ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଗ୍ନି ବିପନ୍ନଙ୍କୁ ମିଳୁନି ସରକାରୀ ସହାୟତା 

ଅଗ୍ନି ବିପନ୍ନଙ୍କୁ ମିଳୁନି ସରକାରୀ ସହାୟତା 

ବସ୍ତା,୨୮/୦୩: ବର୍ଷେ ହେବ ବାରମ୍ବାର ଏ ଅଫିସ ସେ ଅଫିସ ବୁଲି ବୁଲି ନୟାନ୍ତ ହେଲେଣି ପ୍ରସନ୍ନ ମାତ୍ର ମିଳୁନି ସରକାରୀ ସହାୟତା। ଏମିତି ଘଟଣା ଦେଖିବାକୁ ମିଳିଛି ବସ୍ତା ଥାନା ବାସୁଚକୁରାଇ ଗ୍ରାମରେ । ଏହି ଗ୍ରାମର ପ୍ରସନ୍ନ ବାରିକଙ୍କ ଗତ ବର୍ଷ ମାର୍ଚ୍ଚ ୧୩ ତାରିଖରେ ଘରେ ନିଆଁ ଲାଗିଥିଲା। ଫଳରେ ପ୍ରସନ୍ନଙ୍କ ଘର ସଂପୂର୍ଣ୍ଣ ଜଳି ପୋଡ଼ି ପାଉଁଶ ହୋଇଥିଲା। ଖବର ପାଇ ବସ୍ତା ଅଗ୍ନିଶମ ବାହିନି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଏଣେ ପ୍ରସନ୍ନ ଜଣେ ସାଧାରଣ ଖଟିଖାଉଥିବା ଲୋକ ହୋଇଥିବା ବେଳେ ନିଜର ପରିବାର କୁ ଧରି ପଲଥିନ ତଳେ ଜୀବନ ନିର୍ବାହ କରୁଥିବା ଦେଖିବାକୁ ମିଳିଛି। ଦୀର୍ଘ ଏକ ବର୍ଷ ଧରି ଅଗ୍ନିସେବା ସହିତ ତହସିଲ କାର୍ଯ୍ୟାଳୟ ଦଉଡ଼ି ଦଉଡ଼ି ନୟାନ୍ତ ହେଉଥିବା ବେଳେ ଆଜି ପ୍ରସନ୍ନ ତହସିଲଦାର ଙ୍କୁ ଭେଟି ନିଜର ଗୁହାରି ଜଣାଇଛନ୍ତି। ଆଗାମୀ ସପ୍ତାହ ତାଙ୍କୁ ସରକାରୀ ସାହାଯ୍ୟ ନମିଳିଲେ ଶେଷରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ରେ ବସିବାକୁ ଚେତାବନୀ ଦେଇଛନ୍ତି। ଏଣେ ନିର୍ବାଚନ କାର୍ଯ୍ୟରେ ବ୍ୟସ୍ତ ଥିବା ବେଳେ ପ୍ରସନ୍ନଙ୍କ ସରକାରୀ ସାହାଯ୍ୟ ପାଇଁ ସମସ୍ତ ସରକାରୀ କାର୍ଯ୍ୟ ସାରିଛି ବୋଲି ତହସିଲଦାର ରାଧାରଞ୍ଜନ୍ ଦାସ ପ୍ରକାଶ କରିଛନ୍ତି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ବର୍ଷା ସାଜିଲା କାଳ, ଗାଁକୁ ରାସ୍ତା ନଥିବାରୁ ତିନି କିମି ଭାରରେ ବୁହା ହେଲେ ଆଦିବାସୀ ଗର୍ଭବତୀ 

masiha

ପୁଣି ଜଣେ ଦାଦନ ଶ୍ରମିକଙ୍କ ଆନ୍ଧ୍ରରେ ମୃତ୍ୟୁ,ଗାଁକୁ ଫେରିପାରିଲାନି ଶବ

Sunil Chandra Nayak

ବୋରିପଦର ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ

Sunil Chandra Nayak

Leave a Comment

error: Content is protected !!