ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାହିଁକି ଲୋପ ପାଉଛି ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଶ୍ରୀ ଶ୍ରୀ ଅଗ୍ନିଗଙ୍ଗା ମାଁ ଠାକୁରାଣୀ ଘଣ୍ଟ ଯାତ୍ରା

କାହିଁକି ଲୋପ ପାଉଛି ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଶ୍ରୀ ଶ୍ରୀ ଅଗ୍ନିଗଙ୍ଗା ମାଁ ଠାକୁରାଣୀ ଘଣ୍ଟ ଯାତ୍ରା

ବନ୍ଧୁଗାଁ :- ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଆରାଧ୍ୟ ଦେବୀ ଶ୍ରୀ ଶ୍ରୀ ଅଗ୍ନିଗଙ୍ଗା ମାଁ ଠାକୁରାଣୀ ଘଣ୍ଟ ଯାତ୍ରା ଚଳିତ ମାସ ୧୮ ରେ ଆରମ୍ଭ ହୋଇ ୨୭ ତାରିଖ ଦିନ ଶେଷ ହୋଇଯାଇଛି। ହେଲେ ଚଳିତ ବର୍ଷ ଦୋକାନ ବଜାର କମିଯାଇଥିବା ବେଳେ ଭକ୍ତ ସର୍ଦ୍ଦାଳୁ ମଧ୍ୟ କମ୍ ଆସିଥିବା ଦେଖିବାକୁ ମିଳିଥିଲା। ଏହାଙ୍କୁ ନେଇ ବିଭିନ୍ନ ସୋସିଆଲ ମିଡ଼ିଆ ଜରିଆରେ ପୂଜା କମିଟି ଆଡକୁ ଆଙ୍ଗୁଳି ଉଠାଇଛନ୍ତି ଭକ୍ତ ସର୍ଦ୍ଦାଳୁ ଲେଖିଛନ୍ତି କି ପୁରୁଣା ଢାଞ୍ଚାରେ ହିଁ ବର୍ତ୍ତମାନ ମଧ୍ୟ ନୀଲାବାଡ଼ି କମିଟି ଯାତ୍ରା କରୁଛନ୍ତି ଲକ୍ଷାଧିକ ଭକ୍ତ ସମାଗମ ହେଉଥିଲେ ସୁଦ୍ଧା ଭକ୍ତଙ୍କ ନିମନ୍ତେ କୈାଣସି ସୁବିଧା ଯୋଗାଇ ଦେଉନାହାନ୍ତି। ଦୋକାନ ବଜାର ଠାରୁ ମାତ୍ରାଧିକ ଟଙ୍କା ଆଦାୟ ମିନା ବଜାର ଠାରୁ ଆରମ୍ଭ କରି ଆଗରୁ ଅନେକ ସରକର୍ସ ଆସୁଥିଲା ତାଙ୍କ ଠାରୁ ଯେଉଁ ଭଳି ଟଙ୍କା ଆଦାୟ କରାଯାଉଥିଲା ତାହା ଆଜି ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି ବୋଲି ବୃଦ୍ଧିଜୀବି ମହଲରେ କ୍ଷୋଭ ପ୍ରକାଶ କରିଛନ୍ତି। ଓ ପୂଜା କମିଟି ଦ୍ୱାରା ନିୟଜିତ ମେମ୍ବର ମାନେ ଭକ୍ତଙ୍କୁ ଦୁର୍ବ୍ୟବହାର କରୁଥିବା ମଧ୍ୟ ଅନେକ ଶ୍ରଦ୍ଧାଳୁ ଚର୍ଚ୍ଚା କରୁଥିବା ଦେଖିବାକୁ ମେଳିଥିଲା। ସ୍ପେସିଆଲ ଦର୍ଶନ ପାଇଁ ଦୁଇ ସହ ଟଙ୍କା ଆଦାୟ କରୁଥିବା ବେଳେ ସ୍ୱାଦ୍ଧାଳୁ ଙ୍କୁ ସେଭଳି କୌଣସି ସୁବିଧା ଭି ଦିଆ ଯାଉନଥିଲା ବରଂ ସେମାନଙ୍କୁ ଦୁର୍ବ୍ୟବହାର କରୁଥିବା ଅନେକ ଶ୍ରଦ୍ଧାଳୁ କହିଥିଲେ। ସମୟ ଥାଉ ଥାଉ ସଜାଗ ନହେଲେ ଆଗାମୀ ଦିନରେ ନୀଲାବାଡ଼ି ଠାକୁରାଣୀ ଯାତ୍ରା ଗାଁ ଯାତ୍ରା ରେ ପରିଣତ ହୋଇଯିବ ବୋଳି ଜଣେ ଭକ୍ତ କମିଟିକୁ ଚେତାଇ ଦେଇଛନ୍ତି। ସେହିପରି ଚଳିତ ବର୍ଷ ଆଇନ୍ ଶୃଙ୍ଖଳା ପରିସ୍ଥିତି ପୁରା ବିଗିଡ଼ି ଯାଇଥିଲା ସ୍ଥାନ ସ୍ଥାନରେ ମଦ ବିକ୍ରୀ ସାଙ୍ଗକୁ ଜୁଆ ଓ ଲଡ଼ୁ ଖେଳ ଯାତ୍ରାର ମୁଖ୍ୟ ଆକର୍ଷଣ ଥିଲା। ଚଳିତ ବର୍ଷ ମାଁଙ୍କ ଯାତ୍ରା ସମୟରେ ୧୮ ଲକ୍ଷ ୧୦ ହଜାର ୪୧୧ ଟଙ୍କା ଆଦାୟ ହୋଇଥିଲା ଏବଂ ୨ ଗ୍ରାମ ସୁନା ଓ ୩୫ ଗ୍ରାମ ରୁପା ମିଳିଛି।ଗତ ବର୍ଷ ତୁଳନାରେ ଚଳିତ ବର୍ଷ ପ୍ରାୟ ୩ ଲକ୍ଷ ୫୦ ହଜାର ପାଖାପାଖି ଟଙ୍କା କମି ଥିବା କମିଟି ସମ୍ପାଦକ ଗାଣ୍ଟା ରବି କୁମାର ପ୍ରକାଶ କରିଛନ୍ତି।

ଗୋରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଗୋଟିଏ କୋଠରୀରେ ଚାଲିଛି ବିଦ୍ୟାଳୟ 

Sunil Chandra Nayak

କୋଇଡା – ଚୁନାଘାଟି- କେ ବଲାଙ୍ଗ ଜାତୀୟ ରାଜପଥ ୫୨୦ ନମ୍ବର ମରଣଯନ୍ତା !

Sunil Chandra Nayak

ଓରାମ ସମାଜର ଜାଗୃତି ଓ ହିତାର୍ଥେ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!