ମାକୋଟ ଛକ ପର୍ଯ୍ୟନ୍ତ ଫ୍ଲାଗମାର୍ଚ୍ଚ କରିଥିଲେ। ଆସନ୍ତା ମେ ୧୩ ତାରିଖରେ ହେବାକୁ ଥିବା ନିର୍ବାଚନକୁ ଆଖି ଆଗରେ ରଖି ପୁଲିସ ପକ୍ଷରୁ ଭୟମୁକ୍ତ, ଶାନ୍ତିଶୃଙ୍ଖଳା ରକ୍ଷା ଏବଂ ଅପରାଧ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ କରାଯାଇଥିବା ପ୍ରକାଶ କରିଛନ୍ତି ଉପସ୍ଥିତ ଥ‌ିବା ଅଧିକାରୀ । ଏହି କାର୍ଯ୍ୟକ୍ରମରେ ଖାତିଗୁଡା ଥାନା ଅଧିକାରୀ ହରିସ ଚନ୍ଦ୍ର ଗୋଲାରୀ ଓ ତେନ୍ତୁଳିଖୁଣ୍ଟି ଥାନା ଅଧିକାରୀ ଗୋପାଳ କୃଷ୍ଣ ଆଗୁପାତ୍ର ଲିଡ୍ କରିଥିବା ବେଳେ ଏସଡିପିଓ କେ.ସି ଭତ୍ରା ଏହାର ମନିଟରିଂ କରିଥିଲେ। ତେନ୍ତୁଳିଖୁଣ୍ଟି ବିଡିଓ ମନୋଜ କୁମାର ପାଣିଗ୍ରାହୀ ଏହି ଫ୍ଲାଗମାର୍ଚ୍ଚରେ ଉପସ୍ଥିତ ଥିଲେ । ଏଥିରେ ସମସ୍ତ ପୁଲିସ କର୍ମଚାରୀ ଏବଂ ହୋମ ଗାର୍ଡ ମଧ୍ୟ ସାମିଲ ହୋଇଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ବିଧାୟକ ଙ୍କ ଦ୍ଵାରା ବ୍ଲକ ମାର୍କେଟ କମ୍ପ୍ଲେକ୍ସ ଉଦଘାଟିତ

Sunil Chandra Nayak

କେଗାଁଗ୍ରାମ ପଞ୍ଚାୟତରେ ଜନଶୁଣାଣୀ କାର୍ଯ୍ୟକ୍ରମ

Sunil Chandra Nayak

ପ୍ରାଥମିକ ଶିକ୍ଷକ (ଏକ୍ସ -କ୍ୟାଡ଼ର )ସଂଘ ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ 

masiha

Leave a Comment

error: Content is protected !!