ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୌଶିକ ବାବା ଡ଼ିଗ୍ରୀ କଲେଜରେ ତୃତୀୟ ବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

କୌଶିକ ବାବା ଡ଼ିଗ୍ରୀ କଲେଜରେ ତୃତୀୟ ବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଙ୍ଗା ଅନ୍ତର୍ଗତ କୌଶିକ ବାବା ଯୁକ୍ତ ତିନି ମହାବିଦ୍ୟାଳୟରେ ତୃତୀୟ ବର୍ଷ ଛାତ୍ରଛlତ୍ରୀ ମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ମହାବିଦ୍ୟାଳୟର ଅଧ୍ୟକ୍ଷl ଶ୍ରୀମତୀ ଲିପ୍ସାମୟୀ ଦୁବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଇତିହାସ ଅଧ୍ୟାପକ ଶ୍ରୀଯୁକ୍ତ କସ୍ତୁଭ ସାହୁ, ସମ୍ମାନିତ ଅତିଥି ଭାବରେ ରାଜନୀତି ବିଜ୍ଞାନ ଅଧ୍ୟାପକ ଶ୍ରୀମାନ ରବି ମାଝୀ,ପ୍ରମୁଖ ଯୋଗଦାନ କରିଥିଲେ l ଉକ୍ତ ସମ୍ବର୍ଦ୍ଧନା ଉତ୍ସବରେ ଇଂରାଜୀ ଅଧ୍ୟାପକ ଶ୍ରୀଯୁକ୍ତ ମାନସ ରଞ୍ଜନ ବାଗ ମଞ୍ଚ ପରିଚାଳନା କରିଥିଲେ l ପ୍ରଥମ ଓ ଦ୍ଵିତୀୟ ବର୍ଷର ଛାତ୍ରଛାତ୍ରୀ ମାନେ ଶେଷ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ଉପହାର ପ୍ରଦାନ କରିଥିଲେ l ଶେଷବର୍ଷର ଛାତ୍ର ଛାତ୍ରୀ ମାନେ ନିଜ ନିଜର ଅନୁଭୂତି ପ୍ରଦାନ କରିଥିଲେ l ସଭା ଶେଷରେ ଶିକ୍ଷା ଅଧ୍ୟାପକ ଶ୍ରୀମାନ ସମୀର ପଧାନ ଧନ୍ୟବାଦ ଅର୍ପଣ କରବେଳେ ଏଥିରେ ଗନ୍ତାଗାରିକ ଶ୍ରୀଯୁକ୍ତ ବସନ୍ତ କୁମାର ସାହୁ, କନିଷ୍ଠ କିରାଣୀ ଶ୍ରୀଯୁକ୍ତ ଭୂପିନ୍ଦର ରଣା ଓ ଚତୁର୍ଥ କର୍ମଚାରୀ ଚମ୍ପୁଲାଲ ରଣା, ଡିଲେଶ୍ୱର ରଣା, ପ୍ରଦୀପ ଭୋଇଙ୍କ ସମେତ ଉଷା ବେବର୍ତ୍ତl, ପୂର୍ଣ୍ଣଚନ୍ଦ୍ର ରଣା, ଅନୁପମା ଗହୀର, ସୁରେଶ୍ୱରୀ ବାଗ, ଶିବ ଦର୍ଜୀ, ରାକେଶ କୁମାର, ସସ୍ମିତା ହରପାଳ, ଭାରତୀ ରଣା, ସବିତା ସାହୁ ପ୍ରମୁଖ ଛାତ୍ରଛlତ୍ରୀ ମାନେ ସହଯୋଗ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଡି ଏସ ଫାଉଣ୍ଡେସନ ର 2ୟ ବାର୍ଷିକ ଉତ୍ସବ ଅନୁଷ୍ଠିତ

masiha

ଡାବୁଗାଁ ବଡଦିନ ପାଳିତ

Sunil Chandra Nayak

ପ୍ରେରଣା ତାଲିମ ଶିବିର ଉଦଯାପିତ

masiha

Leave a Comment

error: Content is protected !!